VASTU

କେଉଁ ଦିଗରେ ବାଲକୋନିି ରହିଲେ ମିଳିଥାଏ ଶୁଭ ଫଳ! ଜାଣନ୍ତୁ

ନୂଆ ଘର ତିଆରି କରିବାବେଳେ ଆମେ ବାସ୍ତୁ ଅନୁଯାୟୀ କେଉଁଠି କେଉଁ ରୁମ୍ ରହିବ ସେଥିପ୍ରତିଧ୍ୟାନ ଦେଇଥାଉ। ବାଲକୋନି ଭୁଲ ଦିଗରେ ରହିଲେ ଘର ଉପରେ ଅନେକ ଖରାପ ପ୍ରଭାବ ପଡ଼େ। ତେଣୁ ଘର ତିଆରିବେଳେ ବାଲକୋନି ପ୍ରତି ବିଶେଷଧ୍ୟାନ ଦିଆଯିବା ଉଚିତ ବୋଲି କୁହାଯାଏ। ଘରର ବାଲକୋନିର ମଧ୍ୟ ଅଲଗା ମହତ୍ୱ ରହିଛି। ବାଲକୋନି ଏପରି ଏକ ଜାଗା ଯେଉଁ ବାଟ ଦେଇ ଘରେ ସୂର୍ଯ୍ୟଙ୍କ କିରଣ ପ୍ରବେଶ କରିଥାଏ। ସକାରାତ୍ମକ ଶକ୍ତି ମଧ୍ୟ ଏହି ବାଟ ଦେଇ ପ୍ରବେଶ କରିଥାଏ।

ଆସନ୍ତୁ ଜାଣିବା ବାସ୍ତୁ ଅନୁଯାୟୀ କେଉଁ ଦିଗରେ ବାଲକୋନିି ରଖିଲେ ଶୁଭ ହୋଇଥାଏ-

  • ଯଦି ଆପଣଙ୍କ ଘରର ମୁଖ୍ୟ ଦ୍ୱାର ପୂର୍ବ ଆଡ଼କୁ ଖୋଲୁଥାଏ, ତା’ହେଲେ ପୂର୍ବ ଦିଗରେ ବାଲକୋନି ରହିବା ଉଚିତ। ଯଦି ଏପରି ସମ୍ଭବ ହେଇପାରୁନାହିଁ ତେବେ ଏହାକୁ ଉତ୍ତର ଦିଗରେ ମଧ୍ୟ ବନାଇପାରିବେ । ଏପରି କରିବା ଦ୍ୱାରା ଆପଣଙ୍କ ଘର ପାଇଁ ଶୂଭ ସଙ୍କେତ ହୋଇଥାଏ।
  • ଯଦି ଆପଣ ଉତ୍ତରମୁଖୀ ଘର ବନାଇବାକୁ ଚାହୁଁଛନ୍ତି ତା’ହେଲେ ପୂର୍ବ କିମ୍ବା ଉତର ଦିଗରେ ବାଲକୋନି ବନାଇବା ଉଚିତ।
  • ଯଦି ଆପଣଙ୍କ ଘରର ମୁହଁ ପଶ୍ଚିମ ଆଡ଼କୁ ହୋଇଛି, ତା’ହେଲେ ବାଲକୋନି ଉତର କିମ୍ବା ପଶ୍ଚିମ ଦିଗରେ ରହିବା ଉଚିତ।

balcony [object object] କେଉଁ ଦିଗରେ ବାଲକୋନିି ରହିଲେ ମିଳିଥାଏ ଶୁଭ ଫଳ! ଜାଣନ୍ତୁ balcony

  • ବାସ୍ତୁଶାସ୍ତ୍ର ଅନୁଯାୟୀ ଯଦି ଆପଣଙ୍କ ଘର ଦକ୍ଷିଣକୁ ମୁହଁ କରିଛି ତା’ହେଲେ ପୂର୍ବ କିମ୍ବା ଦକ୍ଷିଣ ଦିଗରେ ବାଲକୋନି ରହିବା ଉଚିତ। ଏପରି କରିବା ଦ୍ୱାରା ଘରେ ସୁଖସମୃଦ୍ଧି ବଢିଥାଏ। ଏବଂ ଆପଣ ଖୁସିରେ ଜୀବନ ଯାପନ କରିଥାନ୍ତି।
  • ବାଲକୋନିରେ ଆପଣ ମନି ପ୍ଲାଂଟ ଲଗାଇପାରିବେ। ଏହାଦ୍ୱାରା ଘର ଥଣ୍ଡା ରହିବା ସହ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ। ହେଲେ ଧ୍ୟାନ ରଖନ୍ତୁ ଲତାଗୁଡ଼ିକ କାନ୍ତ ଉପରକୁ ଯେପରି ଚାଲିନଯାଏ।
  •  ଅନେକ ଲୋକ ବାଲକୋନିକୁ ଷ୍ଟୋର୍ ରୁମ୍ ପରି ବ୍ୟବହାର କରନ୍ତି। ପୁରୁଣା ଓ ଭଙ୍ଗା ଜିନିଷକୁ ବାଲକୋନିରେ ପକାଇ ରଖନ୍ତି। ଏପରି କଲେ ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଏହା ସହ ଏଭଳି କରିବା ଦ୍ୱାରା ଘରକୁ ଅଶୁଭ ସଙ୍କେତ ଦର୍ଶାଇଥାଏ।

ପଢନ୍ତୁ; କିସମିସକୁ ପାଣିରେ ଭିଜାଇ ଖାଇବା ଦ୍ୱାରା ମିଳିଥାଏ ଅନେକ ଫାଇଦା ! ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ

Related posts

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ରଖନ୍ତୁ ମୟୂରପର, ଦୂର ହେବ ଅନେକ ସମସ୍ୟା

Krishna Kumar Manoj

ମରିବା ପୂର୍ବରୁ କ’ଣ କାମ କଲେ ଯମଦଣ୍ଡରୁ ମୁକ୍ତି ମିଳିବ ଜାଣନ୍ତୁ?

Krishna Kumar Manoj

ଭଗବାନ କୃଷ୍ଣଙ୍କ ଜୀବନରୁ ଆପଣାନ୍ତୁ ଏହି ପାଞ୍ଚଟି ଗୁଣ , ପାଇପାରିବେ ଜୀବନରେ ଅନେକ ସଫଳତା

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More