EnewsOdia.Com

ଅଯୋଧ୍ୟା ପାଇଁ ବଡ଼ ଯୋଜନା

ଅଯୋଧ୍ୟାର ବିବାଦୀୟ ସ୍ଥଳରେ ରାମ ମନ୍ଦିର ନିର୍ମାଣ ପାଇଁ ସୁପ୍ରିମ୍‌ କୋର୍ଟଙ୍କ ୫ ଜଣିଆ ସମ୍ବିଧାନ ପୀଠ ଗତକାଲି ରାୟ ପ୍ରକାଶ କରିବା ପରେ ଏବେ ମନ୍ଦିର ନିର୍ମାଣ ପ୍ରକ୍ରିୟା ତ୍ବରାନ୍ବିତ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ୩୦ ବର୍ଷ ପୂର୍ବରୁ ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା ଏବଂ ସ୍ଥପତି ଚନ୍ଦ୍ରକାନ୍ତ ସୋମପୁରା ଏହାର ରୂପରେଖ ପ୍ରସ୍ତୁତ କରିଥିଲେ। ବିଶ୍ବ ହିନ୍ଦୁ ପରିଷଦର ଦିବଂଗତ ନେତା ଅଶୋକ ସିଂଘଲଙ୍କ ସହିତ ମିଶି ସେ ଏହାକୁ ପ୍ରସ୍ତୁତ କରିଥିଲେ। ରାମ ମନ୍ଦିର ନିର୍ମାଣ କାର୍ଯ୍ୟରେ ଯଦି ୨୦୦୦ କାରିଗର ନିୟୋଜିତ ହେବେ ତା’ହେଲେ ଅଢ଼େଇ ବର୍ଷ ମଧ୍ୟରେ ମନ୍ଦିର ନିର୍ମାଣ ଶେଷ ହେବ ବୋଲି ସେ କହିଛନ୍ତି। ଏହି ନିର୍ମାଣ ପାଇଁ ପ୍ରାୟ ୧ ଶହ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି ।

ରାମ ମନ୍ଦିର ନିର୍ମାଣ ସହ ସମଗ୍ର ନଗରୀକୁ ଅତ୍ୟାଧୁନିକ ରୂପରେ ସଜାଇବା ପାଇଁ ସ୍ଥାନୀୟ ମେୟର ଯୋଜନା ପ୍ରସ୍ତୁତ କରିଛନ୍ତି। ପ୍ରସିଦ୍ଧ ସରଯୂ ନଦୀ କୂଳରେ ଭଗବାନ ରାମଙ୍କର ୧୫୧ ମିଟର ଉଚ୍ଚ ପ୍ରତିମୂର୍ତ୍ତି ନିର୍ମାଣ ସହ ସ୍ଥାନୀୟ ରେଳ ଷ୍ଟେସନ୍‌କୁ ପ୍ରସ୍ତାବିତ ରାମ ମନ୍ଦିର ଶୈଳୀରେ ନିର୍ମାଣ କରାଯିବାର ପ୍ରସ୍ତାବ ରହିଛି।

ମେୟର ଋଶିକେଷ ଉପାଧ୍ୟାୟଙ୍କ ସୂଚନାନୁଯାୟୀ, ଏହି ପୁରାତନ ମନ୍ଦିର ନଗରୀକୁ ଅତ୍ୟାଧୁନିକ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳାଯିବା ଯୋଜନା ରହିଛି। ଏହି ଯୋଜନାନୁଯାୟୀ, ନଗରୀରରେ ଭଗବାନ ରାମଙ୍କ ପାଇଁ ଉତ୍ସର୍ଗୀକୃତ ୧୦ଟି ଫାଟକ ନିର୍ମାଣ ହେବ।

ଏଠାରେ ଏକ ବିମାନବନ୍ଦର ନିର୍ମାଣ ହେବ।ସମଗ୍ର ନଗରୀରରେ ଭୂ-ତଳ ​‌େ​‌କବୁଲ ବିଛାଯିବ। ଦଶ ହଜାର ଲୋକ ରହିବା ପାଇଁ ଆବାସସ୍ଥଳୀ ‘ରାଏନ ବସେରା’ ନିର୍ମାଣ ହେବ। ଅଯୋଧ୍ୟାରୁ ଫୈଜାବାଦ ମଧ୍ୟରେ ୫କିମି ଦୀର୍ଘ ଫ୍ଲାଏ ଓଭର ନିର୍ମାଣ ହେବ।
ପଢନ୍ତୁ: ସନ୍ତୁଷ୍ଟ ନୁହଁ, କିନ୍ତୁ ସମ୍ମାନ ଦେବୁ; ମୁସଲିମ୍ ପର୍ସନଲ ଲ ବୋର୍ଡ୍

ସମ୍ବନ୍ଧିତ ଖବର

ତୃତୀୟ ସପ୍ତାହରେ ଓଡ଼ିଶା ଛାଡ଼ିବ ‘ମୌସୁମୀ’

Ratnamani Maharana

ଫାଶୀ ପାଇବେ କି ନିର୍ଭୟା ଦୁଷ୍କର୍ମ ଘଟଣାର ଅଭିଯୁକ୍ତ!

Ratnamani Maharana

‘ବୋଲୋ ତାରାରାରା’ ଗୀତ ଗାଇ, ଲୋକଙ୍କୁ ଟ୍ରାଫିକ୍ ନିୟମ ନେଇ ସଚେତନ

Ratnamani Maharana

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ମଣିଷର ମୁହଁ ଭଳି ଦେଖାଯାଉଥିବା ମାଛର ମୁହଁ

Ratnamani Maharana

ଆରବ ସାଗରରେ ଲଘୁଚାପ : ଅକ୍ଟୋବରରେ ଓଡ଼ିଶାକୁ ନାହିଁ ବାତ୍ୟା ଭୟ

Ratnamani Maharana

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଲେ ବିସ୍ମୟ ବାଳିକା ଦୀପ୍ତି ଶର୍ମା

Ratnamani Maharana