News

ସମାଜରେ ଶିକ୍ଷା ସଚେତନତା ବାର୍ତ୍ତା ବାଣ୍ଟିବା ପାଇଁ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ପାତ୍ରଙ୍କ ସାଇକେଲ ରାଲି

ସମାଜରେ ଶିକ୍ଷା ସଚେତନତା ବାର୍ତ୍ତା ବାଣ୍ଟିବା ପାଇଁ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ପାତ୍ରଙ୍କ ସାଇକେଲ ରାଲି

ସମାଜରେ ଶିକ୍ଷା ସଚେତନତା ବାର୍ତ୍ତା ବାଣ୍ଟିବା ପାଇଁ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ଅଭିନବ ଆୟୋଜନ । ବର୍ଷାରେ ହେଇଛି ସାଇକେଲ ରାଲି । ଆଜି ସକାଳୁ ସକାଳୁ ବର୍ଷାରେ ଓଦା ହୋଇ ଛାତ୍ରଛାତ୍ରୀ ସାଇକେଲ ରାଲିରେ ବାହାରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ‘ମୋ ସ୍କୁଲ କ୍ୟାମ୍ପେନ’ର ସ୍ଲୋଗାନ, ‘ପଢିବା, ବଢିବା ଏବଂ ଶ୍ରେଷ୍ଠ ହେବା’ ସହିତ ‘ଭଲ ବଢିବା ଏବଂ ଭଲ ସ୍ୱାସ୍ଥ୍ୟ’ ଉପରେ ଗୁରୁତ୍ୱ ଦେବା ପାଇଁ  ମଧ୍ୟ ପ୍ରଚାର କରିଛନ୍ତି ।

ଶିଶୁଦିବସରେ ପ୍ରତିବର୍ଷ ସୁରଭି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଏ । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ସାଇକେଲ ରାଲି କରାଯାଏ । ତେବେ ଶିଶୁଦିବସରେ ନବୀନଙ୍କ ମେଗା ସୋ’ ଯୋଗୁଁ ଆଜି ସୁରଭିର ଉଦଘାଟନ କରିଥିଲେ ଗଣଶିକ୍ଷା ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର ।

ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବରୁ ସତର୍କ କରାଇଥିଲେ ସୁଦ୍ଧା ରାଲିର ଆୟୋଜନକୁ ନେଇ କିଛି ଅଭିଭାବକ ପ୍ରଶ୍ନ ଉଠେଇଛନ୍ତି ଯେ, ସାରା ରାଜ୍ୟରେ ବର୍ଷା ଲାଗି ରହିଥିବା ଛାତ୍ରଛାତ୍ରୀଙ୍କୁ ନେଇ କିଭଳି ସାଇକେଲ ରାଲି କରାଗଲା ଓ ଏହା କେତେ ଦୂର ଠିକ ।

ସମାଜରେ ଶିକ୍ଷା ସଚେତନତା ବାର୍ତ୍ତା ବାଣ୍ଟିବା ପାଇଁ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ପାତ୍ରଙ୍କ ସାଇକେଲ ରାଲି

ପଢନ୍ତୁ, ୧୫ ନଭେମ୍ବର , ବୁଧବାର – ରାଶିଫଳ

Related posts

ତୀବ୍ର ଅବପାତ ରୂପ ନେଲା ଲଘୁଚାପ, ଆଜି ରାତିରେ ଝଡ଼ବାତ୍ୟା ଆଶଙ୍କା

ENO Beuro

ଦୁଇଭାଇଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଖବର ନେବାକୁ ଆଜି ଦିଲ୍ଲୀ ଯିବେ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା

ENO Beuro

ଓଡିଶା ହେବ ନୂଆ ଭାରତର ବିକାଶ ଇଞ୍ଜିନ

ENO Beuro

1 comment

Leave a Comment