Featured

ବାବା ରାମଦେବ ଲଞ୍ଚ କଲେ ପତଞ୍ଜଳି ସିମ୍ ! ୧୪୪ ଟଙ୍କାରେ ମିଳିବ ୨ ଜିବି ଡାଟା ସହ ୫ ଲକ୍ଷ ଟଙ୍କାର ଜୀବନ ବୀମା

ବଜାରକୁ ଆସିଲା ପତଞ୍ଜଳି ସିମ୍‌

ଯୋଗ ଗୁରୁ ବାବା ରାମ ଦେବ ବର୍ତମାନ ଟେଲିଫୋନ ସେକ୍ଟରରେ ପାଦ ଥାପିଛନ୍ତି । ଜିଓକୁ ଟକ୍କର ଦେବେ ବାବା ରାମଦେବ । ଲଞ୍ଚ ହେଲା ପତଞ୍ଜଳୀ ସିମ । ରବିବାର ଏକ ଇଭେଣ୍ଟରେ ଯୋଗଦେବା ବେଳେ ବାବା ରାମଦେବ ଏକ ସିମ କାର୍ଡ଼ ଲଞ୍ଚ କରିଛନ୍ତି ।  ଏହି ସିମ୍ ୧୪୪ ଟଙ୍କାରେ କିଣିଲେ ଅନଲିମିଟେଡ କଲ୍ ସହ ୨ ଜିବି ଡାଟା ମିଳିବ ।

ଏହାର ନାଁ ସ୍ୱଦେଶୀ ସମୃଦ୍ଧି ସିମ କାର୍ଡ଼ ରଖାଯାଇଛି । ଯାହାକୁ ପତଞ୍ଜଳି କମ୍ପାନି ଓ ବିଏସଏନଏଲ କମ୍ପାନି ମିଳିତ ଭାବେ ବଜାରକୁ ପ୍ରବେଶ କରାଇଛନ୍ତି । ଭାରତୀୟ ବଜାରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଥିବା ବାବା ରାମଦେବଙ୍କ ଏହି ସ୍ୱଦେଶୀ ସିମର ଅନେକ ଗୁଡ଼ିଏ ଫିଚର ରହିଛି । ତେବେ ଏହି ସିମ ଏବେ କେବଳ ପତଞ୍ଜଳି କମ୍ପାନିର କର୍ମଚାରୀଙ୍କ ପାଇଁ ଉପଲବ୍ଧ ହେବ ।

୧୪୪ ଟଙ୍କାର ଏହି ସିମ୍ କିଣିଲେ ୨ ଜିବି ଡାଟା ସହ ମିଳିବ ଅସୀମିତ କଲ୍ ସୁବିଧା । ଏହା ସହ ପ୍ରତିଦିନ ୧୦୦ ମେସେଜ୍ କରିପାରିବେ ଗ୍ରାହକ । ଏହି ସିମରେ ଆଉ ଏକ ବିଶେଷ ଲାଭ ହେଉଛି ଯେ ଗ୍ରାହକ ଯଦି ପତଞ୍ଜଳି ଷ୍ଟୋରରୁ କୌଣସି ଜିନିଷ କିଣନ୍ତି ତେବେ ତାଙ୍କୁ ୧୦ ପ୍ରତିଶତ ରିହାତି ମିଳିବ । ଏହାସହ ପତଞ୍ଜଳି ନିଜର ସିମ୍ ୟୁଜରମାନଙ୍କୁ ସ୍ୱାସ୍ଥ୍ୟ, ଆକ୍ସିଡେଣ୍ଟ ଏବଂ ଲାଇଫ ଇନସୁରାନ୍ସ ମଧ୍ୟ ଯୋଗାଇଦେବ । ସ୍ୱେଦେଶୀ ସମୃଦ୍ଧି ସିମ୍ କାର୍ଡ ସହ ୟୁଜରଙ୍କୁ ୨.୫ ଲକ୍ଷ ଟଙ୍କାର ମେଡିକାଲ ଏବଂ ୫ ଲକ୍ଷ ଟଙ୍କାର ଲାଇଫ୍ ଇନସୁରାନ୍ସ ମିଳିବ ।

ହରିଦ୍ୱାରରେ ଆୟୋଜିତ ଏକ ସମାରୋହରେ ବାବା ରାମଦେବ ଏନେଇ ଘୋଷଣା କରିଛନ୍ତି । ରାମଦେବ କହିଛନ୍ତି ଏକ ସ୍ୱଦେଶୀ ନେଟୱର୍କ ହେଉଛି ବିଏସଏନଏଲ୍ । ଭାରତର ଖୁସି ଏବଂ ମଙ୍ଗଳ ହେଉଛି ଉଭୟ ବିଏସଏନଏଲ୍ ଏବଂ ପତଞ୍ଜଳିର ଉଦ୍ଦେଶ୍ୟ । ତେଣୁ ଉଭୟ କମ୍ପାନୀର ମିଳିତ ସହଯୋଗରେ ଏହି ସିମ୍ ଲଂଚ୍ କରାଯାଇଛି।

ବାବା ରାମଦେବ ଲଞ୍ଚ କଲେ ପତଞ୍ଜଳି ସିମ୍ ! ୧୪୪ ଟଙ୍କାରେ ମିଳିବ ୨ ଜିବି ଡାଟା ସହ ୫ ଲକ୍ଷ ଟଙ୍କାର ଜୀବନ ବୀମା patanjali sim

ପଢନ୍ତୁ ;

ବିବାହର ୨୦ ବର୍ଷ ପରେ ପତ୍ନୀଙ୍କଠାରୁ ଅଲଗା ହେବେ ଅଭିନେତା ଅର୍ଜୁନ ରାମ୍‌ପାଲ !

Related posts

ଦୃଷ୍ଟିଶକ୍ତି ଜନିତ ସମସ୍ୟାକୁ ଦୂର କରିବାକୁ, ଖାଦ୍ୟରେ ସାମିଲ କରନ୍ତୁ ଏହିସବୁ ଜିନିଷ

ENO Beuro

ମୁହଁ ହେଉଛି ସୁନ୍ଦରତାର ମୁଖ୍ୟ ଅଂଶ, ମୁହଁର ଯତ୍ନ ପାଇଁ ଯାଣନ୍ତୁ କିଛି ଘରୋଇ ଉପଚାର

ENO Beuro

ସୁପ୍ରିମକୋର୍ଟଙ୍କୁ ସରକାରଙ୍କ ସଙ୍କେତ : ଆଧାର ଲିଙ୍କ ଅବଧି ପୁଣି ବଢିବ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More