February 21, 2019

ବହୁତ ଜଲ୍-ଦି ପାକିସ୍ଥାନରେ ଦେଖିବାକୁ ମିଳିବ ‘ବାହୁବଳୀ’

ସାରା ଦୁନିଆରୁ ୨୦୦୦ କୋଟି ଟଙ୍କା ଆୟ କରିଥିବା ପ୍ରଥମ ଭାରତୀୟ ସିନେମା ‘ବାହୁବଳୀ’

ଫିଲ୍ମମେକର ଏସ.ଏସ ରାଜମୌଲୀ କରାଚିରେ ହେବାକୁ ଥିବା ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ଫିଲ୍ମ ମହୋତ୍ସବରେ ନିଜର ଫିଲ୍ମ ବାହୁବଳୀର ସ୍କ୍ରିନଙ୍ଗକୁ ନେଇ ଉତ୍ସାହିତ ଅଛନ୍ତି । ଏହି ଚଳଚ୍ଚିତ୍ରର ବିଦେଶ ଯାତ୍ରା ମଧ୍ୟରୁ ପାକିସ୍ଥାନ ଯାତ୍ରା ସବୁଠୁ ରୋମାଞ୍ଚକର ହେବ ବୋଲି ରାଜମୌଲି ପ୍ରକାଶ କରିଛନ୍ତି । ରିଲିଜ୍‌ ଅନୁମତି ମିଳିଥିବାରୁ ସେ କରାଚୀ ଇଣ୍ଟରନ୍ୟାଶନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌କୁ ଧନ୍ୟବାଦ ଦେଇଛନ୍ତି ।

ଏହି ୪ ଦିବସୀୟ ପିଲ୍ମ ମହୋତ୍ସବ ଗୁରୁବାରରୁ ଆରମ୍ଭ ହେବ ଏବଂ ଏହା ଏପ୍ରିଲ ଏକରେ ଶେଷ ହେବ । ଏହି ମହୋତ୍ସବରେ ‘ ଡିୟର ଜିନ୍ଦେଗୀ’ ‘ଆଖୋଁ ଦେଖି’ ‘ହିନ୍ଦୀ ମିଡିୟମ’ ‘କଡବୀ ହୱା’ ‘ନୀଲ ବଟା ସନ୍ନାଟା’ ‘ସଙ୍ଗ ଅଫ ଦ ସ୍କୋପିଏନ ଏବଂ ମରାଠି ସିନେମା ‘ସୈରାଟ’ ମଧ୍ୟ ପ୍ରଦର୍ଶୀତ କରାଯିବ ।

ତେବେ ପାକିସ୍ଥାନରେ ‘ବାହୁବଲୀ’ର ଶକ୍ତି ପ୍ରଦର୍ଶନକୁ ଅପେକ୍ଷା କରିଛନ୍ତି ନିର୍ଦ୍ଦେଶକ ଏବଂ ଟିମ୍‌ ବାହୁବଲୀ ।

ପଢନ୍ତୁ ;

ବଲ୍‌ ଟ୍ୟାମ୍ପରିଂ ମାମଲା : ସ୍ମିଥ୍‌, ଓ୍ବାର୍ନରଙ୍କୁ ୧୨ ମାସ ଏବଂ ବାନକ୍ରାଫ୍ଟଙ୍କୁ ୯ ମାସ ବାସନ୍ଦ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More