Video

ପବିତ୍ର ବିଶ୍ଵକର୍ମା ପୂଜା ମହଲକୁ ସରଗରମ କରିବାକୁ ଓଡିଆ ସିନେମା “ବଦମାସ ଟୋକା” ଆସୁଛି

ଆଗକୁ ଆସୁଛି ପବିତ୍ର ବିଶ୍ଵକର୍ମା ପୂଜା । ପୂଜା ମହଲକୁ ସରଗରମ କରିବାକୁ ଓଡିଆ ସିନେମା ଜଗତ ଆଗରୁ ପ୍ରସ୍ତୁତ କରି ରଖିଛି । ଓଡିଆ ସିନେମା ବଦମାସ ଟୋକା ୧୫ ସେପ୍ଟେମ୍ବର ରେ ପରଦା ଉପରକୁ ଆସୁଛି ।

ଟିମ ର ସମସ୍ତ କର୍ମକର୍ତା ଏଥିପାଇଁ ନିଜ ନିଜର ପ୍ରସ୍ତୁତି ଚଳେଇଛନ୍ତି । ନିକଟରେ ଏହି ଛବିର ପ୍ରେସ ରିଲିଜ ଓ ଅଡିଓ ରିଲିଜ ମଧ୍ୟ ସରିଛି । ଖାଲି ପରଦା ଉପରେ ଦେଖିବାକୁ ବାକି ଅଛି ।

ଉଦୟନ ଅପରାଜିତ, ଶିବା, ମାଳବିକା, ମିହିର ଦାସ, ମୀନକେତନ, ଅଶ୍ରୁମୋଚନ, ଅସିତ ପତି ଆଦି ଅନେକ ସୁନାମଧାନ୍ୟ କଳାକାର ଏହି ଛବିର ମୁଖ୍ୟ ଅଂଶ ବିଶେଷ । ଉଦୟନ ଓ ଶିବାଙ୍କର ଏହା ପ୍ରଥମ ଓଡିଆ ସିନେମା ।

ଉଦୟନଙ୍କ ବିପକ୍ଷରେ ବଙ୍ଗାଳୀ ସୁନ୍ଦରୀ ମାଳବିକା ଙ୍କୁ ଦେଖିବାକୁ ପାଇବେ ଦର୍ଶକେ । ଓଡିଆ ଫିଲ୍ମ ଜଗତରେ ମାଳବିକାଙ୍କର ଏହା ପ୍ରଥମ ଛବି ନୁହେଁ । ୟା ଆଗରୁ ସେ ୨ ଟି ସିନେମାରେ ମୁଖ୍ୟ ନାୟିକା ରୂପେ ଆସିସାରିଛନ୍ତି ।

ଲିଙ୍ଗରାଜ ପତିଙ୍କ ଦ୍ଵାରା ଏହି ସିନେମାର କାହାଣୀ ଲେଖାଥିବା ବେଳେ ରଜନୀ ରଞ୍ଜନ ଙ୍କ ଦ୍ଵାରା ସଂଳାପ ଆଦୃତ ହେଇଛି । ସୌଭାଗ୍ୟ କୁମାର ପରିଡା ବଦମାସ ଟୋକା ର ପ୍ରଯୋଜନା ଦାଇତ୍ଵରେ ଅଛନ୍ତି ଓ ପ୍ରଶାନ୍ତ ପାଲ ନିର୍ଦେଶନା ଦେଇଛନ୍ତି ।

Related posts

Ek Pal || Valentine Special || Odia Romantic || HD Video Song

ENO Beuro

Laxman Rekha EP – 10 Mr.Gulua Odia Comedy HD Video

ENO Beuro

To Premare Padila Pare || Odia Movie || Valentine Special || Humane,Tapu || Hd

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More