News

ବାଲାକୋଟ ଏୟାର ଷ୍ଟ୍ରାଇକ୍‌ର ‘ମାଷ୍ଟର ମାଇଣ୍ଡ’ ସାମନ୍ତ ଗୋୟଲ ହେଲେ ‘ର’ ମୁଖ୍ୟ

Untitled 1

ବାଲାକୋଟ ଏୟାର ଷ୍ଟ୍ରାଇକ୍‌ର ‘ମାଷ୍ଟର ମାଇଣ୍ଡ  ’ ରହିବା ସହ ଏହାର ସଫଳ ବ୍ଲୁପ୍ରିଣ୍ଟ ବାଲାକୋଟ ଏୟାର ଷ୍ଟ୍ରାଇକ୍‌କୁ ଅଦ୍ଭୂତପୂର୍ବ ସଫଳତା ପ୍ରଦାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବରିଷ୍ଠ ଆଇପିଏସ୍‌ ଅଧିକାରୀ ସାମନ୍ତ ଗୋୟଲଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସର୍ବୋଚ୍ଚ ଗୁଇନ୍ଦା ସଂସ୍ଥା ‘ର’ (ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ଓ୍ଵିଙ୍ଗ୍‌)ର ମୁଖ୍ୟ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ‘ର’ ର ମୁଖ୍ୟ ରୂପେ ନିଯୁକ୍ତି ପାଇଥିବା ସାମନ୍ତ ଗୋୟଲ କେବଳ ମାତ୍ର ୨୦୧୯ ବାଲାକୋଟ ଏୟାର ଷ୍ଟ୍ରାଇକ୍‌ର ସଫଳ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ନଥିଲେ ବରଂ ୨୦୧୬ରେ ଭାରତୀୟ ସେନା ପାକିସ୍ତାନ ସୀମା ଭିତରେ ପଶି ସଫଳତା ପୂର୍ବକ ଯେଉଁ ସର୍ଜିକାଲ ଷ୍ଟ୍ରାଇକ୍‌ କରିଥିଲା ତା’ର ବି ମୁଖ୍ୟ କର୍ଣ୍ଣଧାର ଥିଲେ ବରିଷ୍ଠ ଆଇପିଏସ୍‌ ଅଧିକାରୀ ସାମନ୍ତ ଗୋୟଲ।

ଉଲ୍ଲେଖଯୋଗ୍ୟ, ୨୦୧୬ର ଉରି ଆତଙ୍କବାଦୀ ହାମ୍‌ଲା ପରେ ଭାରତୀୟ ସେନା ପାକିସ୍ତାନ ସୀମା ଭିତରେ ପଶି ସର୍ଜିକାଲ ଷ୍ଟ୍ରାଇକ୍‌ କରି ଆତଙ୍କବାଦୀମାନଙ୍କ ଆଡ୍ଡାକୁ ଧ୍ୱଂସ କରିଥିବା ବେଳେ ୨୦୧୯ ପୁଲଓ୍ଵାମା ଆତଙ୍କବାଦୀ ହାମ୍‌ଲା ପରେ ଭାରତୀୟ ବାୟୁସେନା ବାଲାକୋଟ ଏୟାର ଷ୍ଟ୍ରଇକ୍‌ କରି ଆତଙ୍କବାଦୀ ସଂଗଠନ ଜୈସ୍‌-ଇ- ମହମ୍ମଦର ଟ୍ରେନିଂ କ୍ୟାମ୍ପକୁ ଧ୍ୱଂସ କରି ଦେଇଥିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ କମିଟିରେ ସାମନ୍ତଙ୍କୁ ନିଯୁକ୍ତିକୁ ଅନୁମୋଦନ ଦେବାପରେ ନୂତନ ନିଯୁକ୍ତି ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି।
ପଢନ୍ତୁ: ବିବାହ ଋତୁରେ ଗ୍ରାହକଙ୍କୁ ବଡ଼ ଝଟକା, ରେକର୍ଡ ଭାଙ୍ଗିଲା ସୁନା ଦର

Related posts

୯୦ ଲକ୍ଷ ଟଙ୍କା ଚୋରି କରି ଧରା ପଡିଲେ ନୋଟ୍‌ ଛାପାଖାନାର ବରିଷ୍ଠ ଅଧିକାରୀ

ENO Beuro

ସରକାରୀ ହସ୍ପିଟାଲରେ ଭୟାବୟ ଅଗ୍ନିକାଣ୍ଡ,୬ ମୃତ ୧୪୭ ଆହତ

ENO Beuro

ଆରମ୍ଭ ହେଲା ଚଳିତ ବର୍ଷର ଅମରନାଥ ଯାତ୍ରା

ENO Beuro

Leave a Comment