ଆଜି ବିଜେପିରେ ସାମିଲ ହେଲେ ବଳଭଦ୍ର ମାଝି

bala

ପଦ୍ମ ଧରିଲେ ବଳଭଦ୍ର

ବିଜେଡି ଛାଡ଼ିଥିବା ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ଆଜି ବିଜେପିରେ ସାମିଲ ହୋଇଛନ୍ତି। ଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ବଳଭଦ୍ର ମାଝି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ବିଜେପିରେ ଯୋଗ ଦେବା ପରେ ସେ କହିଥିଲେ ଯେ,“ନବରଙ୍ଗପୁର ଜିଲ୍ଲା ପାଇଁ କିଛି କରିବା ଲକ୍ଷ୍ୟରେ ରାଜନୀତିକୁ ଆସିଥିଲି। ବିଜେଡିରେ ଜିଲ୍ଲା ଓ ରାଜ୍ୟସ୍ତରରେ ମୋତେ ବହୁତ ଅଣଦେଖା ଗରାଗଲା। ଟିକେଟ୍ ନେଇ ଜଣେ ସାଂସଦ ଭାବେ ମୋତେ ପଚାରିଲେ ନାହିଁ। ସେଠି ମୋର ଆବଶ୍ୟକତା ନଥିବା ମୁଁ ଅନୁଭବ କଲି। ଏଭଳି ସ୍ଥିତିରେ ମୁଁ ସେ ଦଳରେ ରହିବାକୁ ଚାହିଁଲିନି।”

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମଙ୍କ ଉପସ୍ଥିତିରେ ଶ୍ରୀଯୁକ୍ତ ମାଝି ପଦ୍ମ ଧରିଛନ୍ତି। ଏହି ମିଶ୍ରଣ କାର୍ଯ୍ୟାକ୍ରମରେ ବିଜେପି ସଭାପତି ବସନ୍ତ ପଣ୍ଡା, ବୈଜୟନ୍ତ ପଣ୍ଡା, ବିଜେପି ରାଜ୍ୟ ପ୍ରଭାରୀ ଉପସ୍ଥିତି ଥିଲେ।

ପଢନ୍ତୁ;ନ୍ୟୁଜିଲାଣ୍ଡ ମସିଜିଦ୍‌ ଗୁଳିକାଣ୍ଡରେ ଜଣେ ଭାରତୀୟ ମୃତ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More