EnewsOdia.Com

ମୃତ୍ୟୁର ସୌଦାଗର ଆଇଏସ ମୁଖ୍ୟ ଅଲ-ବାଗଦାଦି ନିହତ

ସାରା ବିଶ୍ୱକୁ ଆତଙ୍କର କଳା ଚାଦରରେ ଢାଙ୍କି ଦେଇଥିବା ଇସଲାମିକ ଷ୍ଟେଟ୍ ର ମୁଖ୍ୟ ଅବୁ ବକର ଅଲ-ବାଗଦାଦିର ମୃତ୍ୟୁ ହୋଇଛି | ଆମେରିକାର ସେନା ଅପରେସନରେ ବାଗଦାଦି ନିହତ ହୋଇଛି | ରିପୋର୍ଟ ଅନୁସାରେ ସିରିୟାର ଇବିବରେ ଆମେରିକା ସେନା ଚଳାଇଥିବା ମିଳିତ ଅପରେସନରେ ବାଗଦାଦିର ଜୀବନ ଯାଇଛି । ଏହି ଆତଙ୍କୀର ମୃତ୍ୟୁ ନେଇ ଆମେରିକା ରାଷ୍ଟ୍ରପତି ସ୍ପଷ୍ଟ କରିଛନ୍ତି |

ମିଳିଥିବା ସୂଚନା ଅନୁଯାୟୀ ସିରିଆର ଇଦ୍ଲିବ ଅଞ୍ଚଳରେ ISIS ଆତଙ୍କବାଦୀ ଅବୁ ବକର ଅଲ୍ ବାଗଦାଦିକୁ ଘେରିଥିଲା ଆମେରିକା ସେନା। ତେବେ ବାଗଦାଦି ଜୀବନ ବଞ୍ଚାଇବାକୁ ଯାଇ ଏକ ସୁଡ଼ଙ୍ଗ ଭିତରେ ଲୁଚିଯାଇଥିଲା। ଏହାପରେ ଆମେରିକା ସେନା ତାର ପିଛା କରିବାରୁ ନିଜକୁ ବିସ୍ଫୋରଣ କରି ଉଡ଼ାଇ ଦେଇଛି ବାଗଦାଦି। ବାଗାଦାଦି ଏବଂ ତା’ର ସ୍ତ୍ରୀ ବିସ୍ଫୋରକ ଜ୍ୟାକେଟ୍‌କୁ ସକ୍ରିୟ କରି ଏହି ବିସ୍ଫୋରଣ କରିଥିଲେ ବୋଲି ଇରାକ୍‌ର ଜଣେ ସୁରକ୍ଷା କର୍ମୀ କହିଛନ୍ତି। ବାଗଦାଦି ସହ ତାର ୩ଟି ସନ୍ତାନ ଏବଂ ଅନେକ ସହଯୋଗୀଙ୍କ ମଧ୍ୟ ମୃତ୍ୟୁ ହୋଇଥିବା କହିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ।

ଏଠାରେ ସୂଚନା ଥାଉ କି କିଛି ଘଣ୍ଟା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟୁଇଟ କରି କହିଥିଲେ ଯେ, କିଛି ଗୋଟେ ବଡ଼ ଘଟଣା ଘଟିଛି । ଆଜି ସକାଳୁ ହିଁ ଟ୍ରମ୍ପ ପରୋକ୍ଷରେ ଏବାବଦରେ ସୂଚନା ଦେବା ସହ ରୁଷ, ସିରିଆ, ତୁର୍କୀ ଏବଂ ସିରିଆର କୁର୍ଦ୍ଦିସ୍‌ ଯୋଦ୍ଧାମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

ପଢନ୍ତୁ: ଖୋଲା ପଡ଼ିଆରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ

ସମ୍ବନ୍ଧିତ ଖବର

ଭାରତୀୟ ବିମାନକୁ ଉହାନ ଯିବାକୁ ଅନୁମତି ଦେଉନି ଚୀନ

Ratnamani Maharana

ଭାରତରେ ଟ୍ରମ୍ପଙ୍କ ଜବରଦସ୍ତ ଫ୍ୟାନ୍‌

Ratnamani Maharana

ଛୁଟି ଦିନ ସତ୍ତ୍ୱେ ଫେବୃଆରୀ ୧ରେ ହେବ ବଜେଟ ଉପସ୍ଥାପନ

Ratnamani Maharana

ବାରଣାସୀର ମନ୍ଦିରକୁ ନିଷେଧ ବଳାତ୍କାରୀ ପ୍ରବେଶ

Ratnamani Maharana

୪୦ ଦିନ ଶିଶୁର ଜୀବନ ବଞ୍ଚାଇଲେ ଆମ୍ବୁଲାନ୍ସ ଡ୍ରାଇଭର

Ratnamani Maharana

‘ଏ’ ବ୍ଲଡ୍‌ଗ୍ରୁପ୍‌ ଧାରୀଙ୍କ ପାଇଁ କରୋନା ଅତ୍ୟନ୍ତ ସମ୍ବେଦନଶୀଳ; ‘ଓ’ ଗ୍ରୁପ୍‌ଧାରୀଙ୍କ ଠାରେ କରୋନା ପ୍ରତିରୋଧ କ୍ଷମତା ଅଧିକ

Ratnamani Maharana