Loading...

ଆଜିଠୁ ଆରମ୍ଭ ହେଲା ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା

ଆଜିଠୁ ଆରମ୍ଭ ହେଲା ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା

ଆଜି କୁମାରୋତ୍ସବ ଓ ଗଜଲକ୍ଷ୍ମୀ ପୂଜା। ସୁଖ, ସମୃଦ୍ଧି, ଐଶ୍ୱର୍ଯ୍ୟର ଭଣ୍ଡାର ନେଇ ଆଜି ବିରାଜିବେ ମା’ ଗଜଲକ୍ଷ୍ମୀ । ଧନଦାତ୍ରୀ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ରାଜଧାନୀ ଭୁବନେଶ୍ବର ସମେତ ଢେଙ୍କାନାଳ ଓ କେନ୍ଦ୍ରାପଡା ସହ ଉତ୍ସବମୁଖର ହୋଇଉଠିଛି।

ଆଜି କୁମାରୋତ୍ସବ ଓ ଗଜଲକ୍ଷ୍ମୀ ପୂଜା। ସୁଖ, ସମୃଦ୍ଧି, ଐଶ୍ୱର୍ଯ୍ୟର ଭଣ୍ଡାର ନେଇ ଆଜି ବିରାଜିବେ ମା’ ଗଜଲକ୍ଷ୍ମୀ । ଧନଦାତ୍ରୀ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ରାଜଧାନୀ ଭୁବନେଶ୍ବର ସମେତ ଢେଙ୍କାନାଳ ଓ କେନ୍ଦ୍ରାପଡା ସହ ଉତ୍ସବମୁଖର ହୋଇଉଠିଛି। ଆଲୋକମାଳାରେ ଝଲସି ଉଠୁଛି ରାସ୍ତାଘାଟ ସହ ପୂଜା ମଣ୍ଡପ। ଚଳିତବର୍ଷ ସହରର ବିଭିନ୍ନ ସ୍ଥାନରେ ଆଡ଼ମ୍ବରରେ ଅନୁଷ୍ଠିତ ହେଉଛି ଗଜଲକ୍ଷ୍ମୀ ପୂଜା। ଚଳିତ ବର୍ଷ ରାଜଧାନୀ ଭୁବନେଶ୍ବରେ ୧୧୩ଟି ମେଢରେ ମା’ ଧନଦାତ୍ରୀ ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହେବ। ପୂଜା ସମୟରେ ଆଇନଶୃଙ୍ଖଳା ପରିସ୍ଥିତିର ମୁକାବିଲା ପାଇଁ ରାଜଧାନୀରେ ମୁତୟନ ହେବେ ୨୭ ପ୍ଲାଟୁନ ଫୋର୍ସ। କ୍ରାଉଡ଼ କଣ୍ଟ୍ରୋଲ ଓ ଟ୍ରାଫିକ ମ୍ୟାନେଜମେଣ୍ଟକୁ କମିଶନରେଟ ପୁଲିସର ଗୁରୁତ୍ୱ ଦେଇଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.