Video

ବଜରଙ୍ଗୀ ଫିଲ୍ମରେ ସିଦ୍ଧାନ୍ତ, ଫିଲ୍ମର ନାୟକ ଅମ୍ଳାନଙ୍କ ବଡଭାଇ ଭୂମିକା ରେ ଆସୁଛନ୍ତି

ବଜରଙ୍ଗୀ ଫିଲ୍ମରେ ସିଦ୍ଧାନ୍ତ, ଫିଲ୍ମର ନାୟକ ଅମ୍ଳାନଙ୍କ ବଡଭାଇ ଭୂମିକା ରେ ଆସୁଛନ୍ତି

ବଜରଙ୍ଗୀ ଓଡିଆ ସିନେମା:

ସିଦ୍ଧାନ୍ତ ସମ୍ପ୍ରତି ଶଚ୍ଚିକାନ୍ତ ଜେନାଙ୍କ ପ୍ରଯୋଜିତ ଓ ବିନି ପଟ୍ଟନାୟକଙ୍କ ନିର୍ଦେଶିତ ନୂଆ ସିନେମା ‘ବଜରଙ୍ଗୀ’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ଭୂମିକାଟି ଫିଲ୍ମର ନାୟକ ଅମ୍ଳାନଙ୍କ ବଡ଼ଭାଇର। ଏଥିରେ ସିଦ୍ଧାନ୍ତଙ୍କୁ ଅଣ୍ଡର୍‌ଓ୍ଵାର୍ଲଡ୍‌ ପାଇଁ କାମ କରୁଥିବା ଜଣେ ବ୍ୟକ୍ତିଙ୍କ ଭୂମିକାରେ ଦେଖିବାକୁ ମିଳିବ। ଆଉ ଅମ୍ଳାନ ବନିଛନ୍ତି ପୁଲିସ ଅଧିକାରୀ। ଏଥିରେ ଦୁହେଁ ବିପରୀତ ଚରିତ୍ରରେ ନଜର ଆସିବେ।

ଫିଲ୍ମର କାହାଣୀ ଅନୁଯାୟୀ ଏଥିରେ ଦୁଇ ଭାଇ ଭେଟା ଭେଟି ହେଉଛନ୍ତି । ଜଣେ ଅଣ୍ଡର୍‌ଓ୍ଵାର୍ଲଡ୍‌ ପାଇଁ କାମକଲା ବେଳେ ଅନ୍ୟ ଜଣେ ସଚୋଟ ପୁଲିସ । କଡା ଟକ୍କର ତ ହବ ନିଶ୍ଚିନ୍ତ ।

ହେଲେ ଅମ୍ଳାନ ସିଦ୍ଧାନ୍ତଙ୍କୁ ଗିରଫ କରିବାରେ ସଫଳ ହୁଅନ୍ତି କି ନା, ତାହା ଜାଣିବାକୁ ହେଲେ ଆପଣଙ୍କୁ ‘ବଜରଙ୍ଗୀ’ର ରିଲିଜ୍‌ ଯାଏ ଅପେକ୍ଷା କରିବାକୁ ପଡ଼ିବ।  ବଜରଙ୍ଗୀ ଚଳିତ ବର୍ଷ ଗଣେଶ ପୂଜାରେ ପରଦା ଉପରକୁ ଆସିବାକୁ ସଜବାଜ ହାଉଛି ।  ଏହା ଏକ ଆକସନ୍‌ ଛବି ହୋଇଥିବା ହେତୁ ଏଥିରେ ସିଦ୍ଧାନ୍ତ ଓ ଅମ୍ଳାନଙ୍କ ଯୋଡ଼ି କମାଲ ଦେଖାଇବେ ବୋଲି ଆଶା କରାଯାଉଛି।

ଆଗରୁ ଏ ଦୁଇ କଳାକାରଙ୍କୁ ଦର୍ଶକ ଏକାଠି ‘ପାଗଳ କରିଛୁ ତୁ’ ଏବଂ ‘ଗୋଲାପି ଗୋଲାପି’ ଛବି ରେ ଦେଖିବାକୁ ପାଇଥିଲେ।

Related posts

Grand Music Release Of Odia Movie “Just Mohabat”

ENO Beuro

Saanu Is Here To Create A Sensation Through Odia Album Dilbara

Jitendra

Heart Less – (A Lethal Love) – Odia Movie – Official Teaser | HD Video

ENO Beuro

Leave a Comment