Featured

ରିଲାଏନ୍ସ ଜିଓ ଗ୍ରାହକ ପାଇଁ ଏକ ଖରାପ ଖବର ! ଜାଣନ୍ତୁ କଣ

ରିଲାଏନ୍ସ ଜିଓ ଗ୍ରାହକଙ୍କୁ ଝଟକା!

ବର୍ତ୍ତମାନ ସମୟରେ  ଜିଓ  ଚାହିଦା କାହିଁରେ କେତେ ରହିଛି ।ଏହାର  ସେବା ଗ୍ରାହକଙ୍କୁ ଆକର୍ଷିତ କରିଛି। ରିଲାଏନ୍ସ ଜିଓ ପ୍ରଥମେ ମାଗଣା ଡାଟା ଓ ପରେ ଶସ୍ତା ଫୋନ ଲଂଚ କରି ଟେଲିକମ ଜଗତରେ ଚହଳ ସୃଷ୍ଟି କରିଥିଲା।

ସେଥିପାଇଁ ଦିନକୁ ଦିନ ବଢ଼ିବାରେ ଲାଗିଲେ ଜିଓ ଗ୍ରାହକ । ଏସବୁ ପରେ ଜିଓ ଲଂଚ କଲା ଫିଚର ଫୋନ୍, ତାହା ପୁଣି ମାତ୍ର ୧୫୦୦ ଟଙ୍କାରେ । ଏହିପରିଭାବେ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ କେତେ କ’ଣ ଉପାୟ ବାହାର କଲା ଜିଓ । ଆଉ ଅନେକାଂଶରେ ସଫଳ ହେଲା ମଧ୍ୟ । ତେବେ ଧୀରେ ଧୀରେ ଜିଓ ଗ୍ରାହକ ବଢ଼ୁଥିବା ସମୟରେ ଏବେ ଜିଓ ଗ୍ରାହକଙ୍କ ପାଇଁ ଆସିଛି ଖରାପ ଖବର।

ଜିଓ ନିଜର ଉପଭୋକ୍ତାଙ୍କୁ ମେସେଜ ପଠାଇ ଚେତାବନୀ ଦେଇସାରିଛି । ଜିଓ ମନି ଅନୁସାରେ ୨୭ ଫେବୃୟାରୀରୁ ବ୍ୟାଙ୍କ୍ ଟଙ୍କା ନେଣଦେଣ ଉପରେ ରୋକ ଲଗାଇ ଦିଆଯିବ । ଏହି ସମ୍ମନ୍ଧରେ ଜିଓ ଗ୍ରାହକଙ୍କ ପାଖରେ ପହଞ୍ଚିଯାଇଛି ମେସେଜ୍ । ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି ହୋଇଥିବା ଗାଇଡ଼୍ ଲାଇନ୍ ପରେ କମ୍ପାନୀ ଏହି ନିଷ୍ପତ୍ତି ନେଇଛନ୍ତି ।

ଆରିବିଆଇ ନିଜ ଗାଇଡ଼ଲାଇନ୍ ସୂଚନା ଦେଇଥିଲେ କି ମୋବାଇଲ ୱାଲେଟରୁ ବ୍ୟାଙ୍କକୁ ଟଙ୍କା ପଠାଯାଉଥିବା ସୁବିଧାକୁ ବନ୍ଦ କରିଦିଆଯିବ । ଆଉ ଏହି ନିର୍ଦ୍ଦେଶ ୨୭ ଫେବୃୟାରୀରୁ ଲାଗୁ ହେଉଅଛି । ଗାଇଡ଼୍ ଲାଇନ୍ ଜାରି ହେବା ପରେ ଗ୍ରାହକଙ୍କୁ ସୂଚିତ କରିଦେଇଛି ଜିଓ ମନି । ଗ୍ରାହକ ୨୬ ଫେବୃୟାରୀ ପର୍ଯ୍ୟନ୍ତ ହିଁ ଏହି ସେବାର ଲାଭ ଉଠାଇପାରିବେ ବୋଲି ଜିଓ ମନି କହିସାରିଛି।

ପଢନ୍ତୁ;କର୍କଟ ଏବଂ ହୃଦୟ ସମ୍ବନ୍ଧିତ ସମସ୍ୟାକୁ ଦୂରକରିବାରେ ସାହାଯ୍ୟ କରିଥାଏ ଏହି ଛୋଟ ଫଳ ! ଜାଣନ୍ତୁ ଏହି ଫଳରେ ଥିବା ଉପକାରୀଗୁଣ ସମ୍ପର୍କରେ

Related posts

ନିଜର ଓଜନ କମେଇବା ପାଇଁ ଯାଣନ୍ତୁ କେତୋଟି ସହଜ ଓ କାର୍ଯ୍ୟକାରୀ ଉପାୟ

ENO Beuro

ଚାର୍ଜିଂ ସମୟରେ କରନ୍ତୁ ନାହିଁ ଏହି ୫ଟି ଭୁଲ

ENO Beuro

Three Chariots Of Deities Are Newly Constructed Every Year For Ratha Yatra

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More