ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ବାବୁଲ ବିଜେପି ଛାଡ଼ିବା ପୂର୍ବରୁ ଚଳିତ ବର୍ଷ ଅଗଷ୍ଟରେ କେନ୍ଦ୍ରମନ୍ତ୍ରୀ ପଦରୁ ଦଳର ନିର୍ଦ୍ଦେଶକ୍ରମେ ଇସ୍ତଫା ଦେଇଥିଲେ। ଏ ସମ୍ପର୍କରେ ସେ ଫେସବୁକରେ ସୂଚନା ଦେଇଥିଲେ।
ବିଜେପି ଛାଡ଼ି ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିରେ ଯୋଗଦେଇଥିବା ବାବୁଲ ସୁପ୍ରିୟୋ ବଡ଼ ଘୋଷଣା କରିଛନ୍ତି। ସେ ଟିଏମସିରେ ମିଶିଥିବାରୁ ଏବେ ବିଧିବଦ୍ଧ ଭାବେ ବିଜେପିର ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେବେ। ଆସନ୍ତାକାଲି ସେ ଦିଲ୍ଲୀ ଯାଇ ଲୋକସଭା ବାଚସ୍ପତିଙ୍କୁ ଭେଟିବେ। ଏହି ସମୟରେ ସେ ବିଜେପିର ସାଂସଦ ପଦରୁ ଇସ୍ତଫା ଦେବେ। ବାଚସ୍ପତି ଓମ ବିର୍ଲା ତାଙ୍କୁ ଭେଟିବା ପାଇଁ କାଲି ଦିନ ୧୧ଟା ବେଳେ ସମୟ ଦେଇଥିବାରୁ ଗୋଟିଏ ଟ୍ୱିଟରେ ବାବୁଲ ସୁପ୍ରିୟୋ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, “ମୁଁ ବିଜେପି ଟିକେଟରେ ଜିତିଥିବା ବେଳେ ଦଳରେ ନାହିଁ। ତେଣୁ ବିଜେପି ସାଂସଦ ହିସାବରେ କୌଣସି ସ୍ଥାନ,ପଦ କିମ୍ବା ଦରମା ନେବା ଉଚିତ ନୁହେଁ। ତେଣୁ ଆସନ୍ତକାଲି ମୁଁ ବାଚସ୍ପତିଙ୍କୁ ଭେଟି ବିଜେପି ସାଂସଦ ପଦରୁ ଇସ୍ତଫା ଦେବି।”
ବାବୁଲ ବିଜେପି ଛାଡ଼ିବା ପୂର୍ବରୁ ଚଳିତ ବର୍ଷ ଅଗଷ୍ଟରେ କେନ୍ଦ୍ରମନ୍ତ୍ରୀ ପଦରୁ ଦଳର ନିର୍ଦ୍ଦେଶକ୍ରମେ ଇସ୍ତଫା ଦେଇଥିଲେ। ଏ ସମ୍ପର୍କରେ ସେ ଫେସବୁକରେ ସୂଚନା ଦେଇଥିଲେ। ନିଜର ଅସନ୍ତୋଷ ମଧ୍ୟ ପ୍ରକାଶ କରିଥିଲେ। ଏହାର କିଛି ଦିନ ପରେ ସେ ରାଜନୀତିରୁ ସନ୍ୟାସ ଘୋଷଣା କରିଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେ ଟିଏମସିରେ ଯୋଗଦେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ଲୋକଙ୍କ ପାଇଁ କିଛି କାମ କରିବାକୁ ସେ ଟିଏମସିରେ ମିଶିଥିବା କହିଥିଲେ। ୨୦୧୯ ଲୋକସଭା ନିର୍ବାଚନରେ ବାବୁଲ ଆସନସୋଲରୁ ବିଜେପି ଟିକେଟରୁ ଲୋକସଭାକୁ ଯାଇଥିଲେ। ୨୦୧୪ରେ ମଧ୍ୟ ସେ ଏହି ଆସନରୁ ଜିତିଥିଲେ।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।