EnewsOdia.Com

କନ୍ଧମାଳରୁ ଲୋପ ପାଇଯିବ ବାଦୁଡ଼ି ବଂଶ !

ବାଦୁଡିକୁ ମଣିଷର ବନ୍ଧୁ ବୋଲି କୁହାଯାଏ। ବାଦୁଡ଼ି ହେଉଛି ଏକମାତ୍ର ସ୍ତନ୍ୟପାୟ ପ୍ରାଣୀ ‌ଯିଏ ଉଡ଼ିପାରେ । ମୁହଁ ଦେଖିବାକୁ ବିଲୁଆ ଭଳି । ତେଣୁ ବାଦୁଡ଼ିକୁ ଏ ଅଞ୍ଚଳରେ କେହି କେହି ‘ଉଡ଼ନ୍ତା ବିଲୁଆ’ ବି କହିଥାନ୍ତି । ଆମେ କହୁଛୁ କନ୍ଧମାଳ ଜିଲ୍ଲା ବିଷୟରେ। କନ୍ଧମାଳର ଅନୁକୂଳ ପରିବେଶ ପାଇଁ ବାଦୁଡ଼ିମାନେ ରହିବାକୁ ଭଲ ପାଇଥାନ୍ତି । ବିଶେଷତଃ ନିଛାଟିଆ ସ୍ଥାନରେ ଥିବା ବଡ଼ ବଡ଼ ଗଛ, ପୁରୁଣା ପୋଲ, ଅନ୍ଧାରୁଆ ଘର ଓ ପାହାଡ଼ ଗୁମ୍ପାରେ ବାଦୁଡ଼ିମାନେ ରହିଥାନ୍ତି। ଜିଲ୍ଲାର ଦାରିଙ୍ଗିବାଡ଼ି, ରାଇକିଆ, କୋଟଗଡ଼, ବେଲଘର, ତୁମୁଡ଼ିବନ୍ଧ ଆଜି ସ୍ଥାନମାନଙ୍କରେ ଅଧିକ ସଂଖ୍ୟାରେ ବାଦୁଡ଼ି ରହନ୍ତି ।

ପରିବେଷ ପ୍ରଦୂଷଣ, ଜଙ୍ଗଲ ଅବକ୍ଷୟ ସାଙ୍ଗକୁ ଖାଦ୍ୟ ଅଭାବ। ଏଥିସହ ଅବାଧ ଶିକାର ଯୋଗୁଁ ଜଙ୍ଗଲ ଓ ପାହାଡ଼ ଘେରା କନ୍ଧମାଳ ଜିଲ୍ଲାରୁ ଲୋପ ପାଇବାକୁ ବସିଲାଣି ବିଭିନ୍ନ ପ୍ରଜାତିର ବିରଳ ବାଦୁଡ଼ି । ହେଲେ ଜିଲ୍ଲାରେ ଆଉ ପୂର୍ବଭଳି ଆଉ ବାଦୁଡ଼ି ଦେଖିବାକୁ ମିଳୁ ନାହାନ୍ତି। କାଁ ଭାଁ ବାଦୁଡ଼ି ଦେଖିବାକୁ ମିଳୁଛି। ଜଙ୍ଗଲ ଅବକ୍ଷୟ ଓ ଖାଦ୍ୟ ଭାବ ହିଁ କାରଣ ବୋଲି କୁହାଯାଉଥିବା ବେଳେ ଅବାଧ ଶିକାର ହିଁ ବଡ କାରଣ ବୋଲି ପଶୁ ଓ ପକ୍ଷୀ ପ୍ରେମୀ ମତ ଦେଇଛନ୍ତି।

ବାଦୁଡ଼ି ମାଂସର ସ୍ବାଦ କୁଆଡ଼େ ନିଆରା। ଏହାର ମାଂସରେ ବିଭିନ୍ନ ଔଷଧ ବି ପ୍ରସ୍ତୁତ ହେଉଛି। ତେଣୁ ଗୋଟାକୁ ୫ଶହ ଟଙ୍କାରେ ନେବାକୁ କିଛି ବେପାରୀ ଚାହିଁ ବସିଛନ୍ତି। ଏମିତି କି ବାହାରକୁ ପଠାଇଲେ ଗୋଟାକୁ କାଳେ ହଜାରେ ଟଙ୍କା ମିଳୁଛି। ତେଣୁ ଅର୍ଥଲୋଭରେ ଶିକାରୀମାନେ ଫାଶ ପକାଇ ଓ ବିଷ ଦେଇ ବାଦୁଡ଼ି ଶିକାର କରୁଛନ୍ତି। ଯଦି ଏମିତି ଅବାଧ ଶିକାର ଜାରି ରହେ ତାହେଲେ ଆଉ କିଛି ବର୍ଷ ମଧ୍ୟରେ କନ୍ଧମାଳରୁ ବାଦୁଡ଼ି ବଂଶ ଲୋପ ପାଇଯିବ। ତେଣୁ ବାଦୁଡ଼ିଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେବା ସହ ଶିକାରୀଙ୍କ ଉପରେ କଡ଼ା ନଜର ରଖିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

ପଢନ୍ତୁ: ଖୁବ୍‌ ଶୀଘ୍ର ଆୟକର ବିଭାଗ ପକ୍ଷରୁ ଜାରି ହେବ ଅନ୍‌ଲାଇନ୍‌ ପ୍ୟାନ୍‌କାର୍ଡ

ସମ୍ବନ୍ଧିତ ଖବର

ମେଲାଣି ନେଲେ ମା’ : ଟ୍ୱିନସିଟିରେ ସାରା ରାତି ଚାଲିଲା ଭସାଣି

Ratnamani Maharana

ନୂଆ ରୂପରେ ହେବ କଟକ ଐତିହାସିକ ବାଲିଯାତ୍ରା

Ratnamani Maharana

ପଲିସି ବନ୍ଦ କରିବାକୁ ଯାଉଛି ଏଲଆଇସି

Ratnamani Maharana

ଓଡ଼ିଶା ଉପକୂଳ ଛୁଇଁବ ନାହିଁ ବାତ୍ୟା ‘ବୁଲବୁଲ’

Ratnamani Maharana

ବାହାରେ ମଳ ତ୍ୟାଗ କରିବାରୁ ବନ୍ଦ ହେଲା ୨୪ ପରିବାରର ରାସନ୍‌ ସାମଗ୍ରୀ

Ratnamani Maharana

ଦୁନିଆର ସବୁଠୁ ଦାମୀ ଚକୋଲେଟ

Ratnamani Maharana