• Home
  • Entertainment
  • ରିଲିଜ ହେଲା ଆକ୍ସନ୍‌-ରୋମାଣ୍ଟିକ ସିନେମା ‘ବାଗି-୨’ର ଟ୍ରେଲର୍‌
Entertainment

ରିଲିଜ ହେଲା ଆକ୍ସନ୍‌-ରୋମାଣ୍ଟିକ ସିନେମା ‘ବାଗି-୨’ର ଟ୍ରେଲର୍‌

 ‘ବାଗି-୨’ ଟ୍ରେଲର୍‌  ରିଲିଜ ହୋଇଛି

ଟାଇଗର ଶ୍ରୋଫ୍‌ ଅଭିନୀତ ଆକ୍ସନ୍‌-ରୋମାଣ୍ଟିକ ସିନେମା ‘ବାଗି-୨’ର ଟ୍ରେଲର ବୁଧବାର ରିଲିଜ ହୋଇଛି । ଏହାକୁ ନେଇ ବମ୍ବେର ରେସକୋର୍ସଠାରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ହେଲିକପ୍ଟର ଯୋଗେ ଟାଇଗର ଓ ଦିଶା ପଟାନୀ ପହଞ୍ଚିଥିଲେ। ପୂର୍ବ ବାଗି ପରି ବାଗି-୨ର ଟ୍ରେଲରରେ ମଧ୍ୟ ଟାଇଗରଙ୍କ ଦମ୍‌ଦାର ଆକ୍ସନ ଦେଖିବାକୁ ମିଳୁଛି।

‘ବାଗି-୨’ରେ ମୁଖ୍ୟ ଭୂମିକାରେ ଅଛନ୍ତି ବଲିଉଡର ପରଫେକ୍ସନିଷ୍ଟ ଟାଇଗର ଶ୍ରଫ୍‌ ଏବଂ ତାଙ୍କ ପ୍ରେମିକା ଦିଶା ପଟାନୀ । ଟ୍ରେଲର୍‌ ରିଲିଜ ପରେ ଟାଇଗରଙ୍କ ଲୁକ୍‌ ଏବଂ ତାଙ୍କ ଆକ୍ସନ୍‌ଙ୍କୁ ବେଶ ପସନ୍ଦ କରିଛନ୍ତି ଦର୍ଶକେ । ‘ବାଗି’ ଠାରୁ ଏହା ସମ୍ପୁର୍ଣ୍ଣ ଅଲଗା ଲାଗୁଛି ବୋଲି ପ୍ରଶଂସକମାନେ ମତ ରଖିଛନ୍ତି । ଖାସ୍‌ କରି ଏଥିରେ ଥିବା ଟାଇଗର୍‌ଙ୍କର ଆକ୍ସନ୍‌ ସିକ୍ୟୁଏନ୍ସକୁ ଦେଖି ଦର୍ଶକମାନେ ବେଶ ପସନ୍ଦ କରିବା ସହ ତାଙ୍କ ଭଲପାଇବା ମଧ୍ୟ ବଢ଼ି ଯାଇଛି ବୋଲି ଅନେକ ପ୍ରଶଂସକ ମତ ରଖିଛନ୍ତି ।

ଫିଲ୍ମରେ ନିଜର ନାୟିକା ପାଇଁ ନାୟକ କିପରି ସମସ୍ତଙ୍କ ସହ ଲଢ଼ୁଛି, ତାହା ଦେଖିବାକୁ ମିଳିଛି । ଏହା ପୂର୍ବରୁ ଟାଇଗର୍‌ ଏବଂ ଦିଶା ଏକ ମ୍ୟୁଜିକାଲ ଭିଡ଼ିଓରେ ଏକା ସାଙ୍ଗରେ ନଜର ଆସି ସାରିଛନ୍ତି । ଦୁହେଁ ଅସଲ ଜୀବନରେ ପ୍ରେମୀ ହୋଇଥିବା ବେଳେ ପରଦା ଉପରେ ମଧ୍ୟ ତାଙ୍କ ପ୍ରେମ କାହାଣୀକୁ ଦର୍ଶକମାନେ ପସନ୍ଦ କରିବେ ବୋଲି ଆଶା କରାଯାଉଛି । ଏହି ଫିଲ୍ମରେ ଟାଇଗର୍‌ ଏବଂ ଦିଶାଙ୍କ ବ୍ୟତୀତ ରଣଦୀପ ହୁଡ୍‍ଡ଼ା, ମନୋଜ ବାଜପାୟୀ ଏବଂ ପ୍ରତୀକ ବବ୍‌ର ମଧ୍ୟ ନଜର ଆସୁଛନ୍ତି । ତେବେ ‘ବାଗି-୨’ରିଲିଜ ନ ହେଉଣୁ ଏହାର ତୃତୟୀ ଭାଗ କରିବା ପାଇଁ ଫିଲ୍ମ ନିର୍ମାତା ମନସ୍ଥିର କରି ସାରିଛନ୍ତି । ଏଥିରେ ବି ଟାଇଗର୍‌ ମୁଖ୍ୟଭୂମିକାରେ ଆସିବେ ବୋଲି ଜଣା ପଡ଼ିଛି । କିନ୍ତୁ ତାଙ୍କ ବିପକ୍ଷରେ କେଉଁ ନାୟିକା କାମ କରିବେ ତାହା ସ୍ପଷ୍ଟ ହୋଇ ନାହିଁ ।

ରିଲିଜ ହେଲା ଆକ୍ସନ୍‌-ରୋମାଣ୍ଟିକ ସିନେମା ‘ବାଗି-୨’ର ଟ୍ରେଲର୍‌ baaghi 2
ପଢନ୍ତୁ ;

‘ସୁପର-୩୦’ରେ ହ୍ରିତିକ୍‌ଙ୍କ ନୂଆ ଲୁକ, ଚିହ୍ନି ପାରିଲେ ନାହିଁ ଫ୍ୟାନ

Related posts

ଜେନିଭାରେ ବିବାହ ବନ୍ଧନରେ ଆବଦ୍ଧ ହେବେ ବଲିଉଡ଼ ଅଭିନେତ୍ରୀ ସୋନମ କପୁର

Krishna Kumar Manoj

ଫିଲ୍ମ ଫ୍ରାଇଡେରେ ରିଲିଜ୍‌ ହେଲା ଫନ୍ନେ ଖାଁ, ମୁଲ୍କ ଏବଂ କାରୱାଁ

Krishna Kumar Manoj

ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ ‘ସ୍ତ୍ରୀ’ର ଟ୍ରେଲର ରିଲିଜ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More