Entertainment

ଇଏ ହେଉଛନ୍ତି ସୁନ୍ଦରଗଡର ସଲମାନ ଖାନ

ସିନେମାର ପୋସ୍ଟରକୁ ନେଇ ସୋସିଆଲ ମିଡିଆରେ ଚର୍ଚା

ଇଏ ସୁନ୍ଦରଗଡର ସଲମାନ ଖାନ । ଯିଏ ଆସୁଛନ୍ତି ରଜରେ । ତାଙ୍କ ପାଇଁ ଏବେ ଚାଲିଛି ପୁରା ପ୍ରସ୍ତୁତି । ସିନେ ଦର୍ଶକ ଏବଂ ଓଲିଉଡ ପାଇଁ ଖୁସି ଖବର । ଅଭିନେତା ବାବୁସାନଙ୍କ ନୂଆ ଓଡିଆ ଚଳଚିତ୍ର ” ସୁନ୍ଦରଗଡର ସଲମାନ ଖାନ ” ଏବେ ନିର୍ମାଣଧୀନ ଅବସ୍ତାରେ ।

ଦୁଇ ଦିନ ତଳେ ସିନେମାର ପୋସ୍ଟର ରିଲିଜ ହୋଇଛି । ପୋସ୍ଟରରେ ବାବୁସାନ ଏକ ଭିର୍ନ୍ନ ଅବତାରରେ ଦେଖାଦେଇଛନ୍ତି । ହଠାତ କେହି ଏହି ପୋସ୍ଟର ଦେଖିଲେ ଭାବିବ ବୋଧେ ବାବୁସାନ ବୋଧେ ଅର୍ଦ୍ଧନାରୀଶ୍ଵର ଭୂମିକରେ ଅଭିନୟ କରୁଛନ୍ତି ।

ବାବୁସାନ ଦୁଇଟି ଚରିତ୍ରରେ ଫଟୋରେ ଦେଖା ଦେଇଛନ୍ତି । ଦୁଇଟି ଯାକ ଚରିତ୍ରରେ ସେ ଦୁଇଟି ଭିର୍ନ୍ନ ଭିର୍ନ୍ନ ସମ୍ପ୍ରଦାୟ ରୂପରେ ନଜର ଆସିଛନ୍ତି । ତରଙ୍ଗ ସିନେ ପ୍ରଡକସନ ପ୍ରଯୋଜିତ ଏହି ସିନେମାର ନିର୍ଦେଶନା ହେଉଛନ୍ତି ଚର୍ଚିତ ଅଶୋକ ପତି ।

ଏହାର କାହାଣୀ ରଚନା କରିଛନ୍ତି ରଣଜିତ ପଟ୍ଟନାୟକ । ସଙ୍ଗୀତ ନିର୍ଦେଶନାରେ ରହିଛନ୍ତି ଅଭିଜିତ ମଜୁମଦାର । ବାବୁସାନଙ୍କ ବିପକ୍ଷରେ ନବାଗତା ଦିବ୍ୟା ନାୟିକା ସାଜିଛନ୍ତି । ସିନେମାର ପୋସ୍ଟରକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ବିଭାଗରେ ଏବେ ପୁରା ଚର୍ଚା ଏବଂ ଆଲୋଚନା ଚାଲିଛି । ଚଳିତ ବର୍ଷ ବାବୁସାନଙ୍କ ଓନଲି ପ୍ୟାର ହିଟ ହୋଇଥିଲା ।

ଇଏ ହେଉଛନ୍ତି ସୁନ୍ଦରଗଡର ସଲମାନ ଖାନ B1 1

ପଢନ୍ତୁ ;

ଚୀନରେ ମୁକ୍ତି ଲାଭ କରିବ ବ୍ଲକବଷ୍ଟର ସିନେମା ‘ବାହୁବଳୀ-୨’

Related posts

ଏଥର ରଜରେ ସଲମାନ ଖାନ ସହ ଲଢିବ ୪ଇଡିଅଟସ

ENO Beuro

ଶିଳ୍ପା, ହିନାଙ୍କ ମଧ୍ୟରେ ତୁଟିନି ବିବାଦ ! ପାର୍ଟିକୁ ହିନାଙ୍କୁ କରିବେ ନାହିଁ ନିମନ୍ତ୍ରଣ : ଶିଳ୍ପା ସିନ୍ଧେ

ENO Beuro

ନର୍ଭସ ହେଲେ ଟାଇଗର ସ୍ରଫ୍ , ଜାଣନ୍ତୁ କାରଣ କ ‘ ଣ ?

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More