ଚୀନରେ ମୁକ୍ତି ଲାଭ କରିବ ବ୍ଲକବଷ୍ଟର ସିନେମା ‘ବାହୁବଳୀ-୨’

ଚୀନରେ ଧମାଲ କରିବ ‘ବାହୁବଳୀ-୨’

ଭାରତୀୟ ଦର୍ଶକଙ୍କ ମନରେ ଛାପ ଛାଡ଼ିଥିବା ଲୋକପ୍ରିୟ ଫିଲ୍ମ ‘ବାହୁବଲୀ ୨: ଦ କନ୍‌କ୍ଲୁଜନ୍‌’ ଚାଇନା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏଥିପାଇଁ ଚୀନ ସେନସର ବୋର୍ଡ ରିଲିଜ ଅନୁମତି ଦେଇଛି । ଏହି ଚର୍ଚ୍ଚିତ ଫିଲ୍ମକୁ ଚାଇନା ଦର୍ଶକଙ୍କ ନିକଟରେ ପହଞ୍ଚାଇବାର ଦାୟିତ୍ୱ ନେଇଛି ଇଷ୍ଟାର୍ସ ମିଡିଆ ।

ସାରା ଦୁନିଆ ଧମାଲ ମଚାଇ ବଲିଉଡ ଇତିହାସରେ ରେକର୍ଡ ସୃଷ୍ଟିକରିଥିବା ଏହି ଫିଲ୍ମ ଏବେ ଚୀନରେ ଧମାଲ କରିବାକୁ ଯାଉଛି। ଏସଏସ ରାଜମୌଲିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ପ୍ରଭାସ, ରାଣା ଦଗୁବତୀ, ଅନୁଷ୍କା ସେଟ୍ଟୀ ଓ ତମାନ୍ନା ଭାଟିଆ ନଜର ଆସିଥିଲେ। ଏହି ଫିଲ୍ମ ଗତ ବର୍ଷ ଏପ୍ରିଲ ୨୮ରେ ରିଲିଜ୍ ହୋଇଥିଲା। ‘ବାହୁବଳୀ: ଦ ବିଗିନିଙ୍ଗ’ ଚୀନରେ ମୋଟ୍ ୧୨.୩୦ କୋଟି ଡଲାର ଆୟ କରିଥିଲା ।

ବାହୁବଳୀର ପ୍ରଥମ ଭାଗ ‘ବାହୁବଳୀ: ଦ ବିଗିନିଙ୍ଗ’ର ୨୦୧୫ରେ ରିଲିଜ୍ ହୋଇଥିଲା ଏବଂ ଏହାର ସ୍ଵିକେଲ ‘ବାହୁବଳୀ ୨: ଦ କନକ୍ଲୁଜନ’ ୨୦୧୭ ଏପ୍ରିଲରେ ରିଲିଜ୍ ହୋଇଥିଲା। ଚୀନ ଏବେ ଭାରତୀୟ ଫିଲ୍ମ ପାଇଁ ବଡ଼ ବଜାରର ଭାବେ ଆର୍ବିଭାବ ହୋଇଛି ।

ନିକଟରେ ଆମୀର ଖାନ୍‌ଙ୍କ ’ଦଙ୍ଗଲ୍‌’, ‘ସିକ୍ରେଟ୍‌ ସୁପର୍‌ଷ୍ଟାର’  ଭଲ ବ୍ୟବସାୟ କରିଥିଲା । କେବଳ ଏତିକି ନୁହେଁ  ସଲ୍‌ମାନ ଖାନ୍‌ଙ୍କ ‘ବଜରଙ୍ଗୀ ଭାଇଜାନ୍‌’ ମଧ୍ୟ ଚାଇନାରେ ରିଲିଜ୍‌ ହୋଇଥିଲା । କେବଳ ‘ଦଙ୍ଗଲ’ ଫିଲ୍ମ ଏହି ପଡ଼ୋଶୀ ରାଷ୍ଟ୍ରରେ ୧୯୫ ନିୟୁତ ଡଲାର ଆୟ କରିଛି ।

ପଢନ୍ତୁ ;

ଏଥର ରଜରେ ଅନୁଭବ କରିବେ ଧମାଲ

ସାରା ଦୁନିଆ ଧମାଲ ମଚାଇ ବଲିଉଡ ଇତିହାସରେ ରେକର୍ଡ ସୃଷ୍ଟିକରିଥିବା ଏହି ଫିଲ୍ମ ଏବେ ଚୀନରେ ଧମାଲ କରିବାକୁ ଯାଉଛି - 91%

91%

‘ବାହୁବଳୀ: ଦ ବିଗିନିଙ୍ଗ’ ଚୀନରେ ମୋଟ୍ ୧୨.୩୦ କୋଟି ଡଲାର ଆୟ କରିଥିଲା - 88%

88%
89.5%

Very Good!

ଚୀନରେ ମୁକ୍ତି ଲାଭ କରିବ ବ୍ଲକବଷ୍ଟର ସିନେମା ‘ବାହୁବଳୀ-୨’

ଭାରତୀୟ ଦର୍ଶକଙ୍କ ମନରେ ଛାପ ଛାଡ଼ିଥିବା ଲୋକପ୍ରିୟ ଫିଲ୍ମ ‘ବାହୁବଲୀ ୨: ଦ କନ୍‌କ୍ଲୁଜନ୍‌’ ଚାଇନା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏଥିପାଇଁ ଚୀନ ସେନସର ବୋର୍ଡ ରିଲିଜ ଅନୁମତି ଦେଇଛି । ଏହି ଚର୍ଚ୍ଚିତ ଫିଲ୍ମକୁ ଚାଇନା ଦର୍ଶକଙ୍କ ନିକଟରେ ପହଞ୍ଚାଇବାର ଦାୟିତ୍ୱ ନେଇଛି ଇଷ୍ଟାର୍ସ ମିଡିଆ ।

No Votes Yet

You're not rated yet