News

ଆଇଆରସିଟିସି ଦୁର୍ନୀତି ମାମଲା: ଲାଲୁଙ୍କ ପତ୍ନୀ ଓ ପୁଅଙ୍କୁ ମିଳିଲା ଜାମିନ

By Krishna Kumar Manoj

August 31, 2018

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବିଡି ଦେବୀ ଏବଂ ତାଙ୍କ ପୁତ୍ର ତେଜସ୍ୱୀ ଯାଦବକୁ ଆଜି ଆଇଆରସିଟିସି ସ୍କିମ ସହ ଜଡିତ ମାମଲାରେ ପଟିଆଲା ହାଉସ ଅଦାଲତ ଏହି ଦୁଇ ଜଣଙ୍କ ଜାମିନ ମଞ୍ଜୁର କରିଛି । ରାବିଡ ଏବଂ ତେଜସ୍ୱୀ ଆଜି କୋର୍ଟରେ ହାଜର ହୋଇଥିଲେ ଯାହାଫଳରେ କୋର୍ଟ ସେମାନଙ୍କୁ ୧ଲକ୍ଷ ବଣ୍ଡରେ ଜାମିନ ଦେଇଛନ୍ତି । କୋର୍ଟରେ ଲାଲୁଙ୍କର ମଧ୍ୟ ହାଜିର ହେବାର ଥିଲା କିନ୍ତୁ ସେ ଅନୁପସ୍ଥିତ ରହିବା କାରଣରୁ ତାଙ୍କୁ ଜାମିନ ମିଳି ନଥିଲା ।

ପୁରୀ ଓ ରାଞ୍ଚିରେ ଦୁଇଟି ହୋଟେଲକୁ ବେଆଇନ୍ ଭାବେ ଲିଜ୍ ଦିଆଯିବା ଘଟଣାର ସିବିଆଇ ତଦନ୍ତ କରୁଛି । ଲାଲ ଯାଦବ ରେଳବାଇ ମନ୍ତ୍ରୀ ଥିବା ବେଳେ ଏସବୁ ଦୁର୍ନୀତି ହୋଇଥିବା ଅଭିଯୋଗର ତଦନ୍ତ ଚାଲିଛି । ପାରୋଲରେ ଆସିବା ପରେ ପୁଣି ଜେଲ୍କୁ ଫେରିଛନ୍ତି ଲାଲୁ । ତେବେ ତାଙ୍କ ପତ୍ନୀ ଓ ପୁଅ ସମେତ ଅନ୍ୟମାନଙ୍କୁ ଜାମିନ ମିଳିବା ଘଟଣା ରାଷ୍ଟ୍ରୀୟ ଜନତା ଦଳକୁ ଆଶ୍ବସ୍ତି ଦେଇଛି।

ସୂଚନା ଅନୁଯାୟୀ, କାଲି ରାଂଚି କୋର୍ଟରେ ଲାଲୁ ଆତ୍ମସମର୍ପଣ କରି ସାରିଛନ୍ତି । ଆତ୍ମସମର୍ପଣ କରିସାରିବା ପରେ ସେ ରିମ୍ସ ମେଡିକାଲରେ ଭର୍ତି ହୋଇଥିଲେ । ସିବିଆଇ ତରଫରୁ ଚାର୍ଜସିଟି ଦାଖିଲ କରାଯିବା ପରେ ପଟିଆଲା ହାଉସ୍ କୋର୍ଟ ସମସ୍ତଙ୍କୁ ସମନ ପଠାଇଥିଲା।

ପଢନ୍ତୁ; ଷ୍ଟାଲିନ୍‌ଙ୍କ ନେତୃତ୍ଵକୁ ମାନିବେ ଆଲାଗିରି