POLITICALS

ବିଜେପିରେ ଯୋଗଦେଲେ ପୂର୍ବତନ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା

panda

ପଦ୍ମ ଧରିଲେ ବୈଜୟନ୍ତ

ବିଜେଡିରୁ ଇସ୍ତଫା ଦେବାର ଦୀର୍ଘ ୯ମାସ ପରେ ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ଗତକାଲି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ବିଜେପି ପାର୍ଟି ମୁଖ୍ୟାଳୟରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ସହ କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ, ବିଜେପି ରାଜ୍ୟସଭାପତି ବସନ୍ତ ପଣ୍ଡା, ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ବିଜେପି ବିଧାୟକ ଦଳର ନେତା କେବି ସିଂହଦେଓ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଉପସ୍ଥିତିରେ ପଣ୍ଡା ପଦ୍ମ ଧରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରି ସେ କହିଥିଲେ ଯେ ଦେଶର ଦୀର୍ଘସୂତ୍ରୀ ସ୍ବାର୍ଥ ପାଇଁ ପ୍ରଧାନମନ୍ତ୍ରୀ କଠୋର ନିଷ୍ପତ୍ତି ନେଉଛନ୍ତି । ବିଜେପି ଓଡ଼ିଶାରେ ପରିବର୍ତ୍ତନ ଆଣିବା ସହ ଦେଶକୁ ଆଗକୁ ନେଇପାରିବ ବୋଲି ସେ ଦୃଢ଼ୋକ୍ତି ବାଢ଼ିଥିଲେ ।

ସୂଚନାଯୋଗ୍ୟ,ବିଜେଡି ବୈଜୟନ୍ତଙ୍କୁ ଦଳରୁ ୨୦୧୮ ମେ ୨୮ରେ ଇସ୍ତଫା ଦେଇଥିଲେ। ଏହାପରେ ମଧ୍ୟ ସେ ନିଜର ରାଜନୈତିକ କାର୍ଯ୍ୟକଳାପ ଜାରି ରଖିଥିଲେ । ଯାହାକୁ ନେଇ ସେ ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଥିଲା । ଆହୁରି ପୁଣି କେତେବେଳେ ସେ କଂଗ୍ରେସରେ କିମ୍ବା ନୂତନ ଦଳ ଗଠନ କରିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା ।

ପଢନ୍ତୁ;୮ରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି

Related posts

ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ଙ୍କ ଉପରେ ବିଚାର କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ

ENO Beuro

ଜନତାଙ୍କୁ ରାହୁଲଙ୍କ ପ୍ରତିଶ୍ରୁତି: ସର୍ବନିମ୍ନ ନିଶ୍ଚିତ ଆୟ ଯୋଜନାରେ ପ୍ରତି ବର୍ଷରେ ପାଇବେ ୭୨ ହଜାର

Ratnamani Moharana

ସ୍ଥଗିତ ପାଟକୁରା ବିଧାନସଭା ଆସନ ପାଇଁ ମେ’ ୧୯ରେ ହେବ ମତଦାନ

Ratnamani Moharana

Leave a Comment