EnewsOdia.Com

ବକ୍ସ ଅଫିସରେ ରେକର୍ଡ଼ କଲା ‘ବାଗୀ-୩’

ବଲିଉଡ଼ ଅଭିନେତା ଟାଇଗର ଶ୍ରଫ୍‍ ଓ ଅଭିନେତ୍ରୀ ଶ୍ରଦ୍ଧା କପୁର ଅଭିନୀତ ଚଳଚ୍ଚିତ୍ର ‘ବାଗୀ-୩’ ବକ୍ସ ଅଫିସରେ ଉଲ୍ଲେଖନୀୟ ପ୍ରଦର୍ଶନ ଜାରି ରଖିଛି। ଆୟ ଭିତ୍ତିରେ ଚଳଚ୍ଚିତ୍ର ଅନେକ ରେକର୍ଡ଼ ସୃଷ୍ଟି କରିଛି। କରୋନା ଭୟ, ହୋଲି ପୂର୍ବର ବକ୍ସ ଅଫିସ ମାନ୍ଦାବସ୍ଥା ଓ ପିଲାଙ୍କ ପରୀକ୍ଷା ସମୟ ହୋଇଥିବା ସତ୍ତ୍ବେ ପ୍ରଥମ ଦିନରେ ଚଳଚ୍ଚିତ୍ର ୧୭ କୋଟି ୫୦ ଲକ୍ଷ ଟଙ୍କାର ବ୍ୟବସାୟ କରିଛି। ଟ୍ରେଡ଼୍‍ ଆନାଲିଷ୍ଟ ତରଣ ଆଦର୍ଶ ଚଳଚ୍ଚିତ୍ରର ଆୟ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଛନ୍ତି। ‘ବାଗୀ-୩’ ଚଳିତ ବର୍ଷର ବର୍ତ୍ତମାନ ସୁଦ୍ଧା ପ୍ରଥମ ଦିନରେ ସବୁଠାରୁ ଅଧିକ ଆୟ କରିଥିବା ଚଳଚ୍ଚିତ୍ର ପାଲଟିଛି।

ଉଲ୍ଲେଖଯୋଗ୍ୟ, ଅହମଦ ଖାନଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଟାଇଗର ଓ ଶ୍ରଦ୍ଧାଙ୍କ ବ୍ୟତୀତ ରିତେଶ ଦେଶମୁଖ ଓ ଅଙ୍କିତା ଲୋଖଣ୍ଡେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

ପଢନ୍ତୁ: ଭିକାରୀରୁ ରାତାରାତି ଷ୍ଟାର ପାଲଟିଥିବା ରାନୁ ମଣ୍ଡଳ ଏବେ କେମିତି ଅଛନ୍ତି!

ସମ୍ବନ୍ଧିତ ଖବର

ଦ୍ୱିତୀୟ ଥର ବାପା ବନିଲେ କେଜିଏଫ୍‌ ଷ୍ଟାର ୟଶ

Ratnamani Maharana

ହିରୋପନ୍ଥୀ ୨ କରିବେ ଟାଇଗର ଶ୍ରଫ୍

Ratnamani Maharana

କରୋନା ସଂକ୍ରମଣର ଭୟ ଥିବାରୁ ସ୍ଥଗିତ ହେଲା ଆଇଫା ଆୱାର୍ଡ ୨୦୨୦

Ratnamani Maharana

କାଲି ପରଦାକୁ ଆସୁଛି ‘କୁଇନ୍’

Ratnamani Maharana

ଦିଆସିଲି କାଠି ଜଳାଇ ‘ଲୋହରି’ ମନାଇଲେ ସୁନିଲ୍‌ ଗ୍ରୋଭର

Ratnamani Maharana

ବହି ଧରି ଗାନ୍ଧୀଙ୍କ କଥା ଏମିତି ପଢ଼ିଲେ ବଲିଉଡ୍‌ ଷ୍ଟାର୍‌

Ratnamani Maharana