• Home
  • POLITICALS
  • ବିଜେଡିରୁ ଇସ୍ତଫା ଦେଲେ ସାଂସଦ ବୈଜୟନ୍ତ ପଣ୍ଡା !
POLITICALS

ବିଜେଡିରୁ ଇସ୍ତଫା ଦେଲେ ସାଂସଦ ବୈଜୟନ୍ତ ପଣ୍ଡା !

ବିଜେଡିରୁ ନିଲମ୍ବିତ ହୋଇଥିବା ଏମ୍‌ପି ବୈଜୟନ୍ତ ପଣ୍ଡା ଦଳରୁ ଇସ୍ତଫା ଦେଇଛନ୍ତି। ସୋମବାର ୩ ପୃଷ୍ଠା ବିଶିଷ୍ଟ ଏକ ଇସ୍ତଫାପତ୍ର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ପଠାଇଛନ୍ତି। ନିକଟରେ ତାଙ୍କ ପିତା ତଥା ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡାଙ୍କର ବିୟୋଗ ହୋଇଥିଲା। ବଂଶୀଧରଙ୍କ ଶେଷ ଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ କିମ୍ବା ବିଜେଡିର ଅନ୍ୟ କେହି ନେତା ଯାଇ ନ ଥିଲେ, ଯାହାକୁ ନେଇ ବୈଜୟନ୍ତ କ୍ଷୋଭ ପ୍ରକାଶ କରିଛନ୍ତି।

ବୈଜୟନ୍ତ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ, ଯେତେବେଳେ ମୁଁ ଜାଣିବାକୁ ପାଇଲି ଯେ, ମୋ ବାପା ସ୍ବର୍ଗତ ବଂଶୀଧର ପଣ୍ଡାଙ୍କ ଶେଷଦର୍ଶନ ପାଇଁ ବିଜେଡି ନେତାଙ୍କୁ ବାରଣ କରାଯାଇଥିଲା। ଏହା ଜାଣିବା ପରେ ମୋ ହୃଦୟକୁ ବାଧିଥିଲା। ଏହାପରେ ମୁଁ ହୃଦବୋଧ କଲି ଯେ, ବିଜେଡି ମତେ ଆଉ ଚାହୁଁନି। ଦଳ ମତେ କାଢ଼ି ଦେବାକୁ ଚାହୁଁଛି। ଏହା ମୋ ଆତ୍ମସମ୍ମାନରେ ଆଞ୍ଚ ଆଣିଛି। ଦଳର ଏଭଳି ସଂକୀର୍ଣ୍ଣ ପରିବେଶ ଭିତରେ ମୁଁ ନିଜର ଆତ୍ମ ସମ୍ମାନକୁ ବଳି ଦେବାକୁ ଚାହୁଁନି।

ଆମ ପାରିବାରିକ ସଂପର୍କ ବାଦ୍, ୧୯୯୫ରୁ ୧୯୯୭ ମସିହା ଯାଏ, ବିଜୁ ଅଙ୍କଲ ତାଙ୍କ ଜୀବନର ଶେଷ ଦୁଇବର୍ଷର ରାଜନୈତିକ କାର୍ଯ୍ୟକ୍ରମରେ ମତେ ସାମିଲ୍ କରିବାକୁ ଉପଯୁକ୍ତ ଭାବିଥିଲେ। ସେ ଏକ ନୂଆ ରାଜନୈତିକ ଦଳ ଗଢ଼ନ୍ତୁ ବୋଲି ଆମେ କେତେଜଣ ତାଙ୍କ ପାଖରେ ଯୁକ୍ତି ଉପସ୍ଥାପନ କରୁଥିଲୁ। କିନ୍ତୁ ତାହା ସମ୍ଭବ ହେବା ଆଗରୁ ତାଙ୍କର ମୃତ୍ୟୁ ହୋଇଥିଲା।

ସୂଚନାଯୋଗ୍ୟ ଯେ ଦଳବିରୋଧୀ କାର୍ଯ୍ୟ ପାଇଁ ଗତ ଜାନୁଆରି ୨୪ ତାରିଖ ଦିନ ବିଜେଡି ସାଂସଦ ଶ୍ରୀ ପଣ୍ଡାଙ୍କୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳରୁ ନିଲମ୍ବିତ କରିଥିଲେ।

ବିଜେଡିରୁ ଇସ୍ତଫା ଦେଲେ ସାଂସଦ ବୈଜୟନ୍ତ ପଣ୍ଡା ! panda

ପଢନ୍ତୁ; ମୁହଁ ଓ ତ୍ୱଚାର ଚମକ ବଢାଇଥାଏ “ଚାଉଳ ପାଣି” ! ଜାଣନ୍ତୁ ଏହାକୁ କିପରି କରିବେ ବ୍ୟବହାର

Related posts

ହିମାଚଳ ପ୍ରଦେଶରେ ଆଗାମୀ ୯ ତାରିଖ ଦିନ ହେବାକୁ ଥିବା ନିର୍ବାଚନ ପାଇଁ ଆଜି ଶେଷ ପ୍ରଚାର

Krishna Kumar Manoj

ବିଜୁ ପଟ୍ଟନାୟକ ସ୍ମୃତି ପୀଠରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ବୈଜୟନ୍ତ ପଣ୍ଡା

Krishna Kumar Manoj

କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ କେବଳ ରାଜନୀତିରେ ନୁହେଁ, ମାର୍ସାଲ ଆର୍ଟ ରେ ମଧ୍ୟ ରୁଚି ରଖନ୍ତି

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More