• Home
  • LIFESTYLE
  • ଅଣ୍ଟା ବ୍ୟଥା ର ମୁଖ୍ୟ କାରଣ, ଲକ୍ଷଣ ଓ ପ୍ରତିକାର ବିଷୟରେ ସଂକ୍ଷିପ୍ତ ବିବରଣୀ
LIFESTYLE

ଅଣ୍ଟା ବ୍ୟଥା ର ମୁଖ୍ୟ କାରଣ, ଲକ୍ଷଣ ଓ ପ୍ରତିକାର ବିଷୟରେ ସଂକ୍ଷିପ୍ତ ବିବରଣୀ

ଅଣ୍ଟାର ଗଠନଶୈଳୀ ଅନୁସାରେ ମାଂଶପେଶୀ, ସ୍ନାୟୁ, ଅସ୍ଥି, ମେରୁଦଣ୍ଡ ଆଦି ରହିଛି । ଏଥିରୁ ଯେ କୌଣସି ଅଂଶରେ ଅସୁବିଧା ହେଲେ ଅଣ୍ଟା ବ୍ୟଥା ହେଇପାରେ । ଏକ ସର୍ବେକ୍ଷଣରୁ ଯାନାପଡିଛି ଯେ, ପାଖାପାଖି ୪୦ ପ୍ରତିଶଦ ଲୋକ ସେମାନଙ୍କ ଜୀବନକାଳ ମଧ୍ୟରେ ଅଣ୍ଟା ବ୍ୟଥାର ସମ୍ମୁଖୀନ ହୁଅନ୍ତି । ଏହା ୨୦ରୁ ୮୦ ବର୍ଷ ପର୍ଯ୍ୟନ୍ତ ଦେଖାଦେଇପାରେ ।

ସାଧାରଣତଃ ଅଣ୍ଟା ବ୍ୟଥାର କାରଣ ୩ ପ୍ରକାର:

ଆଘାତଜନିତ ଅଣ୍ଟା ବ୍ୟଥା: ମାଂସପେଶୀ ମକଚି ହେବା, ମେରୁଦଣ୍ଡ ଚକ୍ରିକା ଖସିଯିବା, ହାଡର ସାନ୍ଦ୍ରତା କମିଯିବା କାରଣରୁ ବ୍ୟଥା ହେଇଥାଏ । ଏପରି ବ୍ୟଥାକୁ ମେକାନିକାଳ ଅଣ୍ଟା ବ୍ୟଥା କୁହାଯାଏ ।

ଅନ୍ୟ ରୋଗଜନିତ: ଗଣ୍ଠିବାତ ଥିଲେ, ଥାଇରଏଡ କ୍ୟାନ୍ସର ରହିଲେ, ଅସ୍ଥି ଯକ୍ଷ୍ମା ରୋଗ ଦ୍ଵାରା ଅଣ୍ଟା ବ୍ୟଥା ହେବାକୁ ନଂମେକାନିକାଳ ଅଣ୍ଟା ବ୍ୟଥା କୁହାଯାଏ ।

ଅଣ୍ଟା ବ୍ୟଥାର ଅନ୍ୟ କାରଣ: ଅନ୍ୟଅଙ୍ଗର ଅସୁବିଧା ଯୋଗୁଁ ଅଣ୍ଟାବ୍ୟଥାକୁ ରେଫରଦ ଅଣ୍ଟାବ୍ୟଥା କୁହାଯାଏ । ଯେପରିକି କିଦନୀ ସ୍ଟୋନ, ଗଲ୍ବ୍ଲାଦାର ରୋଗ, ଗର୍ଭାଶୟ ରୋଗରୁ ମଧ୍ୟ ଅଣ୍ଟା ବ୍ୟଥାର ସମ୍ଭାବନା ରହିଛି ।

ଲକ୍ଷଣ :

  • କେବଳ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ଅଣ୍ଟାର ବ୍ୟଥା ହେଲେ ମାଂଶପେଶୀ ମକଚି ହେବାର ଲକ୍ଷଣ । ଯଦି ଅଣ୍ଟା ବ୍ୟଥା ଗୋଡ ବା ପାଦକୁ ଅଗ୍ରସର ହୁଏ ଏହାକୁ ସିଆଟିକା ବୋଲି କୁହାଯାଏ ।
  • ଠିଆ ହେଲେ ବା ଚାଲିଲେ ଯଦି ଅଣ୍ଟା ବ୍ୟଥା ବଢିଯାଏ ଏବୋନ ବସିଲେ ଭଲ ଲାଗେ ଏହାକୁ ନ୍ୟୁରୋଲୋଜିକ କ୍ଲାଡିକେଶନ କୁହାଯାଏ । ମେରୁଦଣ୍ଡର ସ୍ନାୟୁ ପ୍ରଭାବିତ ହେଲେ ଏହା ହେଇଥାଏ ।
  • ଅଣ୍ଟା ବ୍ୟଥା ସକାଳେ ଉଠିଲେ ବେଶୀ ହୁଏ ଏବୋନ ଚଲାବୁଲା ପରେ କମିଯାଏ ଏହାକୁ ମର୍ନିଙ୍ଗ ଷ୍ଟିଫନେସ କୁହାଯାଏ । ଏହା ସାଧାରଣତଃ ଆଙ୍କାଇଲୋଜିଙ୍ଗ ସ୍ପଣ୍ଡିଳଇତ୍ସ ଗଣ୍ଠିବାତ ରୋଗର ଲକ୍ଷଣ ହେଇଥାଏ ।

ପ୍ରତିକାର:

  • ସାଧାରଣ ଅଣ୍ଟା ବ୍ୟଥାରୁ ମୁକ୍ତି ପାଇଁ ନିୟମିତ ବ୍ୟାୟାମ ସହ ଓଜନ ନିୟନ୍ତ୍ରନରେ ରଖନ୍ତୁ ।
  • କର୍ମକ୍ଷେତ୍ରରେ ଚେୟାରରେ ବସିବା ସମୟରେ ସିଧା ବସନ୍ତୁ ।
  • ନରମ ଚପଲ ବ୍ୟବହାର କରନ୍ତୁ ହାଇହିଲ ଠାରୁ ଦୂରେଇ ରୁହନ୍ତୁ ।
  • ଶୋଇବା ସମୟରେ ତକିଆ ଦୁଇ ଆଣ୍ଠୁ ମଧ୍ୟରେ ଦେଇ ସୋଇଲେ ଏହା ଅନତାକୁ ଆରାମ ଦିଅ ।
  • ଭାରି ଜିନିଷ ଅଣ୍ଟା ନୂଆଇ ଉଠାନ୍ତୁ ନାହିଂ ।
  • ପ୍ୟାଣ୍ଟ ପକେଟରେ ମୋଟା ପର୍ଶ ରଖି ବସନ୍ତୁ ନାହିଂ ।
  • ଶୋଇବା ବେଳେ ସମତୁଲ ଓ କମ ଉଚ୍ଛତାର ଶଯ୍ୟା ବ୍ୟବହାର କରନ୍ତୁ ।

ଅଣ୍ଟା ବ୍ୟଥାର କାରଣ, ଲକ୍ଷଣ ଓ ପ୍ରତିକାର ବିଷୟରେ ସଂକ୍ଷିପ୍ତ ବିବରଣୀ   ଅଣ୍ଟା ବ୍ୟଥା ର ମୁଖ୍ୟ କାରଣ, ଲକ୍ଷଣ ଓ ପ୍ରତିକାର ବିଷୟରେ ସଂକ୍ଷିପ୍ତ ବିବରଣୀ

ପଢନ୍ତୁ, ଭୁବନେଶ୍ୱରରେ ଦ୍ୱିତୀୟ ଡିସିପି ନିଯୁକ୍ତି ନେଇ ଯୋଜନା – ପୁଲିସ କମିସନର ଯୋଗେଶ ବାହଦୂର ଖୁରାନିଆ

Related posts

ବଦହଜମି ପାଇଁ ଚିନ୍ତିତ ? ଆପଣାନ୍ତୁ ଏହି ସବୁ ପ୍ରାକୃତିକ ଘରୋଇ ଉପାୟ

Krishna Kumar Manoj

ଜାଣନ୍ତୁ ରୋଷେଇ କରିବା ପୂର୍ବରୁ କେଉଁ ଖାଦ୍ୟକୁ ଧୋଇବେ ନାହିଁ ?

Krishna Kumar Manoj

ମସ୍ତିଷ୍କ ପାଇଁ ଖୁବ ଉପକାରୀ “ଆଚାର” ! ଆସନ୍ତୁ ଜାଣିବା ଏହା ଉପରେ ବିଶେଷଜ୍ଞଙ୍କ ମତ କଣ ରହିଛି ?

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More