News

ଜାନୁଆରୀରେ ନିର୍ଦ୍ଧାରଣ ହେବ ଅଯୋଧ୍ୟା ମାମଲାର ଶୁଣାଣି

ଅଯୋଧ୍ୟା ମାମଲାର ଶୁଣାଣି ଜାନୁଆରୀକୁ ଘୁଞ୍ଚିଲା । ୨୦୧୯ ମସିହା ଜାନୁଆରୀ ପର୍ଯ୍ଯନ୍ତ ଶୁଣାଣିକୁ ଘୁଞ୍ଚାଇଛନ୍ତି ସୁପ୍ରିମକୋର୍ଟ । ଶୁଣାଣି ତାରିଖ ଜାନୁୟାରୀରେ ହିଁ ନିର୍ଦ୍ଧାରଣ ହେବ । ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ, ଜଷ୍ଟିସ ସଂଜୟ କିସନ କୌଲ ଓ ଜଷ୍ଟିସ କେ.ଏମ୍‌. ଜୋସେଫଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଛନ୍ତି ।

ଆଜିର ଶୁଣାଣି ବିବାଦୀୟ ଭୂମିକୁ ତିନି ଭାଗରେ ବାଂଟିବା ନେଇ ୨୦୧୦ରେ ଆଲହାବାଦ ହାଇକୋର୍ଟ ଦେଇଥିବା ନିଷ୍ପତି ବିରୋଧରେ ହେବାକୁ ଥିଲା । ଶୁଣାଣି ସମୟରେ ଜଷ୍ଟିସ ଗୋଗାଇ କହିଥିଲେ ଯେ ଏହି ମାମଲାରେ ଜୁରୁରୀ ଶୁଣାଣି ପରିପ୍ରେକ୍ଷୀରେ କୌଣସୀ ନିଷ୍ପତି ନିଆ ଯାଇପାରିବ ନାହିଁ ।

ayodha

ଜାନୁଆରୀ ମାସର କେଉଁ ତାରିଖରେ ମାମଲାର ଶୁଣାଣି କରାଯିବ ତାହା ନିର୍ଦ୍ଧାରିତ କରାଯାଇ ନ ଥିଲେ ମଧ୍ୟ ସୁପ୍ରିମକୋର୍ଟ ସ୍ବତନ୍ତ୍ର ବେଞ୍ଚ ଖୁବଶିଘ୍ର ଏନେଇ ଘୋଷଣା କରିବେ ବୋଲି ଜଣାପଡିଛି।

ସୂଚନାଅନୁଯାୟୀ,ଗତ ମାସ ୨୭ ତାରିଖରେ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ ଏସ. ଅବଦୁଲ ନାଜିରଙ୍କ ଖଣ୍ଡପୀଠ ଏହି ମାମଲାକୁ ନେଇ ଥିବା ପ୍ରତିବନ୍ଧକ ହଟାଇ ଦେଇଥିଲେ। ମସଜିଦରେ ନମାଜ ପାଠକୁ ନେଇ ୧୯୯୪ମସିହା ଫାରୁକି ମାମଲା ରାୟକୁ ବୃହତ୍ତର ବେଞ୍ଚକୁ ପଠାଇବାକୁ କୋର୍ଟ ମନା କରିଥିଲେ। ପୂର୍ବରୁ ନମାଜ ପାଠ ପାଇଁ ମସ୍‌ଜିଦ ଅନିବାର‌୍ୟ୍ୟ ନୁହେଁ ବୋଲି ଫାରୁକି ମାମଲାରେ କୋର୍ଟ କହିଥିଲେ ।

ପଢନ୍ତୁ; ବିବାହ ପାଇଁ ଗ୍ରୀନ୍ ସିଗନାଲ୍ ଦେଲେ ପ୍ରଭାସ,ଜାଣନ୍ତୁ କିଏ ହେବେ ତାଙ୍କ ପତ୍ନୀ

Related posts

ଜାତିସଂଘର ନୂଆ ଆତଙ୍କୀ ତାଲିକା : ହାଫିଜ୍‌ ସୟିଦ ସହ ୧୩୯ ପାକିସ୍ତାନୀ ସାମିଲ

ENO Beuro

ମଞ୍ଚରେ ବେହୋସ ହୋଇ ପଡିଲେ ନିତୀନ ଗଡ଼କରୀ

ENO Beuro

ବିନା ହେଲମେଟରେ ବାଇକ ଚଳଉଛନ୍ତି କି ? ସାବଧାନ ! ବାଇକ ଜବତ ହୋଇପାରେ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More