News

ରେଡିଏସନ୍‌ରୁ ରକ୍ଷା କରିବା ପାଇଁ ବେଲପତ୍ର ମୋବାଇଲ କଭର୍‌ ପ୍ରସ୍ତୁତ କଲେ ଯୁବ ବୈଜ୍ଞାନିକ ଆୟୁଷ

Ayush Card Gfx 1 00000

କମ୍‌ ବୟସ, ସ୍ୱଳ୍ପ ଅଭିଜ୍ଞତା ବେଳେବେଳେ ଏପରି କିଛି କାମ କରି ଦେଖାଏ ଯାହାକୁ ସାରା ଦୁନିଆ ପ୍ରଶଂସା କରିବା ଆରମ୍ଭ କରେ । ସେହିଭଳି ଭୁବନେଶ୍ୱରର ଦ୍ୱାଦଶ ଶ୍ରେଣୀର ଛାତ୍ର ଆୟୁଷ ଆଚାର୍ଯ୍ୟ  ନୂତନ କରି ଆବିଷ୍କାର କରିଛନ୍ତି ବେଲପତ୍ରର ମୋବାଇଲ କଭର । କଥାବାର୍ତ୍ତା ହେବା ସମୟରେ ମୋବାଇଲରୁ ନିର୍ଗତ ରେଡିଏସନ ଶରୀରକୁ ଅନେକ କ୍ଷତି ପହଞ୍ଚାଇଥାଏ । ମାତ୍ର ବେଲପତ୍ରରେ ପ୍ରସ୍ତୁତ ମୋବାଇଲ କଭର ଏହି ରେଡିଏସନକୁ କମାଇପାରିବ । ଏପରି ଏକ ନିଆରା ଆବିଷ୍କାର କରି ଚର୍ଚ୍ଚାକୁ ଆସିଛନ୍ତି ଭୁବନେଶ୍ୱରର ଦ୍ୱାଦଶ ଶ୍ରେଣୀର ଛାତ୍ର ଆୟୁଷ ଆଚାର୍ଯ୍ୟ ।

ଛୋଟବେଳୁ ହିଁ ଆୟୁଷ କିଛି ନୂଆ କରିବା ପାଇଁ ଆଗ୍ରହୀ ଥିଲେ । ଚାରି ବର୍ଷର ଅକ୍ଲାନ୍ତ ପରିଶ୍ରମ ପରେ ଆଜି ସେ ଏପରି ଏକ ସଫଳତା ପାଇଛନ୍ତି । ବେଲପତ୍ରରେ ପ୍ରସ୍ତୁତ ମୋବାଇଲ କଭରକୁ ନେଇ ସେ ବେଶ ସମ୍ମାନିତ ଏବଂ ପୁରସ୍କୃତ ହୋଇଛନ୍ତି । ଅନେକ କଂପାନୀ ତାଙ୍କର ଏହି ଆବିସ୍କାରକୁ ନିଜର କରିବା ପାଇଁ ଧାଡ଼ି ଲମ୍ବାଇଛନ୍ତି । ତାଙ୍କୁ ନେଇ ବେଶ ଗର୍ବିତ ଅଛନ୍ତି ତାଙ୍କ ପରିବାର ଲୋକ । ଏବେ ଏହି ମୋବାଇଲ କଭରକୁ ସାଧାରଣ ଲୋକଙ୍କୁ ସୁଲଭ ମୂଲ୍ୟରେ ଯୋଗାଇଦେବା ପାଇଁ ଚାହୁଁଛନ୍ତି ଆୟୂଷ । ଏଥିପାଇଁ ସେ ସରକାରଙ୍କ ଶୁଭଦୃଷ୍ଟି ଅପେକ୍ଷାରେ ରହିଛନ୍ତି ।

ପଢନ୍ତୁ: ପାକିସ୍ତାନକୁ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ରୋକଠୋକ ମନାକଲା ଚୀନ

Related posts

ପୁଅ ବାହାଘର ପାଇଁ ଲାଲୁଙ୍କ ପାରୋଲ ଆବେଦନ ମଞ୍ଜୁର!

ENO Beuro

ସେନା ଅଫିସକୁ ରାଖୀ ପଠାଇଲେ ଯାଜପୁରର କଲେଜ ଛାତ୍ରୀ

Ratnamani Moharana

ରେଡିଓକଲାରରେ କୁମ୍ଭୀରଙ୍କୁ ଟ୍ରାକିଂ କରିବ ବନ ବିଭାଗ

Ratnamani Moharana

1 comment

Leave a Comment