• Home
  • Entertainment
  • ପ୍ରଥମ ଦିନରେ ‘ବାଗୀ ୨’ର ‘ରେଡ’ ଏବଂ ‘ହିଚିକି’ ଅପେକ୍ଷା ଭଲ ବ୍ୟବସାୟ କରିପାରିଛି
Entertainment

ପ୍ରଥମ ଦିନରେ ‘ବାଗୀ ୨’ର ‘ରେଡ’ ଏବଂ ‘ହିଚିକି’ ଅପେକ୍ଷା ଭଲ ବ୍ୟବସାୟ କରିପାରିଛି

ପରଦାରେ ଗର୍ଜୁଛି ଟାଇଗର

ଟାଇଗର ଶ୍ରଫଙ୍କ ଫିଲ୍ମ ‘ବାଗୀ ୨’ ବକ୍ସ ଅଫିସରେ ପ୍ରଥମ ଦିନରେ ଭଲ ବ୍ୟବସାୟ କରିଛି । ଫିଲ୍ମ କ୍ରିଟିକ୍ ମଧ୍ୟ ସିନେମାଟିକୁ ଭଲ ରିଭ୍ୟୁ ଦେଇଛନ୍ତି । ‘ବାଘୀ-୨‘ ମାଧ୍ୟମରେ ବଲିଉଡ ନାୟକ ଟାଇଗର ସ୍ରଫ୍‌ ଏବେ ଫୁଲ୍‌ ଫର୍ମକୁ ଆସିଯାଇଛନ୍ତି । ଖାଲି ୨୦୧୮ ମସିହା ନୁହେଁ ନିଜ କ୍ୟାରିୟରରେ ଓପନିଙ୍ଗ କଲେକ୍ସନକୁ ନେଇ ରେକର୍ଡ କରିଛନ୍ତି ।

ଏହି ରୋମାଟିଂକ ଆକ୍ସନ ଫିଲ୍ମରେ ଦିଶା ପଟାନିଙ୍କ ଅଭନୟକୁ ମଧ୍ୟ ଦର୍ଶକ ପସନ୍ଦ କରିଛନ୍ତି ।ଟାଇଗରଙ୍କ କ୍ୟାରିୟରର ଏହା ସବୁଠାରୁ ବଡ ଫିଲ୍ମ। ସାରା ଦେଶରେ ଏହା ପାଖାପାଖି ୩ହଜାର ୫ଶହ ସ୍କ୍ରିନରେ ରିଲିଜ୍‌ ହୋଇଥିବା ବେଳେ ଅନ୍ୟ ୪୫ଟି ଦେଶରେ ପ୍ରାୟ ୬୨୫ଟି ସ୍କ୍ରିନରେ ରିଲିଜ୍‌ ହୋଇଛି ‘ବାଘୀ-୨’ ।

ସିନେ ସମିକ୍ଷକଙ୍କ କହିବା ଅନୁସାରେ’ବାଗୀ ୨’ ବକ୍ସ ଅଫିସରେ ରେକର୍ଡ ଠାରୁ ଅଧିକ ବ୍ୟବସାୟ କରିପାରେ । ଏହା ସହିତ ଟାଇଗରଙ୍କ ସିନେମା ଏକ ବଡ ରେକର୍ଡ ତିଆରି କରିଛି । ‘ରେଡ’ ଏବଂ ‘ହିଚିକି’ ସୁପରଷ୍ଟାରଙ୍କ ସିନେମା ହୋଇ ମଧ୍ୟ ‘ବାଗୀ ୨’କୁ ମଣିଙ୍ଗ ସୋରେ ୪୦ ପ୍ରତିଶତ ସିଟି ଫୁଲ ହୋଇଯାଇଥିଲା ।

ଫ୍ରାଇଡେ ରିଲିଜ୍‌ରେ ସାମିଲ ହୋଇ ମାର୍ଚ୍ଚ ୩୦ରେ ପରଦାକୁ ଆସିଥିବା ଏହି ଫିଲ୍ମ ପ୍ରଥମ ଦିନରେ ଆୟ କରିଛି ୨୫.୧୦କୋଟି ଟଙ୍କା। ‘ପଦ୍ମାବତ୍‌’ର ପ୍ରଥମ ଦିନର ଆୟକୁ ମଧ୍ୟ ପଛରେ ପକାଇ ଦେଇଛି ‘ବାଘୀ-୨’।

ସାଜିଦ ନାଡିଆଡୱାଲାଙ୍କୁ ଏହି ସିନେମା ବିଷୟରେ ଏକ ଟ୍ୱ୍ୟୁଟର ୟୁଜର କହିଲା କି, ‘ଟାଇଗରର ଏଂଟ୍ରି ଏବଂ ଷ୍ଟଂଟ ବହୁତ ଭଲ ହୋଇଥଲା । ଆଉଜଣେ ୟୁଜର କହିଲେ ଟାଇଗର ଏବଂ ଦିଶା ବିଲକୁଲ ରିୟଲ ଲାଗୁଛି ।

ପ୍ରଥମ ଦିନରେ ‘ବାଗୀ ୨’ର ‘ରେଡ’ ଏବଂ ‘ହିଚିକି’ ଅପେକ୍ଷା ଭଲ ବ୍ୟବସାୟ କରିପାରିଛି News 3 1

ପଢନ୍ତୁ ;

ବାସ୍ତୁଶାସ୍ତ୍ର ଅନୁସାରେ ଅରଖ ଫୁଲର ମହତ୍ଵ ବିଷୟରେ ଜାଣନ୍ତୁ

Related posts

ଗର୍ଲଫେଣ୍ଡଙ୍କ ଘରର ଆଲମାରୀରେ ଲୁଚିଥିବା ବେଳେ କିପରି ଧରାପଡିଥିଲେ ସଲମାନ?

Krishna Kumar Manoj

ଗଲି ବୟ ଫିଲ୍ମରେ ରଣବୀର ସିଂଙ୍କ ନୂଆ ଲୁକ

Krishna Kumar Manoj

Dont’ Worry – A New Comedy Show Coming Very Soon To Entertain You

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More