February 17, 2019

ଆଜି ବଲାଙ୍ଗୀରରେ ଓବିସି ସମ୍ମିଳନୀ

ବିଜେପିର ପଶ୍ଚିମ ଓଡିଶା ମିଶନ

ବିଜେପି ଏବେ ଫୋକସ କରିଛି ପଛୁଆ ବର୍ଗ ଉପରେ।ଆଜି ସେଥିପାଇଁ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ଓବିସି ମହାସମାବେଶର ଆୟୋଜନ କରିଛି ଦଳ।ଏଥିରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ,କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ରାମ କୃପାଳ ଯାଦବ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଏହି ସମାବେଶରେ ପଛୁଆ ବର୍ଗଙ୍କ ପାଇଁ କେନ୍ଦ୍ର ସରକାର ଯେଉଁ ସବୁ ଯୋଜନା କରିଛନ୍ତି ତାହାକୁ ଲୋକଙ୍କୁ ଅବଗତ କରାଇବେ ତିନି କେନ୍ଦ୍ରମନ୍ତ୍ରୀ ବୋଲି ସୂଚନା ମିଳିଛି। କଣ୍ଟାବାଞ୍ଝିଠାରେ ହେଲିକପ୍ଟରରୁ ଓହ୍ଲାଇ ସଭାରେ ଯୋଗଦେବେ ଦୁଇ କେନ୍ଦ୍ର ମନ୍ତ୍ରୀ।ଓବିସି ମୋର୍ଚାର ହଜାର ହଜାର ଲୋକ ଏଥିରେ ଯୋଗ ଦେବେ।ଏନେଇ ସବୁ ପ୍ରସ୍ତୁତି ସମାପ୍ତ ହୋଇଛି।

ପଢନ୍ତୁ:ପୁଣି ଦେଖିବାକୁ ମିଳିବ ଶାହରୁଖ ଦୀପିକାଙ୍କ ସୁପରହିଟ ଯୋଡି

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More