SPORTS

ବିଶ୍ୱ ଉସୁ ଚାମ୍ପିୟନସିପ:ବବୁଲୁଙ୍କୁ ରୌପ୍ୟ ପଦକ

ବ୍ରାଜିଲର ବ୍ରାସିଲିଆଠାରେ ଆୟୋଜିତ ସପ୍ତମ ବିଶ୍ୱ କନିଷ୍ଠ ଉସୁ ପ୍ରତିଯୋଗିତାରେ ଯୋଡ଼ାର ବବୁଲୁ ମୁଣ୍ଡା ରୌପ୍ୟ ପଦକ ଜିତି ଓଡ଼ିଶା ପାଇଁ ସୁନାମ ଆଣିଛନ୍ତି। ଏହି ଆନ୍ତର୍ଜାତିକ ପ୍ରତିଯୋଗିତାରେ ଉପକନିଷ୍ଠ ବିଭାଗରେ ସେ ଏହି ପଦକ ପାଇଥିଲେ।

କ୍ୱାଟର ଫାଇନାଲ ଓ ସେମି ଫାଇନାଲରେ ଯଥାକ୍ରମେ ପେରୁ ଓ ଇରାନରୁ ଆସିଥିବା ପ୍ରତିଯୋଗୀଙ୍କୁ ବବୁଲୁ ପରାସ୍ତ କରି ଫାଇନାଲ ଖେଳିଥିଲେ। ଏହି ପ୍ରତିଯୋଗିତା ପାଇଁ ଅଷ୍ଟମ ଶ୍ରେଣୀରେ ପଢୁଥିବା ବବୁଲୁ ଚୀନରେ ପ୍ରଶିକ୍ଷଣ ସମେତ କଠିନ ପ୍ରସ୍ତୁତି କରିଥିଲେ।

କେନ୍ଦୁଝର ଜିଲାର ଦେଓଝର ପଞ୍ଚାୟତର ସିଆଳିଯୋଡା ଗ୍ରାମର ବବୁଲୁ। ତାଙ୍କର ପ୍ରଥମ ପ୍ରତିଯୋଗିତା ରାଜ୍ୟସ୍ତରୀୟ କିକ୍‌ ବକ୍ସିଂ ଚାମ୍ପିୟନସିପ୍‌ରେ ରୌପ୍ୟ ପଦକ ହାସଲ କରିଥିଲେ। ଗତ ମାର୍ଚ୍ଚରେ ଅନୁଷ୍ଠିତ ଜାତୀୟ ସବଜୁନିୟର ଉସୁ ଚାମ୍ପିୟନସିପ୍‌ରେ ସେ ରୌପ୍ୟ ପଦକ ପାଇଥିଲେ। ବବୁଲୁଙ୍କ ସଫଳତାରେ ଜେଏସ୍‌ପିଏଲ ଫାଉଣ୍ଡେଶନ ସମ୍ପୂର୍ଣ୍ଣ ସହଯୋଗ କରିଛି। ଏସିଆନ ଇନ୍‌ଡୋର ଗେମ୍ସ ପଦକ ବିଜୟୀ ପଙ୍କଜ ମହାନ୍ତଙ୍କ ଦ୍ୱାରା ପ୍ରଶିକ୍ଷଣ ନିମନ୍ତେ ଜେଏସ୍‌ପିଏଲ ଫାଉଣ୍ଡେଶନ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା।

ପଢନ୍ତୁ; ସକାଳୁ ଖାଲି ପେଟରେ ଭୁଲରେ ବି ଖାଆନ୍ତୁ ନାହିଁ ଏହି ସବୁ ଜିନିଷ

Related posts

ତୃତୀୟ ଟି-୨୦: ସିରିଜ ବରାବର କଲା ଭାରତ

ENO Beuro

ପ୍ରଥମ ଟି-ଟ୍ବେଣ୍ଟି:ଶେଷ ବଲରେ ଜିତିଲା ଅଷ୍ଟ୍ରେଲିଆ

ENO Beuro

ତୃତୀୟ ଦିନିକିଆ: ଭାରତ ୭ ୱିକେଟରେ ବିଜୟୀ

ENO Beuro

2 comments

Leave a Comment