ଓଲିଉଡରେ କେଉଁ ନାୟକଙ୍କ ସହ ଝିଲିକଙ୍କ ଯୋଡି ସବୁଠାରୁ ସଫଳତା ମିଳିଥିଲା ଜାଣନ୍ତୁ

‘ଟାର୍ଗେଟ୍‌’ ଜରିଆରେ ଓଲିଉଡରେ ଡେବୁ କରିଥିଲେ

ଝିଲିକ ଓଲିଉଡର ଜଣେ ଲୋକପ୍ରିୟ ନାୟିକା । ଝିଲିକ ନିରଞ୍ଜନ ରଣା ପ୍ରଯୋଜିତ ତଥା ଏସ କେ ମୁରଲୀଧରନ୍‌ଙ୍କ ନିର୍ଦ୍ଦେଶିତ ‘ଟାର୍ଗେଟ୍‌’ ଜରିଆରେ ଓଲିଉଡରେ ପ୍ରବେଶ କରିଥିଲେ। ଏଥିରେ ତାଙ୍କର ନାୟକ ଥିଲେ ଅମ୍ଳାନ ।

ଝିଲିକ ଅନୁଭବଙ୍କ ସହିତ ‘ଜଗା ହାତରେ ପଘା’,‘ଅଗସ୍ତ୍ୟ’ ଏବଂ ‘ବେବି’, ଅରିନ୍ଦମଙ୍କ ବିପକ୍ଷରେ ‘ଲଭ୍‌ ୟୁ ହମେଶା’ରେ ଅଭିନୟ କରିଛନ୍ତି। ସମ୍ବିତଙ୍କ ସହ ବି ଝିଲିକ୍‌ ‘ତୁମକୁ ଦେଖିଲାପରେ’ରେ ଦେଖିବାକୁ ପାଇଛନ୍ତି ଦର୍ଶକ । ତେବେ ଏହି ଯୋଡ଼ିକୁ ସଫଳତା ମିଳି ନ ଥିଲା ।

ବାବୁସାନଙ୍କ ସହ ପ୍ରଥମେ ‘ଆଖିରେ ଆଖିରେ’ ରେ ନଜର ଆସିଥିଲେ ଝିଲିକ । ଏହି ଫିଲ୍ମ ସୁପରହିଟ୍‌ ହେବାପରେ ବାବୁସାନ୍‌-ଝିଲିକଙ୍କୁ ଲୋକପ୍ରିୟ ଯୋଡ଼ିର ମାନ୍ୟତା ମିଳିଥିଲା । ଏହି ଯୋଡ଼ିକୁ ଦର୍ଶକ ପୁଣି ‘ଲେଖୁ ଲେଖୁ ଲେଖି ଦେଲି’ , ‘ସୁପର ମିଛୁଆ’ ଏବଂ ‘ଜବରଦସ୍ତ ପ୍ରେମିକ’ ଆଦି ସିନେମାରେ ବି ପସନ୍ଦ କରିଥିଲେ । ତେବେ ଅନ୍ୟ ଯୋଡ଼ିଙ୍କ ଅପେକ୍ଷା ବାବୁସାନ୍‌-ଝିଲିକ ଯୋଡ଼ିଙ୍କୁ ବେଶ ସଫଳତା ମିଳିଥିଲା ।

ନାୟକ ଜ୍ୟୋତିଙ୍କ ସହ ଫିଲ୍ମ ‘ତୁ ମୋ ହିରୋ’ରେ ଯୋଡି ବନାଇବାପରେ ଏବେ ‘ଓଲେ ଓଲେ ଦିଲବୋଲେ ’ରେ କାମ କରୁଛନ୍ତି ଝିଲିକ ।


ପଢନ୍ତୁ ;

ଟମାଟୋକୁ ତ୍ୱଚାରେ ଲଗାଇବା ଦ୍ୱାରା କ’ଣ ଲାଭ ମିଳେ ଜାଣନ୍ତୁ ?

ତେବେ ଅନ୍ୟ ଯୋଡ଼ିଙ୍କ ଅପେକ୍ଷା ବାବୁସାନ୍‌-ଝିଲିକ ଯୋଡ଼ିଙ୍କୁ ବେଶ ସଫଳତା ମିଳିଥିଲା । - 4.5

90%

ବାବୁସାନଙ୍କ ସହ ପ୍ରଥମେ ‘ଆଖିରେ ଆଖିରେ’ ରେ ନଜର ଆସିଥିଲେ - 4.5

89%
4.5/5

Very Good!

ଓଲିଉଡରେ କେଉଁ ନାୟକଙ୍କ ସହ ଝିଲିକଙ୍କ ଯୋଡି ସବୁଠାରୁ ସଫଳତା ମିଳିଥିଲା ଜାଣନ୍ତୁ

ଝିଲିକ ଓଲିଉଡର ଜଣେ ଲୋକପ୍ରିୟ ନାୟିକା । ସେ ନିରଞ୍ଜନ ରଣା ପ୍ରଯୋଜିତ ତଥା ଏସ କେ ମୁରଲୀଧରନ୍‌ଙ୍କ ନିର୍ଦ୍ଦେଶିତ ‘ଟାର୍ଗେଟ୍‌’ ଜରିଆରେ ଓଲିଉଡରେ ପ୍ରବେଶ କରିଥିଲେ। ଏଥିରେ ତାଙ୍କର ନାୟକ ଥିଲେ ଅମ୍ଳାନ ।

No Votes Yet

You're not rated yet