ଜାକର୍ତ୍ତା ଏସିଆଡ଼:ପ୍ରଥମ ଦିବସରେ ଭାରତକୁ ୨ ପଦକ,ବଜରଙ୍ଗଙ୍କୁ ସ୍ବର୍ଣ୍ଣ

punia

ବଜରଙ୍ଗ ପୁନିଆ ଏସିଆନ ଗେମ୍ସରେ ଭାରତ ଲାଗି ହାସଲ କଲେ ପ୍ରଥମ ସ୍ବର୍ଣ୍ଣ ପଦକ

ଜାକର୍ତ୍ତାରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ । କୁସ୍ତିରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ବଜରଙ୍ଗ ପୁନିଆ । ଫ୍ରି ଷ୍ଟାଇଲ ୬୫ କେଜି ବର୍ଗରେ ଜାପାନ ପ୍ରତିଯୋଗୀ ତାକାତାନୀଙ୍କୁ ହରାଇ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଛନ୍ତି ବଜରଙ୍ଗ ପୁନିଆ

ଏସିଆନ୍‌ ଗେମ୍ସରେ ଅଂଶଗ୍ରହଣ କରିବା ପୂର୍ବରୁ ବଜରଙ୍ଗ କ୍ରମାଗତ ୩ଟି ଟୁର୍ନାମେଣ୍ଟରେ ବିଜୟୀ ହୋଇଥିଲେ ଓ ଶ୍ରେଷ୍ଠ ଫର୍ମରେ ଥିବାର ସୂଚାନା ଦେଇଥିଲେ। ସେ ଏହି ପ୍ରତିଯୋଗିତାର ଫେଭରାଇଟ୍‌ ବିବେଚିତ ହେଉଥିଲେ ଓ ଶେଷରେ ସେ ଏହି ଅନୁମାନକୁ ସତରେ ପରିଣତ କରିଛନ୍ତି। ଏସିଆନ ଗେମ୍ସ ପୂର୍ବରୁ ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଟିବିଲିସ ଗ୍ରାଣ୍ଡପ୍ରିକ୍ସ ଓ ୟାସାର ଡୋଗୁ ଆନ୍ତର୍ଜାତିକ ଇଭେଣ୍ଟରେ ମଧ୍ୟ ସ୍ବର୍ଣ୍ଣ ଜିତିଥିଲେ।

punia

ଗତ ସଂସ୍କରଣରେ ଯୋଗେଶ୍ୱର ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ପୂର୍ବରୁ ୧୯୭୮ ଓ ୧୯୮୬ରେ କରତାର ସିଂ, ୧୯୮୨ରେ ସତ୍‌ପାଲ ସିଂ, ୧୯୭୮ରେ ରାଜିନ୍ଦର ସିଂ, ୧୯୭୦ରେ ଚାଙ୍ଗଡି ରାମ ଓ ୧୯୬୨ରେ ମାରୁତି ମାନେ ଏସିଆଡ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏବେ ବଜରଙ୍ଗ ଏହି ତାଲିକାରେ ସାମିଲ ହେବାର ସୌଭାଗ୍ୟ ଲାଭ କରିଛନ୍ତି।

ଅନ୍ୟ ଭାରତୀୟ ରେସଲର ଅଭିଜ୍ଞ ସୁଶୀଲ କୁମାର (୭୪ କେ.ଜି.), ସନ୍ଦୀପ ତୋମାର (୫୭), ମୌସମ ଖାତ୍ରୀ (୯୭) ଓ ପବନ କୁମାର (୮୬ )ରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଥିଲେ ମଧ୍ୟ ଏମାନେ ଶେଷରେ ବିଫଳ ହୋଇଛନ୍ତି।

ପଢନ୍ତୁ;ପ୍ରଧାନମନ୍ତ୍ରୀ କେରଳ ଗସ୍ତରେ ଯାଇ ସମୀକ୍ଷା କଲେ ରିଲିଫ ଓ ଉଦ୍ଧାର କାର୍ଯ୍ୟ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More