ଘୁଞ୍ଚିଲା ଅଯୋଧ୍ୟା ମାମଲା ଶୁଣାଣୀ

sc

୧୦ ଜାନୁଆରୀରୁ ମାମଲାର ପରବର୍ତ୍ତୀ ଶୁଣାଣି ହେବ

ଅଯୋଧ୍ୟାର ବାବ୍ରି ମସ୍‌ଜିଦ୍‌- ରାମ ଜନ୍ମଭୂମି ଟାଇଟଲ୍‌ ସୁଟ୍‌ ଉପରେ ଶୁଣାଣି ନିମନ୍ତେ ଜାନୁଆରି ୧୦ ତାରିଖ ପୂର୍ବରୁ ନୂଆ ଖଣ୍ଡପୀଠ ଗଠନ ହେବା କଥା ଶୁକ୍ରବାର ଦିନ ସୁପ୍ରିମ୍‌ କୋର୍ଟ କହିଛନ୍ତି। ଏହି ମାମଲାର ଶୁଣାଣି ଏଣିକି ନୂଆ ଖଣ୍ଡପୀଠରେ ହେବ। ଏନେଇ ପ୍ରଧାନ ବିଚାରପତି ରଞ୍ଜନ କୁମାର ଗୋଗୋଇ ଏବଂ ବିଚାରପତି ଏସ୍‌.କେ କାଉଲ୍‌ଙ୍କ ଦ୍ୱାରା ଗଠିତ ଦୁଇ ଜଣିଆ ଖଣ୍ଡପୀଠ ସୂଚନା ଦେଇଛନ୍ତି। ୨.୭୭ ଏକର ପରିମିତ ବିବାଦୀୟ ଜମିକୁ ସୁନ୍ନୀ ଓ୍ବାକଫ ବୋର୍ଡ, ନିରମୋହୀ ଆଖଡା ଏବଂ ରାମ ଲାଲାଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟିବା ପାଇଁ ୨୦୧୦ରେ ଆହ୍ଲାବାଦ୍‌ ହାଇକୋର୍ଟ ଦେଇଥିବା ରାୟ ବିରୋଧରେ ଏକ ଜନସ୍ବାର୍ଥ ମାମଲା ସୁପ୍ରିମ୍‌କୋର୍ଟରେ ଦାଖଲ କରାଯାଇଥିଲା।

sc

ଉଲ୍ଲେଖ ଯୋଗ୍ୟ, ସୁପ୍ରିମକୋର୍ଟ ଗତବର୍ଷ ଅକ୍ଟୋବର ୨୯ରେ କହିଥିଲେ, ଏହି ମାମଲା ଜାନୁଆରୀ ପ୍ରଥମ ସପ୍ତାହରେ ଉଚିତ ପୀଠର ସମକ୍ଷରେ ଶୁଣାଣୀ ହେବ । ଏହି ଖଣ୍ଡପୀଠ ଶୁଣାଣୀ କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରିବେ । ଏହା ପରେ ଅଖିଳ ଭାରତୀୟ ହିନ୍ଦୁ ମହାସଭା ଆବେଦନ କରି ଶୁଣାଣୀ ନିର୍ଦ୍ଧାରିତ ତାରିଖ ପୂର୍ବରୁ କରିବାକୁ ଅନୁରୋଧ କରିଥିଲା, ଯାହାକୁ କି କୋର୍ଟ ମନା କରି ଦେଇଥିଲେ । ଏହା ପୂର୍ବରୁ ସେପ୍ଟେମ୍ବର ୨୭ରେ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ମାମଲାର ଶୁଣାଣୀ କରି ୧୯୯୪ର ଏକ ରାୟକୁ ୫ ଜଣିଆ ଖଣ୍ଡପୀଠକୁ ପଠାଇବାକୁ ମନା କରିଥିଲେ । ଏହା ସହିତ ମସଜିଦ ଇସଲାମର ଅଭିନ୍ନ ଅଙ୍ଗ ନୁହେଁ ବୋଲି କହିଥିଲେ ।

ପଢନ୍ତୁ;  ସାବରୀମାଳାରେ ମହିଳାଙ୍କ ପ୍ରବେଶର ପ୍ରତିବାଦ: କେରଳରେ ପୋଡାଜଳା,ଛୁରାମାଡ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More