News

ପାକିସ୍ତାନ ସେନାଧ୍ୟକ୍ଷଙ୍କୁ ଆଲିଙ୍ଗନ ମାମଲା: ସିଧୁଙ୍କ ମୁଣ୍ଡ ପାଇଁ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କଲା ରାଷ୍ଟ୍ରୀୟ ବଜରଙ୍ଗ ଦଳ

bajrang

ନଭଜୋତ ସିଧୁଙ୍କ ବିରୋଧରେ ମାମଲା ରୁଜୁ

ପୂର୍ବ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ ସିଂହ ସିଧୁଙ୍କ ମୁଣ୍ଡ ଯିଏ ଆଣିଦେବ ତାଙ୍କୁ ୫ ଳକ୍ଷ ଟଙ୍କା ପୁରସ୍କାର ଦିଆଯିବ। ରାଷ୍ଟ୍ରୀୟ ବଜରଙ୍ଗ ଦଳର ଏପରି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ଯାଇଥିିବା ବେଳେ ପୂର୍ବ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧ ପାକ୍‌ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜ୍‌ଓ୍ଵାଙ୍କୁ ଆଲିଙ୍ଗନ କରିବା ନେଇ ବିବାଦ ଥମିବାର ନାଁ ନେଉ ନାହିଁ।। ସିଦ୍ଧୁଙ୍କର ଏଭଳି କାର୍ଯ୍ୟଦ୍ୱାରା ସେ ଭାରତୀୟ ସେନାବାହିନୀକୁ ଅପମାନିତ କରିଛନ୍ତି ବୋଲି କହି ବିହାରର ସୁଧୀର କୁମାର ଓଝା ନାମକ ଜଣେ ଆଇନଜୀବୀ ସିଦ୍ଧୁଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଛନ୍ତି। ତେବେ ଏହି ବିବାଦରେ ନିଆଁ ଢ଼ାଳିଛି ରାଷ୍ଟ୍ରୀୟ ବଜରଙ୍ଗ ଦଳର ଆଗ୍ରା ଶାଖା।

bajrang

ସେ କହିଛନ୍ତି, ଅଦାଲତ ମାମଲା ରୁଜୁ କରିଛନ୍ତି ଓ ଏହାର ଶୁଣାଣି ଆଗାମୀ ସପ୍ତାହରେ ହେବ । ପଞ୍ଜାବର କଂଗ୍ରେସ ସରକାରରେ ମନ୍ତ୍ରୀ ସିଦ୍ଧୁ ପାକିସ୍ତାନୀ ସେନାଧ୍ୟକ୍ଷ ସହିତ ଆଲିଙ୍ଗନ ହେବାକୁ ନେଇ ଭାରତୀୟ ଜନତା ପାର୍ଟି ଓ ଅକାଳୀ ଦଳର ନେତାମାନେ ମଧ୍ୟ କ୍ରମାଗତ ଭାବରେ ଆକ୍ରମଣ କରିଛନ୍ତି।

ସୂଚନାଯୋଗ୍ୟ ପାକିସ୍ତାନର ନବନିଯୁକ୍ତ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଶପଥ ଗ୍ରହଣ ସମାରୋହରେ ଭାଗ ନେବା ପାଇଁ ପୂର୍ବତନ କ୍ରିକେଟର ଓ କଂଗ୍ରେସ ନେତା ନଭଜୋତ ସିଂହ  ସିଧୁ ପାକିସ୍ତାନ ଯାଇଥିଲେ । ସମାରୋହରେ ସେ ପଞ୍ଜାବ ସରକାରରେ ମନ୍ତ୍ରୀ ସିଦ୍ଧୁ ପାକିସ୍ତାନ ଆର୍ମି ଚିଫ କମର ଜାଭେଦ ବାଜବାଙ୍କୁ ଆଲିଙ୍ଗନ କରିଥିଲେ।

ପଢନ୍ତୁ;କଂଗ୍ରେସରେ ଯୋଗ ଦେଲେ ନିଳଗିରି ରାଣୀ ଓ ମିଲି ପଣ୍ଡା

Related posts

ପ୍ରଧାନମନ୍ତ୍ରୀ ଗସ୍ତ ପାଇଁ କମିଶନରେଟ୍ ପୁଲିସର ପ୍ରସ୍ତୁତି , ଜଗିବେ ୯୦ ପ୍ଲାଟୁନ୍‌ ଫୋର୍ସ !

ENO Beuro

ତୈଳଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସର ୬ ଘଣ୍ଟିଆ ଚକା ଜାମ୍ !

ENO Beuro

୮ରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି

ENO Beuro

2 comments

Leave a Comment