POLITICALS

ବୈଜୟନ୍ତଙ୍କୁ ମିଳିଲା ବିଜେପି ଜାତୀୟ ଉପସଭାପତି ଓ ମୁଖ୍ୟପାତ୍ର ଦାୟିତ୍ଵ

panda

ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ମିଳିଲା ନୂଆ ଦାୟିତ୍ୱ

ବିଜେପିରେ ଯୋଗ ଦେଇଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଦଳ ବଡ ଦାୟିତ୍ଵ ଦେଇଛି। ଦଳର ଜାତୀୟ ଉପସଭାପତି ପଦବୀ ସହ ତାଙ୍କୁ ମୁଖ୍ୟପାତ୍ର ଭାବେ ନିଯୁକ୍ତି କରିଛି ବିଜେପି। ବିଜେପି ହେଡକ୍ବାଟର୍ସ ଦାୟିତ୍ବରେ ସାଧାରଣ ସଂପାଦକ ଅରୁଣ ସିଂହଙ୍କ ଦସ୍ତଖତରେ ଏହି ନିର୍ଦେଶନାମା ଜାରି ହୋଇଛି।

ଗତ ୪ ତାରିଖରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଥିଲେ ବୈଜୟନ୍ତ । ଦୁଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶା ପ୍ରଭାରୀ ଅରୁଣ ସିଂହ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗଦେଇଥିଲେ।

ବିଜେପିରେ ଯୋଗଦେବାର କିଛି ମୁହୂର୍ତ ପରେ ବୈଜୟନ୍ତଙ୍କୁ ଏଭଳି ଦାୟିତ୍ବ ରାଜ୍ୟ ବିେଜପି ଶିବିରରେ ଚର୍ଚ୍ଚାର ବିଷୟ ହୋଇଛି। ଦଳର ଜଣେ ବରିଷ୍ଠ ନେତା କହିଛନ୍ତି, ପୂର୍ବ ଭାରତରେ ବିଜେପିର ଶକ୍ତି ବୃଦ୍ଧି ଲାଗି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ବହୁ ପୂର୍ବରୁ ସୂଚନା ଦେଇଥିଲେ।

ପଢନ୍ତୁ;ତୃତୀୟ ଦିନିକିଆ ମ୍ୟାଚ୍‌: ଭାରତ ୩୨ ରନରେ ହାରିଲା

Related posts

ଲକ୍ଷ୍ନୌରେ ପ୍ରିୟଙ୍କା ଗାନ୍ଧୀଙ୍କର ଆଜି ପ୍ରଥମ ରୋଡ୍‌ ସୋ’; ଯୋଗଦେବେ ରାହୁଲ ଗାନ୍ଧୀ

ENO Beuro

ବିଜେଡ଼ିରୁ ବିଦା ହେବେ ଦାମ

ENO Beuro

ବିଜେଡିର ପାର୍ଥୀ ତାଲିକା ପ୍ରକାଶ ପାଇଲା: ହିଞ୍ଜିଳି ଓ ବିଜେପୁରରୁ ନିର୍ବାଚନ ଲଢ଼ିବେ ନବୀନ

Ratnamani Moharana

Leave a Comment