• Home
  • POLITICALS
  • ବୈଜୟନ୍ତ ପଣ୍ଡାଙ୍କ ହାତ ଛାଡିଲେ ସଂଯୋଜକ ଦେବାଶିଷ ମଲ୍ଲିକ
POLITICALS

ବୈଜୟନ୍ତ ପଣ୍ଡାଙ୍କ ହାତ ଛାଡିଲେ ସଂଯୋଜକ ଦେବାଶିଷ ମଲ୍ଲିକ

  ସଂଯୋଜକ : ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି ବୈଜୟନ୍ତ

କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ରାଜନୈତିକ ସଂଯୋଜକ ଦେବାଶିଷ ମଲ୍ଲିକ ଆଜି ତାଙ୍କ ହାତ ଛାଡିଛନ୍ତି । କେବଳ ହାତ ଛାଡି ନାହାନ୍ତି ବୈଜୟନ୍ତଙ୍କ ବିରୋଧରେ ବି ଦୋଷ ଲଦିଛନ୍ତି । ଦେବାଶିଷ କହିଛନ୍ତି , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଜୟନ୍ତଙ୍କୁ ଏକ ନିର୍ଦିଷ୍ଠ ସଂସଦୀୟ କମିଟିର ଅଧକ୍ଷ୍ ମନୋନୀତ ନ କରିବା ଦିନ ଠାରୁ ସଢଯନ୍ତ୍ର ଆରମ୍ଭ କରିଛନ୍ତି ।

ଏହାସହ ବିଜେଡିରେ ରହି ବୈଜୟନ୍ତ ଯେଉଁଭଳି ଦଳବିରୋଧୀ କାମ କରିଛନ୍ତି ସାମ୍ବାଦିକ ସମ୍ମିଳନୀରେ ତାହାର ଖୁଲାସା କରିଛନ୍ତି ଦେବାଶିଷ । ଗତ ପଞ୍ଚାୟତ ନିର୍ବାଚନ ଓ ବିଜେପୁର ଉପନିର୍ବାଚନରେ ବୈଜୟନ୍ତ ଦଳ ବିରୋଧରେ ଅର୍ନ୍ତଘାତୀ କାର୍ଯ୍ୟ କରୁଥିଲେ । ଏହାଛଡା ନିଜ ସ୍ୱାର୍ଥ ପାଇଁ ଏବେ ପାଣ୍ଡିଆନ ଓ ତୃତୀୟ ମହଲାକୁ ବୈଜୟନ୍ତ ଟାର୍ଗେଟ କରୁଛନ୍ତି ବୋଲି କହିଛନ୍ତି ଦେବାଶିଷ । ଯାହା ଦଳକୁ କ୍ଷତି ପହଞ୍ଚାଉଥିଲା ଏହା ଜଣା ପଡିବା ପରେ ବୈଜୟନ୍ତଙ୍କୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ବିଜୁ ପରିବାରରେ ରହି ବୈଜୟନ୍ତ ଯେଉଁଭଳି ଭାବେ ବିଜେଡି ବିରୋଧରେ ଅର୍ନ୍ତଘାତୀ କାର୍ଯ୍ୟ କରୁଛନ୍ତି ତାହା ତାଙ୍କ ବିବେକକୁ ବେଶ ବାଧିଛି ତେଣୁ ସେ ସଂଯୋଜକ ପଦରୁ ଇସ୍ତଫା ଦେଇଥିବା କହିଛନ୍ତି ଦେବାଶିଷ । ଏହାଛଡା ସେ ଏବେ ମଧ୍ୟ ନବୀନଙ୍କ ନେତୃତ୍ୱକୁ ସମର୍ଥନ କରୁଛନ୍ତି ଓ ବିଜୁ ଜନତା ଦଳରେ ରହିଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଦେବାଶିଷଙ୍କ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବୈଜୟନ୍ତଙ୍କ ରାଜନୈତିକ ସଚିବ ଜ୍ୟୋତି ଘୋଷ । ସେ କହିଛନ୍ତି, ବୈଜୟନ୍ତଙ୍କ ବିରୋଧରେ ସଂଯୋଜକ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସମ୍ପୂର୍ଣ୍ଣ ଭାବେ ଭିତ୍ତିହୀନ । ଏହାଛଡା ଦେବାଶିଷ ନିଜର ନ୍ୟସ୍ତସ୍ୱାର୍ଥ ପାଇଁ କାହା ଇଙ୍ଗିତରେ ହୁଏତ ଏଭଳି ନିଷ୍ପତି ନେଇଛନ୍ତି ଯାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ ।ତେବେ ଏଥିରେ ଆଦୌ ବିଚଳିତ ହେବାର କୌଣସି କାରଣ ନାହିଁ ବୋଲି କହିଛନ୍ତି ଜ୍ୟୋତି ପ୍ରକାଶ ଘୋଷ ।

ବୈଜୟନ୍ତ ପଣ୍ଡାଙ୍କ ହାତ ଛାଡିଲେ ସଂଯୋଜକ ଦେବାଶିଷ ମଲ୍ଲିକ BAIJAYANTA

ପଢନ୍ତୁ ;

ଆଜି ପବିତ୍ର ଅକ୍ଷୟ ତୃତୀୟା

Related posts

କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିିତିରେ ବିଧିବଦ୍ଧ ଭାବେ ବିଜେପି ଦଳରେ ସାମିଲ ହେଲେ ଅପରାଜିତା

Krishna Kumar Manoj

ଭର୍ତ୍ତୃହରି ମହତାବଙ୍କୁ ଶ୍ରେଷ୍ଠ ସାଂସଦ ପୁରସ୍କାର

Krishna Kumar Manoj

ପାର୍ଲାମେଣ୍ଟ୍‌ର ଶୀତକାଳୀନ ଅଧିବେଶନ ଡିସେମ୍ବର ମାସରେ ହେବ – ଅନନ୍ତ କୁମାର

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More