News

ବାବା ରାମପାଲଙ୍କୁ ଦୋଷୀ ସାବ୍ୟସ୍ତ କଲେ କୋର୍ଟ

rampal

ନିଜକୁ ବାବା ବୋଲାଉଥିବା ରାମପାଲଙ୍କୁ ଦୋଷୀ ସାବ୍ୟସ୍ତ କଲେ କୋର୍ଟ। ହରିୟାନା ହିସାରରେ ୨୦୧୪ରେ ଘଟିଥିବା ହିଂସାକାଣ୍ଡ ଓ ହତ୍ୟା ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଚାରି ବର୍ଷର ପୁରୁଣା ମାମଲାର ଶୁଣାଣି କରିଛନ୍ତି ହିସାର ଜିଲ୍ଲା କୋର୍ଟ । ଆସନ୍ତା ୧୬ ଓ ୧୭ ତାରିଖରେ କୋର୍ଟ ଦଣ୍ଡାଦେଶ ଶୁଣାଇବେ।

rampal

୨୦୧୪ରେ ଆଶ୍ରମରେ ପୋଲିସ ଏବଂ ଭକ୍ତଙ୍କ ମଧ୍ୟରେ ହୋଇଥିବା ମୁହାଁମୁହିଁ କାଣ୍ଡରେ ୫ ମହିଳା ଏବଂ ଜଣେ ଛୋଟପିଲାର ମୃତ୍ୟୁ ଘଟିଥିଲା। ଅଦାଲତଙ୍କ ରାୟ ପରେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଜିଲାରେ ୧୪୪ ଧାରା ଜାରି କରାଯାଇଛି। ୨ ହଜାରରୁ ଅଧିକ ଯବାନଙ୍କୁ ମୃତୟନ କରାଯିବା ସହିତ ମାଜିଷ୍ଟ୍ରେଟ୍‌ଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ସୂଚନାଯୋଗ୍ୟ,ପୋଲିସ ଏଫ୍‌ଆଇଆର୍‌ ନମ୍ବର ୪୨୯ ଏବଂ ୪୩୦ ଅନୁଯାୟୀ ମାମଲା ରୁଜୁ କରିଥିଲା । ରାମପାଲଙ୍କ ଉପରେ ନଭେମ୍ବର ୨୦୧୪ରେ ପୋଲିସ ମୋଟ ୭ଟି ମାମଲା ରୁଜୁ କରିଥିଲା । ଏଥିରେ ଦେଶଦ୍ରୋହ, ହତ୍ୟା, ଅବୈଧ ଭାବେ ସିଲିଣ୍ଡର ରଖିବା ଆଦି ଅନେକ ମାମଲା ସାମିଲ ଥିଲା।

ପଢନ୍ତୁ; ବର୍ଷାରେ ବେହାଲ ହେଲା ଟ୍ୱିନ୍‌ ସିଟି

Related posts

କଡ଼ାକଡ଼ି ହେବ ଟ୍ରାଫିକ୍‌ ନିୟମ : ବାଇକ ଚାଳକଙ୍କ ପାଇଁ ହେଲମେଟ୍ ବାଧ୍ୟତାମୂଳକ

ENO Beuro

ଆଜିଠୁ ଦେଶବ୍ୟାପୀ ଟ୍ରକ୍ ଧର୍ମଘଟ

ENO Beuro

ଭୁବନେଶ୍ୱରରେ ଆରମ୍ଭ ହେଲା ଜୁମ୍‌କାର୍‌ ସେବା, ଭଡା ଗାଡିକୁ ନିଜେ ଚଲାଇ ପାରିବେ

ENO Beuro

Leave a Comment