News

ବିବାହରେ ‘ମୃତ୍ୟୁ ଉପହାର’ ଘଟଣା : ଏସ୍‌ପି କହିଲେ ଷଡଯନ୍ତ୍ର ପଛରେ ପ୍ରେମ ଓ ପ୍ରତିଶୋଧ

By ENO Beuro

March 05, 2018

ମୃତ୍ୟୁ ଉପହାର ନେଲା ଜୀବନ

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣକୁ ଇତି ମଧ୍ୟରେ ସପ୍ତାହେରୁ ଅଧିକ ସମୟ ବିତିଯାଇଛି । ପାର୍ସଲ ବୋମା ବିସ୍ଫୋରଣ ଘଟଣା ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି । ଏହି ଷଡଯନ୍ତ୍ର ପଛରେ ପ୍ରେମ ଓ ପ୍ରତିଶୋଧ ରହିଥିବା ବଲାଙ୍ଗିର ଏସ୍‌ପି ସ୍ୱୀକାର କରିଛନ୍ତି । ତେବେ ଏହି ଘଟଣା ପଛରେ ଅନ୍ୟ  କିଛି ତଥ୍ୟ ସ୍ପଷ୍ଟ କରିନାହାନ୍ତି । ରାଜ୍ୟ ଓ ରାଜ୍ୟ ବାହାରେ ତଦନ୍ତ କରି ଫେରିଥିବା ପୁଲିସ୍‌ ଟିମ୍‌ର ତଥ୍ୟ ଆଧାରରେ ତଦନ୍ତ ଚାଲିଥିବା ଏସ୍‌ପି କହିଛନ୍ତି ।

ଏହି ଘଟଣାକୁ ନେଇ ଭିନ୍ନ ଭିନ୍ନ ଆଲୋଚନା ଦାନା ବାନ୍ଧୁଛି । ଆଲୋଚନାରେ ମୃତ ଯୁବକ ସୌମ୍ୟଶେଖରଙ୍କ ପ୍ରେମ ସଂପର୍କ ସାମ୍ନାକୁ ଆସିଥିଲା । ଲୋକଙ୍କ ମଧ୍ୟରେ ହେଉଥିବା ଆଲୋଚନା ଅନୁଯାୟୀ ଅନ୍ୟ ଏକ ସଂପ୍ରଦାୟର ଝିଅ ସହିତ କୁଆଡେ ମୃତ ସୌମ୍ୟଙ୍କ ସଂପର୍କ ରହିଥିଲା । ତେବେ ସୌମ୍ୟଙ୍କ ବିବାହ ବିଷୟରେ ଜାଣି ଉକ୍ତ ଝିଅର ପରିବାର ଲୋକ ଆସି ସୌମ୍ୟଙ୍କ ପରିବାର ଲୋକଙ୍କୁ ଭେଟିଥିଲେ । କିନ୍ତୁ କିଛି ସୁଫଳ ମିଳି ନ ଥିଲା । ଯାହାର ପ୍ରତିଶୋଧ ନେବାକୁ ଯାଇ ଏହିପରି ଷଡଯନ୍ତ୍ର କରାଯାଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ଜୋର ଧରିଥିଲା । ତେବେ ଏହି ଆଲୋଚନାକୁ ମୃତ ସୌମ୍ୟଙ୍କ ପରିବାର ଲୋକ ଅସ୍ୱୀକାର କରିଥିବାବେଳେ ପୁଲିସ ମଧ୍ୟ ଏ ଉପରେ କୌଣସି ପ୍ରତିକ୍ରିୟା ରଖି ନ ଥିଲା ।

ବଲାଙ୍ଗିର ପୁଲିସ ଏକାଧିକ ଟିମ କରି ଉଭୟ ପରିବାର ଲୋକଙ୍କୁ ବିଭିନ୍ନ ପର୍ଯ୍ୟାୟରେ ପଚରାଉଚୁରା ଜାରି ରଖିଛି । କଟକ ଏସ୍‌ସିବିରେ ରୀମାଙ୍କ ବୟାନ ରେକର୍ଡ, କଲ ରେକର୍ଡ ଯାଞ୍ଚ ପରେ କିଛି ଗୁରୁତ୍ୱପୂର୍ଣ୍ଣ ସୁରାକ ମଧ୍ୟ ପୁଲିସ ହାତରେ ଲାଗିଛି। ଏହି ହତ୍ୟା ପଛରେ ପ୍ରେମ ସଂପର୍କ ଥିବା ପୁଲିସ ଆଶଙ୍କା କରୁଥିବା ବଲାଙ୍ଗିର ଏସ୍‌ପି କେ.ଶିବା ସୁବ୍ରମଣି ସୂଚନା ଦେଇଛନ୍ତି । ତେବେ ଘଟଣାର ଅଭିଯୁକ୍ତ ଖୁବଶୀଘ୍ର ଧରାପଡିବ ବୋଲି ଏସ୍‌ପି ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ପଢନ୍ତୁ ;

ଆପଣ ଜାଣିଛନ୍ତି କି ଜୋତା ପିନ୍ଧାରୁ ଜାଣିହେବ ମହିଳାଙ୍କ ସ୍ଵଭାବ କେମିତି ?