୩ ମାସ ବଢିଲା ମାଗଣାରେ ଆଧାର ବିବରଣୀ ଅପ୍ଡେଟ୍
ଯେଉଁମାନଙ୍କ ପାଖରେ ୧୦ ବର୍ଷରୁ ଅଧିକ ପୁରୁଣା ଆଧାର କାର୍ଡ ରହିଛି ତାହାର ବିବରଣୀକୁ ଅପ୍ଡେଟ୍ କରାଇବା ଲାଗି ୟୁଆଇଡିଏଆଇ ପକ୍ଷରୁ ଲୋକମାନଙ୍କୁ ଆହ୍ବାନ ଦିଆଯାଇଛି।
Loading...
ଭାଲେଂଟାଇନ ଡେ ପାଇଁ ପ୍ରେମୀ ଯୁଗଳଙ୍କୁ ଆଶ୍ୱସ୍ତି । ଚଳିତ ବର୍ଷ ଭାଲେଣ୍ଟାଇନ ଡେକୁ ବିରୋଧ କରିବନି ବଜରଙ୍ଗ ଦଳ । ଏନେଇ ଆଜି ଘୋଷଣା କରିଛି ବଜରଙ୍ଗ ଦଳ ।
ଭାଲେଂଟାଇନ ଡେ ପାଇଁ ପ୍ରେମୀ ଯୁଗଳଙ୍କୁ ଆଶ୍ୱସ୍ତି । ଚଳିତ ବର୍ଷ ଭାଲେଣ୍ଟାଇନ ଡେକୁ ବିରୋଧ କରିବନି ବଜରଙ୍ଗ ଦଳ । ଏନେଇ ଆଜି ଘୋଷଣା କରିଛି ବଜରଙ୍ଗ ଦଳ । ଏହି ଦିବସଟିକୁ ଦଳ ନିରନ୍ତର ଭାବେ ବିରୋଧ କରିଆସୁଥିଲା । ମାତ୍ର ଚଳିତ ବର୍ଷ ଏହାକୁ ବିରୋଧ ନକରିବାକୁ ଘୋଷଣା କରିଛି ଦଳ । ଦଳ ପକ୍ଷରୁ କୁହାଯାଇଛି ଯେ, ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର । ଏଠାରେ ସବୁ ଧର୍ମର ମର୍ଯ୍ୟାଦା ରହିଛି । ସମସ୍ତେ ନିଜ ନିଜ ଧର୍ମକୁ ପାଳନ କରିପାରିବେ । ତେବେ ଭାଲେଂଟାଇ ଡେ ଏକ ପାଶ୍ଚାତ୍ୟ ପରମ୍ପରା ହୋଇଥିବାରୁ ସବୁ ଧର୍ମର ଯୁବପିଢୀ ଏହାକୁ ବହୁତ ଧୂମ ଧାମରେ ପାଳନ କରୁଛନ୍ତି ।
କିନ୍ତୁ ବଜରଙ୍ଗ ଦଳ କେବେ କୌଣସି ଧର୍ମ କିମ୍ବା କୌଣସି ଧାର୍ମିକ କାର୍ଯ୍ୟକ୍ରମକୁ ବିରୋଧ କରିନି କି ଆଗକୁ ମଧ୍ୟ କରିବନାହିଁ । ମାତ୍ର କିଛି ପାଶ୍ଚ୍ୟତ ପରମ୍ପରା ନାଁରେ ଭାରତରେ ଚାଲିଥିବା କୁତ୍ସିତ କଦାଚାର ତଥା ନଗ୍ନତାକୁ ବଜରଙ୍ଗ ଦଳ ଆଜି ଯାଏ ବିରୋଧ କରିଆସୁଛି । ଭାଲେଂଟାଇନ ଡେ ନାଁରେ ଅନେକ ସ୍ଥାନରେ ଅଗ୍ରହଣୀୟ କାର୍ଯ୍ୟ ତଥା ନଗ୍ନତା ଭଳି ଅପସଂସ୍କୃତିକୁ ଦେଖିବାକୁ ମିଳୁଥିବାରୁ ବଜରଙ୍ଗ ଦଳ ଏହାକୁ ବିରୋଧ କରୁଥିଲା । କିନ୍ତୁ ବିଡମ୍ବନାର ବିଷୟ ଲୋକେ ଭାବୁଛନ୍ତି ଯେ ବଜରଙ୍ଗ ଦଳ ପ୍ରେମକୁ ବିରୋଧ କରୁଛି ଏବଂ ବିରୋଧ ନାଁରେ ବଜରଙ୍ଗ ଦଳ ଗୁଣ୍ଡାଗର୍ଦ୍ଦି କରୁଛି । ଯାହାକି ସଂପୂର୍ଣ୍ଣ ଭୁଲ୍ । ବଜରଙ୍ଗ ଦଳ ପ୍ରେମକୁ ବିରୋଧ କରେନି ବରଂ ପ୍ରେମ ନାଁରେ ହେଉଥିବା ଅପସଂସ୍କୃତିକୁ ବିରୋଧ କରେ ବୋଲି ଦଳ ପକ୍ଷରୁ କୁହାଯାଇଛି । ତେବେ ସେ ଯାହା ହେଉ ନା କାହିଁକି ଚଳିତ ଭାଲେଂଟାଇ ଡେରେ କୌଣସି ପ୍ରକାରର ବିରୋଧାତ୍ମକ କାର୍ଯ୍ୟକ୍ରମ କରାଯିବନି ବୋଲି ଦଳ ପକ୍ଷରୁ ଘୋଷଣା ହୋଇଛି ।
ପଢନ୍ତୁ:ବୁର୍ଜ ଖଲିଫା ଶୀର୍ଷରେ ବିଜ୍ଞାପନ ଶୁଟ୍ କଲେ ନିକଲୋ ସ୍ମିଥ୍- ଲଡଭିକ୍
Shakespeare, in the beautiful garden, among the party. Some of the hall: in fact she was ever to.
ଯେଉଁମାନଙ୍କ ପାଖରେ ୧୦ ବର୍ଷରୁ ଅଧିକ ପୁରୁଣା ଆଧାର କାର୍ଡ ରହିଛି ତାହାର ବିବରଣୀକୁ ଅପ୍ଡେଟ୍ କରାଇବା ଲାଗି ୟୁଆଇଡିଏଆଇ ପକ୍ଷରୁ ଲୋକମାନଙ୍କୁ ଆହ୍ବାନ ଦିଆଯାଇଛି।
‘ପ୍ରବର୍ତ୍ତନ ନିର୍ଦେଶାଳୟ’ ତରଫରୁ ‘ଇଣ୍ଟର୍ପୋଲ୍’ ଜାରି କରିଥିବା ‘ରେଡ୍ ନୋଟିସ୍’ ଆଧାରରେ ‘ମହାଦେବ ଅନ୍ଲାଇନ୍ ବେଟିଙ୍ଗ୍ ଆପ୍’ର ୨ଜଣ ମୁଖ୍ୟ ମାଲିକଙ୍କ ମଧ୍ୟରେ ଅନ୍ୟତମ ରବି ଉପ୍ପଲଙ୍କୁ ଦୁବାଇରେ ସ୍ଥାନୀୟ ପୁଲିସ ଅଟକ ରଖିଥିବା କଥା ଆଜି ସରକାରୀ ଅଧିକାରୀମାନେ କହିଛନ୍ତି।
ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ପୌଷ ମାସ ଉପଲକ୍ଷେ ସର୍ବସାଧାରଣଙ୍କୁ ସକାଳୁ ମିଳିବ ଅବଢ଼ା। ଏହାସହ ମନ୍ଦିରରେ ଭୋର୍ ୫ଟାରେ ମଙ୍ଗଳ ଆଳତି, ସାଢ଼େ ୫ଟାରେ ହୋମ, ୬ଟାରେ ମହାସ୍ନାନ କରାଯାଇ ସକାଳ ୭ଟାରେ ସକାଳ ଧୂପ ସମାପନ ହେବାନେଇ ସୂଚନା ଦେଇଛି ପ୍ରଶାସନ।