POLITICALS

ସହିଦଙ୍କ ମରଶରୀରରେ ଦଳୀୟ ପତାକା ଦେଇ ଅଡୁଆରେ ବିଜେଡ଼ି

Side

ସୋମବାର ଜାମ୍ମୁ ଓ କଶ୍ମୀରର ପୁଲୱାମା ଅରିହଲ୍ ଅଞ୍ଚଳରେ ଯବାନଙ୍କ ଗାଡ଼ି ଯିବା ବେଳେ ଯେଉଁ ଆଇଇଡି ବିସ୍ଫୋରଣରେ ନିହତ ହୋଇଥିଲେ ଓଡିଶାର ଅଜିତ ସାହୁ  ବୁଧବାର ମଧ୍ୟରାତ୍ରିରେ ସହିଦ ଅଜିତ ସାହୁଙ୍କ ମରଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲା। ଏହାପରେ ସହିଦଙ୍କ ମରଶରୀରକୁ ୧୨୦ ବାଟାଲିୟାନକୁ ନିଆଯାଇ ସେଠାରେ ସେନା ପକ୍ଷରୁ ସହିଦଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ପରେ ରାଜ୍ୟପାଳ ପ୍ର. ଗଣେଶୀ ଲାଲ୍  ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ତେବେ ସାଧାରଣତଃ ସହିଦଙ୍କ ମାରଶାରୀର ଉପରେ ତ୍ରିରଙ୍ଗା ପତାକା ଥାଏ ମାତ୍ର ସହିଦ ଅଜିତ ସାହୁଙ୍କ ଉପରେ ବିଜେଡ଼ି  ନିଜର ଦଳୀୟ ପତାକା ଦେଇ ଅଡୁଆ ଭିତରକୁ ଟାଣି ହୋଇଯାଇଛି।

ସହିଦ ଅଜିତ ସାହୁଙ୍କ କଫିନ୍ ଉପରେ ବିଜେଡି ପତାକା ଢାଙ୍କିବା ଘଟଣାକୁ ନିନ୍ଦା କଲେ ବୈଜୟନ୍ତ ପଣ୍ଡା

ସହିଦ୍ ଅଜିତ ସାହୁଙ୍କ ମରଶରୀର ନେଇ ଆସିଥିବା କଫିନ୍ ଉପରେ ବିଜେଡିର ଦଳୀୟ ପତାକା ଢଙ୍କାଯିବା ଘଟଣାକୁ ଟ୍ୱିଟ୍ କରି ନିନ୍ଦା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ସେ ନିଜର ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ଯେ, ସହିଦ ଓଡ଼ିଆ ଯବାନଙ୍କୁ ନେଇ ଶାସକ ଦଳର ଏଭଳି ରାଜନୀତି ଦୁର୍ଭାଗ୍ୟଜନକ। କଫିନ ଉପରେ ତ୍ରିରଙ୍ଗା ପରିବର୍ତ୍ତେ ଦଳୀୟ ପତାକା ଢଙ୍କାଯିବା ନିନ୍ଦନୀୟ। ଏଭଳି ଘଟଣାର ଦୃଷ୍ଟି ଆକର୍ଷଣ ପାଇଁ ଜାତୀୟ ଗଣମାଧ୍ୟମକୁ ବୈଜୟନ୍ତ ପଣ୍ଡା ଅନୁରୋଧ କରିଛନ୍ତି। ସେ ଆହୁରି କହିଛନ୍ତି,“ ଏହି ଘଟଣା ପାଇଁ ବିଜେଡି କ୍ଷମା ମାଗୁ।”
ପଢନ୍ତୁ: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ

Related posts

ବିଜେଡ଼ିର ରାଜ୍ୟସଭା ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ନାମାଙ୍କନ ନାକଚ କରିବାକୁ ଦାବି

ENO Beuro

ବିଜେଡିରେ ଯୋଗଦେଲେ ଅମର ପଟ୍ଟନାୟକ

ENO Beuro

ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ପ୍ରଚାର ଅଭିଯାନ

Ratnamani Moharana

Leave a Comment