News

ଅଯୋଧ୍ୟା ଜମି ବିବାଦ ମାମଲା:ଅକ୍ଟୋବର ୨୯ରୁ ହେବ ଶୁଣାଣି

babri

ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ହିଁ ଶୁଣାଣି କରିବେ। ସୁପ୍ରିମକୋର୍ଟରେ ଆଜି ଏହି କଥା କୁହାଯାଇଛି। ଏହି ମାମଲାକୁ ୫ ଜଣିଆ ବୃହତ ବେଞ୍ଚକୁ ପଠାଇବା ଅନାବଶ୍ୟକ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଏନେଇ ଆସନ୍ତା ଅକ୍ଟୋବର ୨୯ରୁ ମାମଲାର ନିୟମିତ ଶୁଣାଣି ଆରମ୍ଭ ହେବ।

ଅଯୋଧ୍ୟା ରାମ ଜନ୍ମଭୂମି-ବାବରୀ ମସଜିଦ ମାମଲାରେ ସିଜେଆଇ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ବେଂଚ ଚଳିତ ବର୍ଷ ଜୁଲାଇ ୨୦ରେ ନିଜ ନିଷ୍ପତିକୁ ସୁରକ୍ଷିତ ରଖିଥିଲେ । ଏହାକୁ ରାମଭୂମି-ବାବରୀ ମସଜିଦ ମାମଲାରେ ମୁଖ୍ୟ ଅଂଶ ଭାବେ ବିଚାର କରାଯାଉଛି । ଜଷ୍ଟିସ ଦୀପକ ମିଶ୍ର ଏବଂ ଜଷ୍ଟିସ ଅଶୋକ ଭୂଷଣଙ୍କ ନିଷ୍ପତିକୁ ତୃତୀୟ ଜଜ୍ ଜଷ୍ଟିସ୍ ନଜୀର ଅସହମତି ପ୍ରକାଶ କରିଛନ୍ତି ।

babri

୧୯୯୪ରେ ସୁପ୍ରିମ କୋର୍ଟଙ୍କ ୫ଜଣିଆ ଖଣ୍ଡପୀଠ ଇସମାଇଲ ଫାରୁକିଙ୍କ ଆବେଦନକୁ ଗ୍ରହଣ କରି ରାମ ଜନ୍ମଭୂମିରେ ସ୍ଥିତାବସ୍ଥାକୁ ବଜାୟ ରଖିଥିଲେ। କୋର୍ଟ ଏହି ରାୟ ପ୍ରଦାନ କରିବା ପ୍ରଚ୍ଛଦରେ ହିନ୍ଦୁ ଧର୍ମାବଲମ୍ବୀ ସେଠାରେ ପୂଜାପାଠ କରିପାରିବେ। ଏହା ସହ କୋର୍ଟ ଇସଲାମରେ ମସଜିଦ୍‍ରେ କେବଳ ନମାଜ ପାଠ କରିବା ଜରୁରୀ ନୁହେଁ ବୋଲି ଉଲ୍ଲେଖ ଥିବା ଦର୍ଶାଇ ଥିଲେ। ୨୦୧୦ରେ ଆଲ୍ଲାହାବାଦ ଉଚ୍ଚ ନ୍ୟାୟାଳୟ ରାମ ଜନ୍ମଭୂମୀ ବିବାଦ ମାମଲାର ବିଚାର କରି ବାବରି ମସଜିଦ୍‍ ଅଞ୍ଚଳର ଏକ ତୃତୀୟାଂଶ ମୁସଲିମ, ଏକ ତୃତୀୟାଂଶ ହିନ୍ଦୁ ଓ ଏକ ତୃତୀୟାଂଶ ରାମ ଲାଲାଙ୍କୁ ପ୍ରଦାନ କରିଥିଲେ।

ପଢନ୍ତୁ;ପ୍ରଧାନମନ୍ତ୍ରୀ ହେଲେ ଚମ୍ପିୟନ ଅଫ୍‌ ଦି ଆର୍ଥ

Related posts

ଜରୁରୀ ଅବତରଣ ସମୟରେ ରନ୍‌ଓ୍ୱେରୁ ଖସିଗଲା ବିମାନ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Ratnamani Moharana

କଲୋମ୍ବୋ ବିସ୍ପୋରଣରେ ପ୍ରାଣ ହରାଇଥିବା ୪ ଭାରତୀୟଙ୍କ ମରଶରୀର ଫେରିଲା ଭାରତ

Ratnamani Moharana

ଟ୍ରମ୍ପ ଟାଓ୍ଵାରରେ ଅଗ୍ନିକାଣ୍ଡ,୨ ଗୁରୁତର ଆହତ

ENO Beuro

Leave a Comment