News

ଆୟୁଷ୍ମାନ ଭାରତ ଆରମ୍ଭ, ଉପକୃତ ହେବେ ୧୦କୋଟି ଗରିବ ପରିବାର

modi

ଝାଡ଼ଖଣ୍ଡର ରାଞ୍ଚି ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉଚ୍ଚାଭିଳାଷୀ ସ୍ୱାସ୍ଥ୍ୟ ବୀମା ଯୋଜନା ‘ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା’ର ଶୁଭାରମ୍ଭ କରିଛନ୍ତି। ସେପ୍ଟେମ୍ବର ୨୩ ତାରିଖରୁ ଦେଶର ୪୪୫ଟି ଜିଲ୍ଲାରେ ଏକା ସହିତ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନା ଦ୍ୱାରା ୫୦କୋଟି ଲୋକ ଉପକୃତ ହେବେ ବୋଲି ସରକାରୀ ଭାବେ କୁହାଯାଇଛି। ଏହି ଯୋଜନା ବିଷୟରେ ଜାଣିବା ପାଇଁ ଲୋକମାନେ ଦେୟମୁକ୍ତ ନଂ ୧୪୫୫୫ରେ ଯୋଗାଯୋଗ କରିପାରିବେ।

ଏହି ଯୋଜନାରେ ଦେଶର ୧୦ କୋଟିରୁ ଅଧିକ ଗରିବ ପରିବାର ବାର୍ଷିକ ୫ ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟ ବୀମା ପାଇବେ । SECC ଡାଟା ଅନୁସାରେ ଗ୍ରାମାଞ୍ଚଳର ୮. ୩ କୋଟି ଏବଂ ସହରାଞ୍ଚଳର ୨. ୩୩ କୋଟି ପରିବାର ଉପକୃତ ହେବେ । ପ୍ରାୟ ୫୦ କୋଟି ଲୋକ ଯୋଜନାର ସୁଫଳ ପାଇବେ । ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନାରେ ଯେଉଁ ହିତାଧିକାରୀ ଅଛନ୍ତି, ସେମାନେ ମଧ୍ୟ ଏଥିରେ ସାମିଲ ହେବେ।

modi

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ବର୍ତମାନ ସୁଦ୍ଧା ଦେଶର ୧୩,୦୦୦ ଡାକ୍ତରଖାନା ଏହି ଯୋଜନାର ଅଂଶବିଶେଷ ହୋଇସାରିଲେଣି। ପ୍ରଧାନମନ୍ତ୍ରୀ ମଧ୍ୟ ୧୦ଟି ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ରର ଉଦ୍‌ଘାଟନ କରିଛନ୍ତି। ଦେଶରେ ଏପରି କେନ୍ଦ୍ରଗୁଡ଼ିକର ସଂଖ୍ୟା ୨୩୦୦ରେ ପହଁଚିଛି। ସେ କହିଥିଲେ ୪ ବର୍ଷ ମଧ୍ୟରେ ଭାରତରେ ଏପରି ୧.୫ ଲକ୍ଷ କେନ୍ଦ୍ର ପ୍ରତିଷ୍ଠା କରିବା ଲାଗି ଲକ୍ଷ୍ୟ ରଖାଯାଇଛି।

ପଢନ୍ତୁ;ମୋଦି ଗଲେ, ଆଜି ପୁରୀ ଆସୁଛନ୍ତି ଅମିତ ଶାହ

Related posts

ଭାରତରେ ଆଉ ଚାଲିବନି ‘ଟିକ୍‌ଟକ୍‌’

Ratnamani Moharana

କେନ୍ଦ୍ର ସରକାର ଦେଲେ ଅନୁମତି ,ଏବେ ୭୦ କିଲୋମିଟର ବେଗରେ ଚଳାଇ ପାରିବେ ଗାଡ଼ି

ENO Beuro

ରୋଗୀଙ୍କ ମୃତ୍ୟୁ ପରେ ଭୟଭୀତ ହୋଇ ନିଜର ତଣ୍ଟି କାଟିଲେ ଡାକ୍ତର

ENO Beuro

Leave a Comment