SPORTS

ୱାର୍ଣ୍ଣର ଓ ବେୟାରଷ୍ଟୋଙ୍କ ଶତକ: ମିଳିଲା ବେଷ୍ଟ ରେକର୍ଡ ଓପନିଂ ପାର୍ଟନରଶିପର ଟ୍ୟାଗ

ସର୍ବୋଚ୍ଚ ଭାଗୀଦାରି, ଦ୍ବିତୀୟ ଥର ୨ ଶତକ

ଚଳିତ ଆଇପିଏଲରେ ବିରାଟ କୋହଲିଙ୍କ ରୟାଲ ଚଲେଞ୍ଜେର୍ସ ବାଙ୍ଗାଲୋର ଦଳ ଆଉ ଏକ ଲଜ୍ଜା ଜନକ ପରାଜୟର ସାମ୍ନା କରିଛି। କ୍ରମାଗତ ୩ଟି ମ୍ୟାଚ ହଋ ରୟାଲ ଏବେଯାଏ ଖାତା ଖୋଲିବାରେ ହୋଇଛି ବିଫଳ। ସନରାଇଜେର୍ସର ଦୁଇ ଓପନର ଡେଭିଡ୍ ୱାର୍ଣ୍ଣର ଓ ଜନ୍ନି ବେୟାରଷ୍ଟୋ ଆକ୍ରମଣାତ୍ମକ ସର୍ବାଧିକ ଓପନିଂ ଭାଗୀଦାରୀ ରେକର୍ଡ ସ୍ଥାପନ କରିଥିଲେ। ଏହି ଯୋଡି ଭାଙ୍ଗିବା ଭଳି ରଣନୀତି ପ୍ରସ୍ତୁତ କରିବାରେ କୋହଲି ଓ ଟିମ ମ୍ୟାନେଜମେଣ୍ଟ ବିଫଳ ହୋଇଥିଲେ।

ଓପ୍ନର ଡେଭିଡ୍ ୱାର୍ଣ୍ଣର ଓ ଜନ୍ନି ବେୟାରଷ୍ଟୋ ଦୁହେଁ ପ୍ରଥମ ୱିକେଟ ପାଇଁ ରେକର୍ଡ ୧୮୫ ରନର   ପାର୍ଟନରଶିପ୍ କରି ଗୌତମ ଗମ୍ଭୀର ଓ କ୍ରିସ ଲିନଙ୍କୁ ପଛରେ ପକାଇଛନ୍ତି। ଲିଗର ପ୍ରଥମ ମ୍ୟାଚରେ ଏହି ଯୋଡ଼ି କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ୧୧୮ ରନ୍, ଦ୍ୱିତୀୟ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୧୧୦ ରନ୍ ଏବଂ ଆଜି ଆରସିବି ବିପକ୍ଷରେ ୧୮୫ ରନର ରେକର୍ଡ ଓପନିଂ ପାର୍ଟନରଶିପ୍ କରିଛନ୍ତି। କେବଳ ଏତିକି ନୁହେଁ ୨୦୧୭ରେ ଗୁଜରାଟ ଲାୟନ୍ସ ବିପକ୍ଷ ମ୍ୟାଚରେ ଗମ୍ଭୀର ଓ ଲିନ୍  ପ୍ରଥମ ୱିକେଟ ପାଇଁ ୧୮୪ ରନ୍ କରିଥିଲେ। ଏହାଛଡ଼ା ୱାର୍ଣ୍ଣର ଓ ବେୟାରଷ୍ଟୋ ଆଉ କିଛି ରେକର୍ଡର ମଧ୍ୟ ଅଧିକାରୀ ହୋଇଛନ୍ତି। ଦୁହେଁ କ୍ରମାଗତ ତୃତୀୟ ମ୍ୟାଚରେ ୧୦୦ରୁ ଅଧିକ ରନର ପାର୍ଟନରଶିପ କରିବାରେ ନୂଆ ଆଇପିଏଲ ରେକର୍ଡ  କରିଛନ୍ତି।
ପଢନ୍ତୁ: ଶତ୍ରୁପକ୍ଷ ଆକ୍ରମଣ ଭୟ ହେବ ଦୂର: ଏମିସାଟ୍‌ ସାଟେଲାଇଟ୍ ସଫଳ ଉତପେକ୍ଷଣ କଲା ଇସ୍ରୋ

Related posts

ସିରିଜ୍‌ ବିଜୟ ଲକ୍ଷ୍ୟରେ ଭାରତ: ଆଜି ହେବ ତୃତୀୟ ଦିନିକିଆ ସିରିଜ

Ratnamani Moharana

ବର୍ଷାର ଆଶଙ୍କା ମଧ୍ୟରେ ଅନ୍ତିମ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ଦଳ ପ୍ରସ୍ତୁତ

ENO Beuro

ଏସିଆନ କଣ୍ଟିନେଣ୍ଟାଲ ଚେସ୍‌: ସ୍ଵର୍ଣ୍ଣ ଜିତିଲେ ପଦ୍ମିନୀ

ENO Beuro

Leave a Comment