ପୁରୀ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କଲେ ବୈଜୟନ୍ତ ;
ବିଜେଡ଼ିରୁ ନିଳମ୍ବିତ ସାଂସଦ ବୈଜୟନ୍ତ ପଣ୍ଡା ଆଜି ପୁରୀ ଯାଇ ଶ୍ରୀଜୀଉମାନପଙ୍କ ଦର୍ଶନ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ ହେଉଛି ଆଜି ବିଜୁପଟ୍ଟନାୟଙ୍କ ଉପରେ ଏକ ପୁସ୍ତକ ଉନ୍ମୋଚନ ପାଇଁ ଜାତୀୟ ସ୍ତରର ନେତାମାନେ ଭୁବନେଶ୍ୱର ଆସୁଥିବା ବେଳେ ସାଂସଦ ଶ୍ରୀ ପଣ୍ଡା ପୁରୀ ଯାଇ ସ୍ୱର୍ଗଦ୍ୱାରଠାରେ ଥିବା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସମାଧୀ( ବିଜୁ ପଟ୍ଟନାୟକ ସ୍ମୃତି ପୀଠ)ରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ବୈଜୟନ୍ତ ବର୍ତମାନ ଦୋଛକିରେ ରହିଥିବାବେଳେ ବିଜେଡିର ନିର୍ବାଚନୀ ସତ୍ୟପାଠ ନେଇ ମିଥ୍ୟା ଆରୋପକୁ ଟ୍ୱିଟର ଜରିଆରେ ସେ ଦୃଢତାର ସହ ଖଣ୍ଡନ କରିଛନ୍ତି। ଏଥିସହ ଶାସକ ଦଳର ବିଧାୟକଙ୍କର ଏହି ଅଭିଯୋଗକୁ ସେ କିମ୍ଭୁତକିମାକାର ଅଭିଯୋଗ କହି ସମାଲୋଚନା କରିଛନ୍ତି। ଅଭିଯୋଗ କରୁଥିବା ଦଳୀୟ ନେତାମାନେ ଆଣିଥିବା ଅଭିଯୋଗକୁ ନେଇ ନିର୍ବାଚନ କମିସନ କିମ୍ବା ହାଇକୋର୍ଟ ଯାଇପାରନ୍ତି କହି ଏହାକୁ ଚ୍ୟାଲେଞ୍ଚ କରିଛନ୍ତି ବୈଜୟନ୍ତ।
ବୈଜୟନ୍ତ ସାଂସଦ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ବିଜେଡ଼ି ଦାବି କରୁଥିବାବେଳେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପରେ ସେ ନିଷ୍ପତି ନେବେ ବୋଲି କହିଥିଲେ ।
ସେଠାରେ ସେ ଅପ୍ରିୟ ସତ କହିଥିବାର ଦଣ୍ଡିତ ହୋଇଛନ୍ତି ବୋଲି ଗଣ ମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି । ଏହି କଥା ତାଙ୍କୁ ଆଘାତ ଦେଇଛି । ବିଜୁବାବୁ ଥିଲେ ତାଙ୍କ କଥାକୁ ପସନ୍ଦ କରିଥାଆନ୍ତେ ବୋଲି ସେ ସୂଚନା ଦେଇଛନ୍ତି । ଦଳ ଆଗରୁ ଠିକ୍ ଠାକ୍ ଚାଲୁଥିଲା ଗତ ତିନି-ଚାରି ବର୍ଷ ହେଲା ଅସୁବିଧା ଦେଖାଯାଇଛି , କିଛି ଲୋକ ଜାଣିଶୁଣି ଏପରି କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଦେଶର ବିଭିନ୍ନ ସ୍ଥାନରୁ ତାଙ୍କୁ ସମର୍ଥନ ମିଳୁଛି । ତାଙ୍କ ମନରେ ଶାନ୍ତି ଆସିଲେ ପରବର୍ତ୍ତୀ ପଦକ୍ଷେପ କ’ଣ ଗ୍ରହଣ କରିବେ ବୋଲି ସେ ଗଣାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି ।
ପଢନ୍ତୁ ;
ଆପଣ ଶୋଇବା ପରେ ଶରୀରରେ ଝଟକା ଅନୁଭବ କରୁଛନ୍ତି କି ? ଜାଣନ୍ତୁ ଏହାର କାରଣ କ’ଣ