LIFESTYLE

ଗ୍ରୀଷ୍ମଦିନରେ ଘରେ କେମିତି ତିଆରି କରିବେ ବାଦାମ ପେସ୍ତା ଲସ୍ସି ଜାଣନ୍ତୁ ?

By Krishna Kumar Manoj

April 11, 2018

ଗ୍ରୀଷ୍ମଦିନରେ ଥଣ୍ଡା ପାନୀୟ ପିଇବାକୁ ଖୁବ୍ ଇଚ୍ଛା ହୋଇଥାଏ । ଏଣୁ ବଜାରର ମୃଦୁପାନୀୟ ପରିବର୍ତ୍ତେ ଘରେ ସହଜରେ ବିଭିନ୍ନ ପକ୍ରାର ଲସ୍ସି ପ୍ରସ୍ତୁତ କରିପାରିବେ । ବାଦାମ-ପେସ୍ତା ଲସ୍ସି ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପକାରୀ ହୋଇଥିବା ବେଳେ ଏହାର ପ୍ରସ୍ତୁତି ପ୍ରଣାଳୀ ଖୁବ୍ ସହଜ । ତେବେ ଆସନ୍ତୁ ଜାଣିବା ଗ୍ରୀଷ୍ମଦିନରେ ଘରେ କେମିତି ତିଆରି କରିବେ ବାଦାମ-ପେସ୍ତା ଲସ୍ସି ?

ଆବଶ୍ୟକ ସାମଗ୍ରୀ :-

ଦେଢ଼ କପ୍ ଦହି

୧କପ୍ ଥଣ୍ଡା ଖିର,

ଅଧ କପ୍ ଗୁଣ୍ଡ ଚିନି

୨ ବଡ଼ ଚାମଚ କଟା ପିସ୍ତା

୨ ବଡ଼ ଚାମଚ କଟା ପେସ୍ତାବାଦାମ

ଅଧ ଚାମଚ ଗୁଜୁରାତି ଗୁଣ୍ଡ

୧ଛୋଟ ଚାମଚ ଗୋଲାପ ଜଳ, କେଶର ଅଳ୍ପ

ପ୍ରସ୍ତୁତ ପ୍ରଣାଳୀ :-

ପ୍ରଥମେ କଟା ପିସ୍ତା, ବାଦାମକୁ ଗ୍ରାଇଣ୍ଡରରେ ଗୁଣ୍ଡ କରିବେ । ଏବେ ସେଥିରେ ସମସ୍ତ ସାମଗ୍ରୀ ମିଶାଇ ୨ ମିନିଟ୍ ଗ୍ରାଇଣ୍ଡିଂ କରିବେ । ଗିଲାସରେ ଏହି ପାନୀୟକୁ ଢ଼ାଳି ସମସ୍ତଙ୍କୁ ପିଇବାକୁ ଦିଅନ୍ତୁ । ଏହା ପେଟ ଥଣ୍ଡା ରଖିବା ସହ ଦେହ ପାଇଁ ମଧ୍ୟ ହିତକର ।

ପଢନ୍ତୁ ;

ସଫଳ ପ୍ରଯୋଜିକା ଭାବେ ଅନୁଷ୍କା ‘ଦାଦା ସାହେବ ଫାଲ୍‌କେ ଏକ୍ସିଲେନ୍ସି ଆଓ୍ବାର୍ଡ- ୨୦୧୮’ରେ ସମ୍ମାନିତ ହେବେ