EnewsOdia.Com

ଅଯୋଧ୍ୟା ଦୀପୋତ୍ସବ ୨୦୧୯ ପାଇଁ ଆଲୋକିତ ହେବ ୮ ହଜାର ଘର

ଦୀପୋତ୍ସବ ୨୦୧୯ର ଭବ୍ୟ ଆୟୋଜନ ଲାଗି ଅଯୋଧ୍ୟାରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଚଳିତବର୍ଷ ଦୀପୋତ୍ସବକୁ  ନଗର ନିଗମ ଧୁମଧାମରେ ପାଳନ କରିବେ। ୫ଲକ୍ଷ ୫୧ ହଜାର ଦୀପରେ ଝିଲମିଲ ହେବ ସାରା ସହର। ଅଯୋଧ୍ୟାର ୮ ହଜାର ଘରକୁ ଦୀପରେ ସଜାଇବାକୁ ନଗରନିମ ଯୋଜନା କରିଥିବା ମହାପୌର ଋଷିକେଶ ଉପାଧ୍ୟାୟ କହିଛନ୍ତି। ଏଣୁ ସହରର ବସ୍ତି ଅଞ୍ଚଳକୁ ଏଥିରେ ସାମିଲ କରଯାଇଥିବା ବେଳେ ପ୍ରତି ଘରକୁ ଯାଇ ଉପାଧ୍ୟାୟ ନିଜେ ଦୀପ ବାଣ୍ଟିବେ ବୋଲି କହିଛନ୍ତି।

ଦୀପୋତ୍ସବ ପାଳନ ଲାଗି ନଗରନିଗମ ପ୍ରତି ଘରକୁ ୧୧ଟି ଲେଖାଏଁ ଦୀପ ବଣ୍ଟନ କରିବେ। ଏଥିଲାଗି ନଗରନିଗମର ସମସ୍ତ କାଉନସିଲର ଓ କର୍ମଚାରୀ ଏବେଠୁ କାମରେ ଲାଗିଯାଇଛନ୍ତି। ଅଯୋଧ୍ୟାରେ ଦୀପ ଉତ୍ସବ ପାଳନ ଲାଗି ଚଳିତବର୍ଷ ମଧ୍ୟ ସହର ନିକଟ ଜୟସିଂହପୁର ଓ ପାଖ ଆଖ ଗାଁର କୁମ୍ଭାର ପରିବାର ଦ୍ୱୀପ ଯୋଗାଇବେ। ଏଣୁ ଦୀପୋତ୍ସବ ପାଳନ ବେଳେ ସହରର ସ୍ୱଚ୍ଛତା ଲାଗି ଏବେ ନଗରନିଗମ ପ୍ରାଥମିକତା ଦେଉଛନ୍ତି।

ଦୀପୋତ୍ସବ ଅବସରରେ ଅଯୋଧ୍ୟାର ୧୦୧ ସଡକ ଲୋକାର୍ପିତ ହେବ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ସବୁ ସଡକର ଏକକାଳୀନ ଉନ୍ମୋଚନ କରିବେ। ଏହି ସବୁ ରାସ୍ତା ସହରର ଆଭ୍ୟନ୍ତିରଣ ମାର୍ଗ ହେବ, ଯେଉଁଗୁଡିକ ମନ୍ଦିର, ମୁଖ୍ୟମାର୍ଗ ଓ ନଦୀ ଘାଟକୁ ଜନବସତୀ ସହ ସଂଯୁକ୍ତ କରିବ। ଏହା ଛଡା ଚଳିତବର୍ଷ ଦୀପୋତ୍ସବରେ ଅଯୋଧ୍ୟା ନୂଆ କିର୍ତ୍ତିମାନ ସ୍ଥାପନା ଲାଗି ମଧ୍ୟ ଯୋଜନା କରିଛି। ମହାପୌର ଉପାଧ୍ୟାୟଙ୍କ ଅନୁସାରେ ସମ୍ପୂର୍ଣ୍ଣ ଅଯୋଧ୍ୟାକୁ ୫ଲକ୍ଷ ୫୧ ହଜାର ଦୀପରେ ସଜାଯିବ। ଅଯୋଧ୍ୟାର ଘାଟ, କୁଣ୍ଡ ଓ ସରକାରୀ ଭବନ ଉପରେ ମଧ୍ୟ ଦୀପ ସଜା ଯିବ ବୋଲି ଜଣାପଡିଛି।

ପଢନ୍ତୁ: ‘ବୋଲୋ ତାରାରାରା’ ଗୀତ ଗାଇ, ଲୋକଙ୍କୁ ଟ୍ରାଫିକ୍ ନିୟମ ନେଇ ସଚେତନ

ସମ୍ବନ୍ଧିତ ଖବର

ପୁରୀ ଜିଲ୍ଲା କାରାଗାରରେ ଫୋନ୍ କଲ୍ ପିଛା ୧୦୦ ଟଙ୍କା

Ratnamani Maharana

ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଲଗାତର ୬ ଦିନ ବନ୍ଦ ରହିବ ବ୍ୟାଙ୍କ

Ratnamani Maharana

ଆସୁଛନ୍ତି ଗଜଲକ୍ଷ୍ମୀ : ସଜେଇ ହେଉଛି ଢେଙ୍କାନାଳ

Ratnamani Maharana

ଆଜିଠୁ ଦୁଲୁକିବ ଗୋପାଳପୁର ବେଳାଭୂମି

Ratnamani Maharana

ମିଠା ପ୍ୟାକେଟରେ ଏକ୍ସପାୟରୀ ଡେଟ୍‌ ଲେଖିବା ହେଲା ବାଧ୍ୟତାମୂଳକ

Ratnamani Maharana

ନାଗରିକତା ଆଇନ ବିରୋଧରେ ସ୍ୱର ଉଠାଇବାକୁ କେରଳ ମୁଖ୍ୟମନ୍ତ୍ରୀଙ୍କ ନବୀନଙ୍କୁ ଚିଠି

Ratnamani Maharana