News

ଅଭିନେତା ବାବୁସାନଙ୍କ ଗାଡି ଧକ୍କାରେ ଯୁବକ ଗୁରୁତର

Babusan

ଭୁବନେଶ୍ୱର ସାଁପୁରଠାରେ ସୁଟିଂ ସାରି ଅଭିନେତା ବାବୁସାନ ଘରକୁ ଫେରିବା ପାଇଁ ନିଜ ଗାଡିରେ ବସିଥିଲେ । ଡ୍ରାଇଭର ଗାଡିକୁ ବ୍ୟାକ କରୁଥିବା ବେଳେ ଏକ ଗଛ ମୂଳେ ବସିଥିବା ଜଣେ ଯୁବକଙ୍କ ଉପରେ ଗାଡି ଚଢିଯାଇଥିଲା ଘଟଣାସ୍ଥଳରୁ ଡ୍ରାଇଭର ଗାଡି ନେଇ ତୁରନ୍ତ ପଳାଇବା ପାଇଁ ଚେଷ୍ଟା କରୁଥିବା ବେଳେ ପୁଣି ଗାଡିଟି ଆହତ ଯୁବକଙ୍କ ଗୋଡ ଉପରେ ଚଢିଯାଇଥିଲା ।

Whatsapp Image 2019 09 09 At 7.58.11 Pm 1

ଗୁରୁତର ଅବସ୍ଥାରେ ଯୁବକଙ୍କୁ ସ୍ଥାନୀୟ ଲୋକେ ଏକ ଘରୋଇ ହସପିଟାଲ୍‌ରେ ଭର୍ତ୍ତି କରିଛନ୍ତି । ଅପରପକ୍ଷରେ ସ୍ଥାନୀୟ ଲୋକମାନେ ବାବୁସାନଙ୍କ ଗାଡିଟିକୁ ଅଟକ ରଖି କ୍ଷତି ପୂରଣ ଦାବି କରିଛନ୍ତି । ଘଟଣାସ୍ଥଳରୁ ବାବୁସାନ ଅନ୍ୟ ଏକ ଗାଡିରେ ଚାଲିଯାଇଥିବା ସୂଚନା ମିଳିଛି ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିଟିକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରୁଛି । ତେବେ ଆହତ ଯୁବକଙ୍କୁ ଉପଯୁକ୍ତ କ୍ଷତିପୂରଣ ନମିଳିଲେ ଗାଡି ଛଡାଯିବା ନାହିଁ ବୋଲି ସ୍ଥାନୀୟ ଲୋକ ଜିଦ୍‌ ଧରିଛନ୍ତି। ଆହତ ହୋଇଥିବା ଯୁବକ ନାଁ ରଞ୍ଜନ ନାୟକ ବୋଲି ଜଣାପଡିଛି । ସେ ସାଁପୁରଠାରେ ଥିବା ଏକ ହୋଟଲ୍‌ରେ ମିସ୍ତ୍ରୀ ଭାବେ କାମ କରୁଥିଲେ ।

ପଢନ୍ତୁ: ପବ୍‌ଜି ପାଇଁ ବାପାଙ୍କ ତଣ୍ଟି କାଟିଦେଲା ପୁଅ

Related posts

ଦୁଇ ଦିନିଆ ଜାତୀୟ ଇ-ବିଧାନ ଆପ୍ଲିକେସନ କର୍ମଶାଳାକୁ ଉଦଘାଟନ କଲେ ଅର୍ଜୁନ ରାମ ମେଘୱାଲ

ENO Beuro

ଆଖି ବୁଜିଲେ ପ୍ରାଣକୃଷ୍ଣ, ପମ୍ପ୍ ହାଉସ୍ ପାଇପରେ ୭ ଘଣ୍ଟା ଫସି ଚର୍ଚାରେ ଥିଲେ

ENO Beuro

ଲଗାଣ ବର୍ଷାରେ ବେହାଲ ଓଡିଶା

Ratnamani Moharana

1 comment

ଜଗା ଖେଳୁଛି, ହେଲେ ହଠାତ୍ ବଳିଆକୁ ଆସୁଛି ଜ୍ବର, କାରଣ ଖୋଜୁଛନ୍ତି ବିଶେଷଜ୍ଞ ଦଳ September 10, 2019 at 1:26 pm

[…] ଅଭିନେତା ବାବୁସାନଙ୍କ ଗାଡି ଧକ୍କାରେ ଯୁବକ… […]

Leave a Comment