February 18, 2019

ନିଜର ପ୍ରକୃତ ଫେସ୍‌ବୁକ୍‌ ପେଜ୍‌ ଓ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ସହ ଯୋଡ଼ି ହେବାକୁ ଅନୁରୋଧ କଲେ ବାବୁସାନ୍‌

babushan

ହିରୋ ହିରୋଇନ ମାନଙ୍କର ସୋସିଆଲ ମିଡିଆରେ ଅନେକ ନକଲି ଆକାଉଣ୍ଟ ଦେଖିବାକୁ ମିଳୁଛି। ସେହିପରି ବାବୁସାନ୍‌ ନାମରେ ପାଖାପାଖି ୫୦ଟି ଫେକ୍‌ ପେଜ ଖୋଲି ତାଙ୍କର ଫ୍ୟାନମାନେ ମନଇଚ୍ଛା ପୋଷ୍ଟିଂ କରୁଥିଲେ। ସେଥିପାଇଁ ସିନେତାରକା ବାବୁସାନ୍‌ ମହାନ୍ତି ଫେସ୍‌ବୁକ୍‌ ଦ୍ୱାରା ବ୍ଲକ୍‌ ହୋଇଥିଲେ? ତେଣୁ ଏହି ସବୁ ଫେକ ଆକାଉଣ୍ଟକୁ  ବନ୍ଦ କରିବା ପାଇଁ ବାବୁସାନ ଚଳିତ ମାସ ୨୭ ତାରିଖରୁ ଏକ ନୂଆ ଫେସବୁକ ଆଇଡି ଖୋଲିଛନ୍ତି ।

babushan

ଆସନ୍ତା ନଭେମ୍ବର ୨ ତାରିଖ ଦିନ ନିଜର ଅସଲି ଫେସ୍‌ବୁକ ପେଜ୍‌ ଜରିଆରେ ବାବୁସାନ୍‌ ଫ୍ୟାନଫଲୋଅର୍ସଙ୍କ ସହ ଲାଇଭ୍‌ ଚାଟ କରିବାକୁ ଯାଉଛନ୍ତି। ଏହା ମାଧ୍ୟମରେ ସେ ସମସ୍ତଙ୍କୁ ନିଜର ପ୍ରକୃତ ଫେସ୍‌ବୁକ୍‌ ପେଜ୍‌ ଓ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ସହ ଯୋଡ଼ି ହେବାକୁ ଅନୁରୋଧ କରିବେ।

ଓଲିଉଡ୍‌ ସୁପରଷ୍ଟାର ବାବୁସାନ୍‌ ନିଜର ଫ୍ୟାନ୍‌-ଫଲୋଅର୍ସଙ୍କୁ ଅବଗତ କରାଇବା ଲାଗି ଏକ ଭିଡିଓ ପ୍ରସ୍ତୁତ କରି ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମରେ ଅପ୍‌ଲୋଡ କରିଛନ୍ତି।

ପଢନ୍ତୁ; ବାସ୍ତୁଶାସ୍ତ୍ର ଅନୁସାରେ ପାଖରେ ଲକି କ୍ୟାଟ ରଖିଲେ କଣ ଲାଭ ମିଳିଥାଏ? ଜାଣନ୍ତୁ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More