POLITICALS

ସାଂସଦ ବୈଜୟନ୍ତ ପଣ୍ଡାକୁ ବିଜୁ ଜନତା ଦଳରୁ ନିଲମ୍ବିତ କରାଗଲା

କେନ୍ଦ୍ରାପଡ଼ାର ବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଦଳର ପ୍ରାଥମିକ ପଦରୁ ନିଲମ୍ବିତ କରାଯାଇଛି । ଦଳର ଉପସଭାପତି ସୂର୍ଯ୍ୟନାରାୟଣ ପାତ୍ର ସାମ୍ବାଦିକ ସମ୍ମିଳନୀ ଆହୂତ କରି ଏହି ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଦଳ ବିରୋଧୀ କାର୍ଯ୍ୟ ନେଇ ଅନେକ ଅଭିଯୋଗ ଆସିଥିଲା । ତାଙ୍କ ନିର୍ବାଚନ ମଣ୍ଡଳୀର ଅନେକ ବିଜେଡି କର୍ମୀ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟରେ ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ । ବିଜେଡି ବିଧାୟିକା ତଥା  ଜିଲା ପ୍ରର୍ଯ୍ୟବେକ୍ଷକ ପ୍ରମିଳା ବେହେରା ଏବଂ ଉଷା ଦେବୀଙ୍କୁ ଏହାର ତଦନ୍ତ ଭାର ଦିଆଯାଇଥିଲା । ବିଧାୟିକା ଦ୍ୱୟ କେନ୍ଦ୍ରାପଡ଼ା ଗସ୍ତ କରି ଏହାର ତଦନ୍ତ କରିଥିଲେ । ସୂର୍ଯ୍ୟପାତ୍ର କହିଛନ୍ତି ଯେ ବିଧାୟିକାଙ୍କ ତଦନ୍ତ ରିପୋର୍ଟ ଅନୁସାରେ ବୈଜୟନ୍ତଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରିଛନ୍ତି ।

କେବଳ ସେତିକି ନୁହେଁ, ସାଂସଦ ଥିବା ବେଳେ ବି ବୈଜୟନ୍ତ ଇମ୍ଫା ଉପାଧ୍ୟକ୍ଷ ଭାବେ ଦରମା ନେବା କଥା ଦର୍ଶାଇ ତାଙ୍କୁ ଅଫିସ୍‌ ଅଫ୍‌ ପ୍ରଫିଟ୍‌ ପରିସରକୁ ବିଜେଡି ଟାଣିବାକୁ ଭୁଲିନି। ନିକଟରେ ଦିଲ୍ଲୀରେ ଏଭଳି ମାମଲାରେ ଆପ୍‌ର ୨୦ ଜଣ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ହୋଇଥିବା ବେଳେ ଏବେ ବୈଜୟନ୍ତ ଏହି ଜାଲରେ ଛନ୍ଦି ହେବା ଆଶଙ୍କା ସୃଷ୍ଟି ହୋଇଛି।

ପୂର୍ବରୁ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି କର୍ମୀ ଓ ନେତା ସାଂସଦ ଶ୍ରୀ ପଣ୍ଡାଙ୍କ ବିରୋଧରେ ଦଳ ବିରୋଧୀ ଅଭିଯୋଗ ଆଣିଥିଲେ। ଦଳର ଦୁଇ ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ (କେନ୍ଦ୍ରାପଡା ଜିଲ୍ଲା) ଓ ଉଷା ଦେବୀ (କଟକ ଜିଲ୍ଲା) ତଦନ୍ତ କରି ତାଙ୍କର ରିପୋର୍ଟ ଦେବା ପରେ ଶ୍ରୀ ପଟ୍ଟନାୟକ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କୁହାଯାଉଛି।

ଶ୍ରୀ ପାତ୍ର କହିଥିଲେ ଯେ ଏହା ପରେ ସାଂସଦ ଶ୍ରୀ ପଣ୍ଡା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ବିଜୁ ଜନତା ଦଳକୁ ଦୁର୍ବଳ କରିବା ଭଳି କାର୍ଯ୍ୟକଳାପରେ ସବୁବେଳେ ଲିପ୍ତ ରହିଥିଲେ। ସଂସଦ, ରାଜ୍ୟ, ନିର୍ବାଚନମଣ୍ଡଳୀ ଓ ଗଣମାଧ୍ୟମ ସବୁଠାରେ ବିଜୁ ଜନତା ଦଳକୁ ସମାଲୋଚନା କରିବା ସହିତ ବିରୋଧୀଙ୍କୁ ପ୍ରଶଂସା କରିବାକୁ ପଛଘୁଞ୍ଚା ଦେଉନଥିଲେ। ବିଜୁ ଜନତା ଦଳର ପ୍ରତିଷ୍ଠାତା ସଦସ୍ୟ ବୋଲି ଶ୍ରୀ ପଣ୍ଡା କରୁଥିବା ଦାବିକୁ ଆଜି ଦଳ ଅସ୍ୱୀକାର କରିଛି ଓ କହିଛି ଯେ ଏହା ସମ୍ପୂର୍ଣ୍ଣ ଅମୂଳକ।

ସୂଚନାଯୋଗ୍ୟ, ନିଶ୍ଚିନ୍ତକୋଇଲି ବ୍ଲକରେ ଏକ ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟନକୁ ନେଇ ବିଜେଡି ଓ ବୈଜୟନ୍ତ ମୁହାଁମୁହିଁ ହୋଇଥିଲେ। ଏହି ଘଟଣାରେ ଶ୍ରୀ ପଣ୍ଡା ସିଧାସଳଖ ତୃତୀୟ ମହଲାକୁ ଅଙ୍ଗୁଳି ଉଠାଇଥିଲେ। ଏହାପରେ ତାଙ୍କୁ ଦଳ ଭିତରୁ କଡ଼ା ବିରୋଧର ସାମ୍ନା କରିବାକୁ ପଡିଥିଲା। ହାତଗଣତି ଜଣେ ଦୁଇଜଣ ନେତା ତାଙ୍କ ସହିତ ସ୍ୱର ମିଳାଇଥିଲେ  , ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଗଣିତ ବଦଳିଯାଇଥିଲା। ଏହା ସତ୍ତ୍ୱେ ନିଶ୍ଚିନ୍ତକୋଇଲି, ସାଲେପୁର, ପାଟକୁରା, ମହାକାଳପଡ଼ା ଠାରୁ ଆରମ୍ଭ କରି କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ, ଆଳି, ରାଜକନିକାର ବିଜେଡି ନେତାମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶ୍ରୀ ପଣ୍ଡାଙ୍କ କାରନାମାର ଲମ୍ବା ତାଲିକା ଉପସ୍ଥାପନ କରିଥିଲେ। ସାଂସଦ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଅଛନ୍ତି ବୋଲି ଖୋଲାଖୋଲି ଜଣାଇଥିଲେ। ଏହି ଅଭିଯୋଗକୁ ଗ୍ରହଣ କରି ଶ୍ରୀ ପଟ୍ଟନାୟକ ବୈଜୟନ୍ତଙ୍କ ବିରୋଧରେ ତଦନ୍ତ ଲାଗି ଦଳର ଦୁଇ ପର୍ଯ୍ୟବେକ୍ଷକଙ୍କୁ ଦାୟିତ୍ୱ ଦେଇଥିଲେ।

ସାଂସଦ ବୈଜୟନ୍ତ ପଣ୍ଡାକୁ ବିଜୁ ଜନତା ଦଳରୁ ନିଲମ୍ବିତ କରାଗଲା baijaynt panda

ପଢନ୍ତୁ ;

୨୦୧୯ ନିର୍ବାଚନ ବିଜେପି ସହିତ ନୁହେଁ ବରଂ ଏକାକି ନିର୍ବାଚନ ଲଢ଼ିବା ପାଇଁ ମଇଦାନକୁ ଓହ୍ଲାଇବ ଶିବସେନା

Related posts

ମୋଦି-ବିରୋଧୀ ମହାମେଳିରେ ଶପଥ ନେଲେ କୁମାରସ୍ୱାମୀ!

ENO Beuro

ଶଙ୍ଖ ଧରିବେ ଅବସରପ୍ରାପ୍ତ ଆଇପିଏସ୍‌ ଅଫିସର ଅରୂପ ପଟ୍ଟନାୟକ

ENO Beuro

ସୋନିଆଙ୍କ ରାତ୍ର ଭୋଜନରେ ରାଜନୀତି : ସାମିଲ ହେଲେ ୧୯ ବିରୋଧୀ ଦଳ ନେତା

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More