POLITICALS

ସାଂସଦ ପଦରୁ ଇସ୍ତଫା ଦେଲେ ବୈଜୟନ୍ତ ପଣ୍ଡା

ଇସ୍ତଫା ଦେଲେ ପଣ୍ଡା

ଲୋକସଭା ସାଂସଦ ପଦରୁ ଇସ୍ତଫା ଦେଲେ ବୈଜୟନ୍ତ ପଣ୍ଡାଙ୍କ। ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କ ପାଖକୁ ଇସ୍ତଫାପତ୍ର ପଠାଇ ଦେଇଛନ୍ତି ବୈଜୟନ୍ତ। ବାଚସ୍ପତିଙ୍କୁ ଭେଟି ନପାରିବାରୁ ସେ ଇସ୍ତଫାପତ୍ର ପଠାଇଦେଇଥିବା ବୈଜୟନ୍ତ ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଛନ୍ତି।

ସେ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ଯେ ଦଳ ଛାଡ଼ିବା ବେଳେ ନବୀନଙ୍କୁ ଚିଠିରେ ମୁଁ ଏକଥା ଜଣାଇଥିଲି। ପିତାଙ୍କ ଶୁଦ୍ଧିକ୍ରିୟା ପରେ ସାଂସଦ ପଦରୁ ଇସ୍ତଫା ଦେବା ନେଇ କହିଥିବା ସେ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ରାପଡା ଲୋକସଭା ଆସନରୁ ବୈଜୟନ୍ତ ପଣ୍ଡା ୨୦୧୪ରେ ନିର୍ବାଚିତ ହୋଇଥିଲେ। ଦଳ ବିରୋଧି କାର୍ୟ୍ୟ ଲାଗି ଗତ ଜାନୁୟାରୀ ୨୪ ତାରିଖରେ ତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିଲା। ତାଙ୍କ ବାପା ବଂଶୀଧର ପଣ୍ଡାଙ୍କ ଦେହାନ୍ତ ପରେ ଗତ ମେ ୨୮ ତାରିଖରେ ସେ ଦଳରୁ ଇସ୍ତଫା ଦେଇଥିଲେ।

ପଢନ୍ତୁ; ଆଧ୍ୟାତ୍ମିକ ଗୁରୁ ଭୟୁଜୀ ମହାରାଜାଙ୍କ ଆତ୍ମହତ୍ୟା

Related posts

ରାଜନେତା ଓ ତାଙ୍କ ସମ୍ପତ୍ତିର ମୂଲ୍ୟ ଜାଣିଲେ ବିଶ୍ଵାସ ହେବନି

Ratnamani Moharana

ମୋଦୀ ମ୍ୟାଜିକ : ତ୍ରିପୁରାରେ ଫୁଟିବ ପଦ୍ମ ,ବାମ ଦଳ ସରକାରକୁ ବଡ ଝଟକା!

ENO Beuro

ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ପ୍ରଚାର ଅଭିଯାନ

Ratnamani Moharana

1 comment

Leave a Comment