୩ ମାସ ବଢିଲା ମାଗଣାରେ ଆଧାର ବିବରଣୀ ଅପ୍ଡେଟ୍
ଯେଉଁମାନଙ୍କ ପାଖରେ ୧୦ ବର୍ଷରୁ ଅଧିକ ପୁରୁଣା ଆଧାର କାର୍ଡ ରହିଛି ତାହାର ବିବରଣୀକୁ ଅପ୍ଡେଟ୍ କରାଇବା ଲାଗି ୟୁଆଇଡିଏଆଇ ପକ୍ଷରୁ ଲୋକମାନଙ୍କୁ ଆହ୍ବାନ ଦିଆଯାଇଛି।
Loading...
ଓଡ଼ିଶାରେ କ୍ୟାନସର ଓ ପାଲିଆଟିଭ୍ କେୟାର ସେଣ୍ଟର ପାଇଁ ୩୪୦କୋଟି ଟଙ୍କା ଦାନ କରି ଚର୍ଚାରେ ଥିବା ବାଗ୍ଚୀ ଦମ୍ପତି ବେଙ୍ଗାଲୁରୁ ଆଇଆଇଏସ୍ସିରେ ୮ଶହ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଦାନ କରିଛନ୍ତି। ସୁସ୍ମିତା-ସୁବ୍ରତ ବାଗ୍ଚୀ ଓ ରାଧା-ଏନ୍ଏସ୍ ପାର୍ଥସାରଥୀ ମିଳିତଭାବେ ହସ୍ପିଟାଲ ପ୍ରତିଷ୍ଠା ପାଇଁ ୪୨୫ କୋଟି ଟଙ୍କା ଦାନ କରିଛନ୍ତି। ଏହାକୁ ବାଗ୍ଚୀ-ପାର୍ଥସାରଥୀ ହସ୍ପିଟାଲ ଭାବେ ନାମକରଣ କରାଯାଇଛି।
ପୁଣି ବଡ଼ ହୃଦୟ ଦେଖାଇଛନ୍ତି ବାଗ୍ଚୀ ଦମ୍ପତି। ଲୋକଙ୍କ ପାଇଁ ହାତ ଖୋଲିଦେଇଛନ୍ତି। ଓଡ଼ିଶାରେ କ୍ୟାନସର ଓ ପାଲିଆଟିଭ୍ କେୟାର ସେଣ୍ଟର ପାଇଁ ୩୪୦କୋଟି ଟଙ୍କା ଦାନ କରି ଚର୍ଚାରେ ଥିବା ବାଗ୍ଚୀ ଦମ୍ପତି ବେଙ୍ଗାଲୁରୁ ଆଇଆଇଏସ୍ସିରେ ୮ଶହ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଦାନ କରିଛନ୍ତି। ସୁସ୍ମିତା-ସୁବ୍ରତ ବାଗ୍ଚୀ ଓ ରାଧା-ଏନ୍ଏସ୍ ପାର୍ଥସାରଥୀ ମିଳିତଭାବେ ହସ୍ପିଟାଲ ପ୍ରତିଷ୍ଠା ପାଇଁ ୪୨୫ କୋଟି ଟଙ୍କା ଦାନ କରିଛନ୍ତି। ଏହାକୁ ବାଗ୍ଚୀ-ପାର୍ଥସାରଥୀ ହସ୍ପିଟାଲ ଭାବେ ନାମକରଣ କରାଯାଇଛି। ନିର୍ଦ୍ଦିଷ୍ଟଭାବେ ବାଗ୍ଚୀ ଦମ୍ପତି କେତେ ଟଙ୍କା ଦେଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।
ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ ସାଇନ୍ସ ବା ଆଇଆଇଏସ୍ସି କ୍ୟାମ୍ପସ୍ରେ ଏହି ସ୍ନାତକୋତ୍ତର ମେଡିକାଲ ସ୍କୁଲ ସହିତ ଏକ ମଲ୍ଟି ସ୍ପେସିଆଲଟି ହସ୍ପିଟାଲ ପ୍ରତିଷ୍ଠା କରାଯାଉଛି। ଗୋଟିଏ କ୍ୟାମ୍ପସ୍ରେ ବିଜ୍ଞାନ, ଇଞ୍ଜିନିୟରିଂ ଓ ମେଡିସିନ୍ର ଇଣ୍ଟିଗ୍ରେସନ୍ ହେବ। ମେଡିକାଲ କଲେଜରେ ଏମ୍ଡି-ପିଏଚ୍ଡି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ନୂତନ ଚିକିତ୍ସା ଓ ସ୍ବାସ୍ଥ୍ୟସେବା ସମ୍ବନ୍ଧୀୟ ସମସ୍ୟାର ସମାଧାନ ଦିଗରେ ଏଠାରେ ଗବେଷଣା କରାଯିବ। ଜାତୀୟ ମେଡିକାଲ କମିସନ(ଏନ୍ଏମ୍ସି)ର ନିୟମ ଅନୁଯାୟୀ ମେଡିକାଲ କଲେଜରେ ଛାତ୍ରଛାତ୍ରୀମାନେ ଏମ୍ଡି/ଏମ୍ଏସ୍ ଓ ଡିଏମ୍/ଏମ୍ସିଏଚ୍ କାର୍ଯ୍ୟକ୍ରମର ତାଲିମ ପାଇପାରିବେ। ଅହମଦାବାଦସ୍ଥିତ ଆର୍ଚି ମେଡିସ୍ ଏହି ହସ୍ପିଟାଲ କ୍ୟାମ୍ପସର ନିର୍ମାଣ କରୁଥିବା ସୂଚନା ମିଳିଛି। ହସ୍ପିଟାଲରେ ଅତ୍ୟାଧୁନିକ ଡାଏଗ୍ନୋଷ୍ଟିକ, ଚିକିତ୍ସା ଓ ଗବେଷଣା କରାଯିବ। କର୍କଟ, ହୃଦ୍ରୋଗ, ସ୍ନାୟୁରୋଗ, ଏଣ୍ଡୋକ୍ରାଇନୋଲୋଜି, ଗ୍ୟାଷ୍ଟ୍ରୋଏଣ୍ଟରୋଲୋଜି, ନିଫ୍ରୋଲୋଜି, ୟୁରୋଲୋଜି, ଡର୍ମାଟୋଲୋଜି, ପ୍ଲାଷ୍ଟିକ ସର୍ଜରି, ଅଙ୍ଗ ପ୍ରତିରୋପଣ, ରୋବୋଟିକ୍ ସର୍ଜରି, ଚକ୍ଷୁରୋଗ ଭଳି ରୋଗର ଚିକିତ୍ସା ମିଳିପାରିବ। ହସ୍ପିଟାଲରେ ଅତ୍ୟାଧୁନିକ ଡିଜିଟାଲ ଟେକ୍ନୋଲୋଜି, ଇଣ୍ଟିଗ୍ରେଟେଡ୍ ଇଲେକଟ୍ରୋନିକ୍ ମେଡିକାଲ ରେକର୍ଡ ବ୍ୟବସ୍ଥା ଓ ଟେଲିମେଡିସନ୍ର ମଧ୍ୟ ସୁବିଧା ରହିବ। ୨୦୨୪ ସୁଦ୍ଧା ହସ୍ପିଟାଲକୁ କାର୍ଯ୍ୟକ୍ଷମ କରାଯିବାର ଲକ୍ଷ୍ୟ ରହିଛି।
ଉଲ୍ଲେଖ ଯେ ଦେଶର ଅଗ୍ରଣୀ ଆଇଟି କମ୍ପାନି ମାଇଣ୍ଡଟ୍ରିର ଅନ୍ୟତମ ସହ ପ୍ରତିଷ୍ଠାତା ହେଉଛନ୍ତି ସୁବ୍ରତ ବାଗ୍ଚୀ। ଶ୍ରୀ ବାଗ୍ଚୀ ଏବେ ରାଜ୍ୟ ଦକ୍ଷତା ବିକାଶ କର୍ତୃପକ୍ଷର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ପତ୍ନୀ ସୁସ୍ମିତା ବାଗ୍ଚୀ ‘ମୋ ସ୍କୁଲ୍’ ଅଭିଯାନର ଅଧ୍ୟକ୍ଷ ରହିଛନ୍ତି। ବାଗ୍ଚୀ ଦମ୍ପତିଙ୍କ ମିଳିତ ଉଦ୍ୟମରେ ରାଜଧାନୀର ଇନଫୋ ଭ୍ୟାଲିରେ ବାଗ୍ଚୀ-କରୁଣାଶ୍ରୟ ପାଲିଆଟିଭ୍ କେୟାର କାର୍ଯ୍ୟ କରୁଛି। ରାଜଧାନୀରେ ପ୍ରଥମେ ଘରେ ଏହି ସୁବିଧା ଦିଆଯାଉଥିବା ବେଳେ ଆଗକୁ କଟକରେ ମଧ୍ୟ ଏହା ଆରମ୍ଭ ହେବ। ଏହାସହ ୫ଶହ ଶଯ୍ୟା ବିଶିଷ୍ଟ ବାଗ୍ଚୀ-ଶଙ୍କର କର୍କଟ ହସ୍ପିଟାଲ ପ୍ରତିଷ୍ଠା କରାଯାଉଛି। ଏଥିପାଇଁ ୨୧୦କୋଟି ଟଙ୍କାର ବ୍ୟୟ ଅଟକଳ ରହିଛି।
Shakespeare, in the beautiful garden, among the party. Some of the hall: in fact she was ever to.
ଯେଉଁମାନଙ୍କ ପାଖରେ ୧୦ ବର୍ଷରୁ ଅଧିକ ପୁରୁଣା ଆଧାର କାର୍ଡ ରହିଛି ତାହାର ବିବରଣୀକୁ ଅପ୍ଡେଟ୍ କରାଇବା ଲାଗି ୟୁଆଇଡିଏଆଇ ପକ୍ଷରୁ ଲୋକମାନଙ୍କୁ ଆହ୍ବାନ ଦିଆଯାଇଛି।
‘ପ୍ରବର୍ତ୍ତନ ନିର୍ଦେଶାଳୟ’ ତରଫରୁ ‘ଇଣ୍ଟର୍ପୋଲ୍’ ଜାରି କରିଥିବା ‘ରେଡ୍ ନୋଟିସ୍’ ଆଧାରରେ ‘ମହାଦେବ ଅନ୍ଲାଇନ୍ ବେଟିଙ୍ଗ୍ ଆପ୍’ର ୨ଜଣ ମୁଖ୍ୟ ମାଲିକଙ୍କ ମଧ୍ୟରେ ଅନ୍ୟତମ ରବି ଉପ୍ପଲଙ୍କୁ ଦୁବାଇରେ ସ୍ଥାନୀୟ ପୁଲିସ ଅଟକ ରଖିଥିବା କଥା ଆଜି ସରକାରୀ ଅଧିକାରୀମାନେ କହିଛନ୍ତି।
ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ପୌଷ ମାସ ଉପଲକ୍ଷେ ସର୍ବସାଧାରଣଙ୍କୁ ସକାଳୁ ମିଳିବ ଅବଢ଼ା। ଏହାସହ ମନ୍ଦିରରେ ଭୋର୍ ୫ଟାରେ ମଙ୍ଗଳ ଆଳତି, ସାଢ଼େ ୫ଟାରେ ହୋମ, ୬ଟାରେ ମହାସ୍ନାନ କରାଯାଇ ସକାଳ ୭ଟାରେ ସକାଳ ଧୂପ ସମାପନ ହେବାନେଇ ସୂଚନା ଦେଇଛି ପ୍ରଶାସନ।