• Home
  • SPORTS
  • ଆଜଲାନ ଶାହ କପ୍‌ ହକି : ଇଂଲଣ୍ଡ ସହ ପଏଣ୍ଟ୍‌ ଭାଗ କଲା ଭାରତ
SPORTS

ଆଜଲାନ ଶାହ କପ୍‌ ହକି : ଇଂଲଣ୍ଡ ସହ ପଏଣ୍ଟ୍‌ ଭାଗ କଲା ଭାରତ

ଆଜଲାନ ଶାହ କପ୍‌ ହକି: ଭାରତ- ଇଂଲଣ୍ଡ ମ୍ୟାଚ୍‌

ରବିବାର ୨୭ ତମ ସୁଲତାନ ଆଜଲାନ ଶହା ହକି ଟୁର୍ଣ୍ଣାମେଣ୍ଟରେ ଖେଳାଯାଇଥିବା ଦ୍ଵିତୀୟ ମୁକାବିଲାରେ ଇଂଲଣ୍ଡ ମାର୍କଗ୍ଲେଗହର୍ଣ୍ଣଙ୍କ ଦମରେ ମ୍ୟାଚୁ ଡ୍ର ରଖିବାରେ ସକ୍ଷମ ହୋଇଛି। ଏହା ପୂର୍ବରୁ ଶନିବାର ଖେଳାଯାଇଥିବା ନିଜର ପ୍ରଥମ ମୁକାବିଲାରେ ଭାରତ ଆର୍ଜେଣ୍ଟିନାଠୁ ୨-୧ ଏବଂ ଇଂଲଣ୍ଡ ବିଶ୍ଵର ଏକ ନମ୍ବର ଦଳ ଅଷ୍ଟ୍ରେଲିଆଠୁ ୪-୧ ଗୋଲରେ ପରାଜିତ ହୋଇଥିଲା

ପ୍ରଥମ କ୍ୱାର୍ଟରରେ ଶିଳାନନ୍ଦ ଏହି ଗୋଲ୍‌ କରିବା ପରେ ପରବର୍ତୀ ଦୁଇ କ୍ୱାର୍ଟର ଗୋଲ୍‌ ଶୂନ୍ୟ ରହିଥିଲା। ଏହି ସମୟରେ ଭାରତ ୮ଟି ପେନାଲ୍‌ଟି କର୍ନର ପାଇଥିଲେ ମଧ୍ୟ ସବୁଗୁଡ଼ିକୁ ଇଂଲଣ୍ଡ ଗୋଲ୍‌ରକ୍ଷକ ପ୍ରତିହତ କରିଦେଇଥିଲେ। ଭାରତ ଗୋଲ୍‌ କରିପାରିନଥିଲେ ମଧ୍ୟ ପ୍ରତିପକ୍ଷକୁ ଗୋଲ୍‌ କରିବାରୁ ସୁଯୋଗ ଦେଇନଥିଲା। ତୃତୀୟ କ୍ୱାର୍ଟର ଆରମ୍ଭରୁ କିନ୍ତୁ ଭାରତକୁ ଝଟ୍‌କା ଲାଗିଥିଲା। ଶିଳାନନ୍ଦ ସବୁଜ କାର୍ଡ ପାଇଁ ପଡ଼ିଆ ବାହାରକୁ ଚାଲିଯାଇଥିବାରୁ ଭାରତ ୧୦ ଜଣରେ ଖେଳିଥିଲା। ଏହି ସମୟରେ ଇଂଲଣ୍ଡ ତା’ର ପ୍ରଥମ ପେନାଲ୍‌ଟି କର୍ନର ପାଇଥିଲା। ହେଲେ ଭାରତ ଗୋଲ୍‌ ହେବାକୁ ଦେଇନଥିଲା।

ତୃତୀୟ କ୍ୱାର୍ଟର ସୁଦ୍ଧା ୧-୦ରେ ଆଗୁଆ ରହିଥିବା ଭାରତ ଏହି ମ୍ୟାଚ୍‌ ଜିତିବାର ସମ୍ଭାବନା ମଧ୍ୟ ରହିଥିଲା। ଏପରିକି ଭାରତ ମଧ୍ୟ ୫୨ ମିନିଟ୍‌ ପର୍ଯ୍ୟନ୍ତ ଅଗ୍ରଣୀ ବଜାୟ ରଖିଥିଲା। ହେଲେ ଚତୁର୍ଥ କ୍ୱାର୍ଟରରେ ତଥା ୫୨ ମିନିଟ୍‌ରେ ମାର୍କ ଗ୍ଲେଗ୍‌ହର୍ନ ପେନାଲ୍‌ଟି ଷ୍ଟ୍ରୋକ୍‌ ଜରିଆରେ ଗୋଲ୍‌ କରି ଭାରତ ହାତରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲେ। ତଥାପି ୫୯ ମିନିଟ୍‌ରେ ଭାରତ ପାଇଁ ବିଜୟ ସୁଯୋଗ ଆସିଥିଲା।

ବରୁଣ କୁମାରଙ୍କ ଲମ୍ବା ସଟ୍‌ ଇଂଲଣ୍ଡର ଷ୍ଟ୍ରାଇକିଂ ସର୍କଲ ଭିତରେ ଚାଲିଯାଇଥିଲା ବେଳେ ଭାରତ ଏହାର ଫାଇଦା ଉଠାଇ ପାରିନଥିଲା। ଫଳରେ ନିର୍ଧାରିତ ସମୟ ଶେଷରେ ମ୍ୟାଚ୍‌ ୧-୧ ସ୍ଥିତିରେ ଅମୀମାଂସିତ ରହିବାରୁ ଉଭୟ ଦଳ ପଏଣ୍ଟ୍‌ ବାଣ୍ଟିଥିଲେ। ୨ ମ୍ୟାଚ୍‌ରୁ ଗୋଟିଏ ପରାଜୟ ଓ ଗୋଟିଏ ଅମୀମାଂସିତ ସହାୟତାରେ ଭାରତ ଏହି ୬ ଦଳୀୟ ପ୍ରତିଯୋଗିତାରେ ଚତୁର୍ଥ ସ୍ଥାନରେ ରହିଛି। ସୋମବାର ବିଶ୍ରାମ ଦିବସ ଥିବାରୁ ଭାରତ ତା’ର ତୃତୀୟ ତଥା ପରବର୍ତୀ ମ୍ୟାଚ୍‌ ଆସନ୍ତା ୬ ତାରିଖ ଦିନ ବିଶ୍ୱ ମାନ୍ୟତାର ଶୀର୍ଷ ଅଷ୍ଟ୍ରେଲିଆ ସହ ଖେଳିବ।

ଆଜଲାନ ଶାହ କପ୍‌ ହକି : ଇଂଲଣ୍ଡ ସହ ପଏଣ୍ଟ୍‌ ଭାଗ କଲା ଭାରତ hockey

ପଢନ୍ତୁ;

୯୦ ତମ ଓସ୍କାର ପୁରସ୍କାର ସମାରୋହ : ବିଶିଷ୍ଟ ଅଭିନେତା ଶଶି କପୁର ଓ ଶ୍ରୀଦେବୀଙ୍କୁ ଦିଆଗଲା ଶ୍ରଦ୍ଧାଂଜଳି

Related posts

ବିଜୟ ହଜାରେ ଟ୍ରଫି: ପ୍ରତିଯୋଗିତାରେ ଓଡିଶା ହାସଲ କରିଛି ଦ୍ୱିତୀୟ ବିଜୟ

Krishna Kumar Manoj

ପୁଣି ଥରେ ସ୍ଵର୍ଣ୍ଣ ପଦକ ଜିତିବାର ସୌଭାଗ୍ୟ ଅର୍ଜନ କଲେ ଏମ୍‌ସି ମେରିକମ

Krishna Kumar Manoj

ନିଦାହାସ ଟ୍ରଫି : ଆଜି ବାଂଲାଦେଶକୁ ଭେଟିବ ଭାରତ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More