• Home
  • Entertainment
  • ଏଥର ପୁଣି ପୂଜା ବଜାରରେ ବାବୁସାନଙ୍କ ସହ କମାଲ କରିବେ ଏହି ନାୟିକା
Entertainment

ଏଥର ପୁଣି ପୂଜା ବଜାରରେ ବାବୁସାନଙ୍କ ସହ କମାଲ କରିବେ ଏହି ନାୟିକା

ତରଙ୍ଗ ସିନେ ପ୍ରଡକ୍ସନ୍‍ ଆଗାମୀ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ପୂଜା ଦର୍ଶକଙ୍କୁ ଏହି ବ୍ୟାନର ଭେଟି ଦେଉଛି ‘ଶ୍ରୀମାନ ସୁରଦାସ।’ ଯାହାର ନିର୍ଦେଶନାରେ ଅଛନ୍ତି ଅଶୋକ ପତି। ଯିଏ ତରଙ୍ଗ ପାଇଁ ‘ଲଭ୍‍ ଷ୍ଟେସନ୍‍’, ‘ଲଭ୍‍ ପାଇଁ କୁଛ୍‍ ଭି କରେଗା’ ପ୍ରଭୃତି ଚିତ୍ର କରି ସାରିଛନ୍ତି। ପୂଜା ପାଇଁ ନିର୍ମିତ ହେଉଥିବା ଏହି ନୂଆ ଚିତ୍ରରେ ନାୟକ-ନାୟିକା ଭାବେ ଅଭିନୟ କରୁଛନ୍ତି  ବାବୁସାନ-ଭୂମିକା

babu ବାବୁସାନ ଏଥର ପୁଣି ପୂଜା ବଜାରରେ ବାବୁସାନଙ୍କ ସହ କମାଲ କରିବେ ଏହି ନାୟିକା babu

ବାବୁସାନ-ଭୂମିକା ଯୋଡ଼ିଙ୍କର ଏହା ହେବ ଦ୍ୱିତୀୟ ସିନେମା । ତରଙ୍ଗ ସିନେ ପ୍ରଡକସନ୍ସର ବାବୁସାନ-ଭୂମିକାଙ୍କ ଦ୍ୱିତୀୟ ଫିଲ୍ମଟି ଏକ ରୋମାଣ୍ଟିକ କମେଡ଼ି ବୋଲି ଜଣା ପଡିଛି । ଭୂମିକା ପ୍ରଥମ ଥର ପାଇଁ ନିର୍ଦ୍ଦେଶକ ଅଶୋକ ପତିଙ୍କ ସହିତ କାମ କରୁଛନ୍ତି । ଏହି ସିନେମାରେ ବାବୁସାନ, ଭୂମିକାଙ୍କ ବ୍ୟତୀତ ମିହିର ଦାସ, ସଲିଲ ମିତ୍ର ଓ ତ୍ରିଭୁବନ ପଣ୍ଡା ପ୍ରମୁଖ ଅଛନ୍ତି।

କହିରଖୁଛୁ ଯେ, ନିକଟରେ ଭୂମିକାଙ୍କର ଏକ ଫିଲ୍ମ ଏବେ ରିଲିଜ ପାଇଁ ପ୍ରସ୍ତୁତ ହେଉଥିବା ଜଣା ପଡିଛି । ଫିଲ୍ମଟି ହେଲା ‘ନାୟକର ନାଁ ଦେବଦାସ’ । ସେହିପରି ବାବୁସାନଙ୍କ ଅଭିନୀତ ‘ଲୋକାଲ ଟୋକା ଲଭ ଚୋଖା’ ସିନେମାଟି ମଧ୍ୟ ଖୁବ ଶୀଘ୍ର ରିଲିଜ ହେବ।

babushan ବାବୁସାନ ଏଥର ପୁଣି ପୂଜା ବଜାରରେ ବାବୁସାନଙ୍କ ସହ କମାଲ କରିବେ ଏହି ନାୟିକା babushan

ପଢନ୍ତୁ; ପରଲୋକରେ ପୂର୍ବତନ ବାଚସ୍ପତି ସୋମନାଥ ଚାଟର୍ଜୀ

Related posts

ବିବାହର ୨୦ ବର୍ଷ ପରେ ପତ୍ନୀଙ୍କଠାରୁ ଅଲଗା ହେବେ ଅଭିନେତା ଅର୍ଜୁନ ରାମ୍‌ପାଲ !

ଯାତ୍ରା ଦୁନିଆ ର ହାଲଚାଲ, ଯାତ୍ରା କଳାକାର ଓ ପରଦା ପଛର କାହାଣୀ ବିଷୟରେ ଅଧିକା ଜାଣନ୍ତୁ

Krishna Kumar Manoj

ଦୀପିକାଙ୍କୁ ଭେରାଇଟି ମାଗାଜିନ “ପ୍ରଭାବଶାଳୀ ମହିଳା ୨୦୧୮” ତାଲିକାରେ ସ୍ଥାନ ପାଇଛନ୍ତି

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More